The Story-ଏକ କାଉ ର କାହାଣୀ ଶୁଣିବା ପରେ ଆପଣ ମଧ୍ୟ କହିବେ ତୁମ ପାଖରେ ଯାହାବି ଅଛି ତାହାକୁ ନେଇ ଗର୍ବ କର ତାହାଲେ ଯାଇ ସଫଳତା ପାଇପାରିବ…
ଆମ ସମସ୍ତ ଙ୍କୁ ଗଳ୍ପ ଓ କାହାଣୀ ଶୁଣିବା ପାଇଁ ବହୁତ ଭଲ ଲାଗେ, କାହାଣୀ ଓ ଗଳ୍ପ କେବେଳ ଆମ ମନରଞ୍ଜନ ପାଇଁ ହୋଇ ନଥାଏ ବରଂ ଏହା ମାଧ୍ୟମ ରେ ଆମେ ଅନେକ କିଛି ଜୀବନ ଶିକ୍ଷା ମଧ୍ୟ କରିଥାଉ ଯାହାକି ଆମକୁ ଆମ ଜୀବନ ର ରାସ୍ତା ରେ ଚାଲିବା ରେ ସାହାଯ୍ୟ କରେ। ତେବେ ଆମେ ଆଜି ଆପଣ ଙ୍କୁ ଏକ ସୁନ୍ଦର କାଉ ଓ ଚିଲ ର ଗପ ବିଷୟ ରେ ଜଣେଇବା କୁ ଯାଉଛୁ ଯେଉଁ ଗପ ଟି ବିଷୟ ରେ ଜାଣିଲେ ଆପଣ ମଧ୍ୟ ବୁଝି ପାରିବେ ନିଜର ସାମର୍ଥ୍ୟ ବିଷୟ ରେ ଆଉ ନିଜ ଜୀବନ ରେ ଖୁସି ରେ ରହିବେ।
ତେବେ କାହାଣୀ ଟି କିଛି ଏହିପରି ରହିଛି କି, ଗୋଟିଏ ଜଙ୍ଗଲ ମଧ୍ୟରେ ଗୋଟିଏ ବର ଗଛ ଥିଲା ଆଉ ଏହି ଗଛ ର ତଳ ଡାଳରେ ରହୁଥିଲା ଗୋଟିଏ କାଉ। ଏବଂ ସେହି ଜଙ୍ଗଲ ର ପର୍ବତ ଶିଖର ରେ ରହୁଥିଲା ଗୋଟିଏ ବଡ଼ ଚିଲ।
ତେବେ ସେହି ଜଙ୍ଗଲ କୁ ପଲେ ମେଣ୍ଡା ଘାସ ଚଲେଇବା ପାଇଁ ଆସିଲେ ଯାହାକୁ ନଜର କରୁଥିଲା ପର୍ବତ ଉପରେ ଥିବା ଚିଲ। ତେବେ ସେ ସୁଯୋଗ ଦେଖୁଥାଏ ଗୋଟିଏ ମେଣ୍ଡା ଛୁଆ କୁ ନିଜର ସ୍ୱୀକାର କରିବା ପାଇଁ। ଆଉ ସୁଯୋଗ ଦେଖି ସେ ଉଡି ଉଡି ଆସିଲା ସେହି ମେଣ୍ଡା ପୋଲ ପାଖକୁ।
ଆଉ ତାର ମୁନିଆ ନଖ ଆଉ ବଡ଼ ପଙ୍କୁ ସାହାଯ୍ୟ ରେ ଗୋଟିଏ ମେଣ୍ଢା ଛୁଆ କୁ ସ୍ୱୀକାର କରି ଉଡି ଚାଲିଗଲା। ଆଉ ସେ ଯାଇ ପହଁଚିଲା ପର୍ବତ ଶିଖର ରେ। ତେବେ ଏହାକୁ ଦେଖୁଥିଲା ତଳେ ଥିବା କାଉ ,ଆଉ ସେ ଭାବିଲା ଚିଲ କେତେ ସହଜ ରେ ମେଣ୍ଢା କୁ ସାଙ୍ଗ ରେ ନେଇ ଉଡ଼ିଗଲା। ମୁଁ ବି ତା ପରି ଗୋଟିଏ ଚଢ଼େଇ ତେଣୁ ମୁଁ ବି ଏହା କରି ପାରିବି। ତେଣୁ ତା ପର ଦିନ ଯେତେବେଳେ ଜଙ୍ଗଲ କୁ ମେଣ୍ଢା ପୋଲ ଚରିବା କୁ ଆସିଲେ ସେତେବେଳେ କାଉ ଟି ସେହିଭଳି ବହୁତ ଉପର କୁ ଉଡ଼ିଗଲା।
ଆଉ ତଳେ ଥିବା ମେଣ୍ଢା କୁ ଧରିବା ପାଇଁ ତଳକୁ ଆସୁଥିଲା , ମାତ୍ର ଏହି ସମୟ ରେ ସେ ତାର ସନ୍ତୁଳନ ହରାଇ ବସିଲା ଆଉ ତଳେ ପଡିଥିବା ଏକ ପଥର ରେ ଯାଇ ବାଡେଇ ହେଲା। ଯାହା ଫଳରେ ତାକୁ ବହୁତ ଆଘାତ ହୋଇଥିଲା ଆଉ ତାର ମୃତ୍ୟୁ ମଧ୍ୟ ହୋଇଗଲା।
ତେବେ ଏହି ଗଳ୍ପ ମାଧ୍ୟମ ରେ ଆମେ ଏହା ଶିକ୍ଷା କଲୁ ଯେ, କେବେ ବି କିଛି ନବୁଝି ନଜାଣି ଅନ୍ୟ କୁ ଅନୁସରଣ କରିବା ଠିକ ନୁହେଁ। ପ୍ରଥମେ ଆପଣ ନିଜର କ୍ଷମତାକୁ ଦେଖନ୍ତୁ ଆଉ ତା ପରେ ଅନ୍ୟ କୁ ଅନୁସରଣ କରିବେ। ତେବେ ଏହି ଗଳ୍ପ ଟି ସୋସିଆଲ ମିଡ଼ିଆ ରେ ବେଶ ଚର୍ଚ୍ଚା ରେ ରହିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।