ପୁଣି ଓଡିଶାକୁ ଲଜ୍ୟା ! ପୁଣି ଥରେ ଆଉ ଜଣେ ସପ୍ତମ ଶ୍ରେଣୀର ଛାତ୍ରୀ ହେଲେ ଗର୍ଭବତୀ, ଛିଃ ଛିଃ……ପୁରା କାରନାମା ଶୁଣିଲେ ଆପଣ ବି ପିଲା କୁ ସ୍କୁଲ ପଠେଇବେନି…..

ପୁଣି ସାମ୍ନାକୁ ଆସିଲା ଏକ ଲଜ୍ୟାକର ଘଟଣା। ଯାହା ଏହି ସଭ୍ୟ ଶିକ୍ଷିତ ସମାଜକୁ ନିମ୍ନଗାମୀ କରି ଦେଉଛି।ଦିନକୁ ଦିନ ଯେଉଁଭଳି ଭାବରେ ସମାଜରେ ଦୁଷ୍କର୍ମ ନାମକ ରୋଗର ସଂକ୍ରମଣ ବଢ଼ିବାରେ ଲାଗିଛି। ପୀଡ଼ିତା ଏବଂ ସୈତାନ ଭଳି ଶବ୍ଦ ଦ୍ବାରା ପୂର୍ଣ୍ଣ ହେଉଛି ପ୍ରତିଦିନର ଖବର କାଗଜ ପୃଷ୍ଠା। ମହମବତୀ ଶୋଭାଯାତ୍ରା ଭିତରେ ନ୍ୟାୟ ପାଇଁ ସ୍ୱର ତ ଉଠୁଛି ହେଲେ ସମୟ ଚକ୍ରରେ ତାହା ଶୀଘ୍ର ମଳିନ ବି ପଡି ଯାଉଛି।ଆଉ ମିଛ ସତର ସାବୁନ୍ ରେ ଗାଧୋଇ ପଡୁଛି ସୈତାନ। ନ୍ୟାୟ ପାଇବାର ଆଶା ଆଉ ସମାଜର କଟୁ କଥାର ଦମ୍ଭ ପୀଡ଼ିତା କୁ ପ୍ରତିଦିନ ଅଭିଶପ୍ତ ଜୀବନ ଜିଇଁବାକୁ ବାଧ୍ୟ କରୁଛି । ସେହିପରି ଏକ ନିନ୍ଦନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ରେ,

ତେବେ ବର୍ତ୍ତମାନର ସବୁଠାରୁ ବଡ ଖବର ଜଣେ ନାବାଳିକା ଛାତ୍ରୀ ଗର୍ଭବତୀ ହୋଇ ଛନ୍ତି । ତେବେ ଏହି ଛାତ୍ରୀ ଜଣକ ସପ୍ତମ ଶ୍ରେଣୀରେ ପାଠ ପଢୁଥିଲେ ହେଲେ କେମିତି ହୋଇଗଲେ ଗଅର୍ଭ-ବଅତୀ ଆଉ ଏହି ଘଟଣାକୁ ନେଇ ଏବେ ସବୁ ଆଡେ ଚର୍ଚ୍ଚା ଲାଗି ରହିଛି ।

କନ୍ଧମାଳ ଆବାସିକ ବିଦ୍ୟାଳରେ ସମସ୍ତଙ୍କ ପରି ଏହି ସପ୍ତମ ଶ୍ରେଣୀ ଛାତ୍ରୀ ଜଣକ ପାଠ ପଢୁଥିଲେ । ଆଉ ମଝିରେ ମଝିରେ ଗାଁକୁ ଯିବା ଆସିବା କରୁଥିଲେ । ଆଉ ଏହାରି ଭିତରେ ସେ କେମିତି ଗର୍ଭବତୀ ହେଲେ କିଏ ଘଟାଇଲା ଏଭଳି କାଣ୍ଡ ।

ତେବେ ଯାହା କୁହାଯାଉଛି ଜଣେ ଅଷ୍ଟମ ଶ୍ରେଣୀ ଛାତ୍ର କୁଆଡେ ତାଙ୍କୁ ପ୍ରେମ କରୁଥିଲେ । ଆଉ ତାଙ୍କ ସହିତ କୁଆଡେ ଏଭଳି କିଛି ଖରାପ ସମ୍ପର୍କ ଥିଲା । ଯେଉଁଥି ପାଇଁ ସେ ପରବର୍ତ୍ତୀ ସମୟରେ ଗର୍ଭବତୀ ହୋଇଛନ୍ତି । ତେବେ ସତ କଣ ତାହା ତ ତଦନ୍ତ କଲା ପରେ ହିଁ ଜଣା ପଡିବ ।


ହଁ ଆଜ୍ଞା ପୁଣି କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳରେ ଏଭଳି କିଛି ଲଜ୍ଜା ଜନକ ଘଟଣା ଦେଖିବାକୁ ମିଳିଛି । ଆବାସିକ ବିଦ୍ୟାଳୟ ରେ ପୁଣି ଲାଗିଛି କଳଙ୍କ । ଜଣେ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହୋଇଥିବାର ଜଣା ପଡିଛି । ତେବେ ବିଦ୍ୟାଳୟ କର୍ତ୍ତୁପକ୍ଷଙ୍କ ତରଫରୁ ବେଲଘର ପୋଲିସ ଷ୍ଟେସନରେ ଏନେଇ ମାମଲା ରୁଜୁ କରାଯାଇଛି ।

ତେବେ ଅନୁସୂଚିତ ଜାତି ଏବଂ ଜନଜାତି ବିଭାଗ ଅଧିନସ୍ଥ କୂଟିଆ ବନ୍ଧ ଉନୟନ ସଂସ୍ଥା ଦ୍ଵାରା ପରିଚାଳିତ ଏହି ଆବାସିକ ବିଦ୍ୟାଳୟରେ 313 ଜଣ ଛାତ୍ର ଛାତ୍ରୀ ପାଠ ପଢୁ ଛନ୍ତି । ଆଉ ଏହାରି ମଧ୍ୟରେ ଏଭଳି ଏକ ଘଟଣା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଛି ।

 

ଜଣେ ସପ୍ତମ ଶ୍ରେଣୀ ଛାତ୍ରୀ କିଭଳି ଗର୍ଭବତୀ ହୋଇପାରନ୍ତି ଯାହାକୁ ନେଇ ବେଲଘର ଥାନାରେ ମାମଲା ରୁଜୁ କରି ଥାନା ଅଧିକାରୀ ତଦନ୍ତ କରୁଛନ୍ତି ।ତା ହେଲେ ତଦନ୍ତ କରିବା ପରେ ହିଁ ଏହି ଘଟଣା ପଛରେ ଥିବା ସତ ଜଣା ପଡିବ । ଅଷ୍ଟମ ଶ୍ରେଣୀ ଛାତ୍ର ଏଭଳି କାଣ୍ଡ ଘଟାଇ ଛନ୍ତି ନା ଏହା ପଛରେ ଆଉ କିଏ ଅଛି ତାହା ତଦନ୍ତ ପରେ ହିଁ ଜଣା ପଡିବ । ତେବେ ବର୍ତ୍ତମାନ ଏହି ଘଟଣାକୁ ନେଇ ସାରା ଓଡିଶାରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି ।