ସାବଧାନ ! ଏହି ସବୁ ଖାଦ୍ୟ ଖାଇଲେ ହାର୍ଟ ଆଟାକ ର ସମ୍ଭାବନା ବୃଦ୍ଧି ପାଏ

ଆଜି କାଲିର ଲୋକମାନେ ବିଭିନ୍ନ ପ୍ରକାର କାମର ଚାପ ଯୋଗୁଁ ନିଜ ଶରୀର ର ଯତ୍ନ ନେବାକୁ ଭୁଲି ଯାଉଛନ୍ତି।କିନ୍ତୁ ତାଙ୍କର ଏହି ଅବହେଳା ଯୋଗୁଁ ସେମାନେ ତାଙ୍କ ଶରୀର ଭିତରକୁ ବିଭିନ୍ନ ପ୍ରକାରର ରୋଗ କୁ ନିମନ୍ତ୍ରଣ କରିଥାନ୍ତି।ବହୁତ ଲୋକ ବ୍ୟସ୍ତ ହୋଇ ଏମିତି ଖାଦ୍ୟ ଖାଇଥାନ୍ତି ଯାହା ତାଙ୍କ ହାର୍ଟ ଉପରେ ଖରାପ ପ୍ରଭାବ ପକାଇଥାଏ।ଯାହା ଫଳରେ ହାର୍ଟ ଜନିତ ରୋଗ ହେବା ସହ ହାର୍ଟ ଆଟାକ ଆସିବାର ଅନେକ ସମ୍ଭାବନା ରହିଥାଏ।

ତେଣୁ ଆଜି ଆମେ ଆପଣଙ୍କୁ ଏମିତି କିଛି ଖାଦ୍ୟ ବିଷୟରେ କହିବୁ ଯେଉଁ ଖାଦ୍ୟ କୁ ନିୟନ୍ତ୍ରଣ କରି ଆପଣ ସୁସ୍ଥ ଓ ନିରାମୟ ଜୀବନ ଯାପନ କରି ପାରିବେ।

୧:- ପ୍ରୋସେକ୍ ଫୁଡ଼

ଆଜି କାଲିର ଲୋକଙ୍କୁ ଏହି ପ୍ରକାର ଖାଦ୍ୟ ବହୁତ ପସନ୍ଦ ଅଟେ।ଏହିପରି ଖାଦ୍ୟ ଖାଇବା ଦ୍ବାରା ହାର୍ଟ ଜନିତ ରୋଗ ହୋଇଥାଏ।କାରଣ ଏହି ଖାଦ୍ୟ ଆଗରୁ ବନା ଯାଇଥାଏ ଏବଂ ଆମେ ଏହାକୁ ପ୍ୟାକେଟ ରୁ ବାହାର କରି ଗରମ କରି ଖାଇଥାଉ।ତେଣୁ ଏହାର ବ୍ୟବହାର ଦ୍ବାରା ଶରୀର ର ସନ୍ତୁଳନ ବିଗିଡ଼ି ଯାଏ ଏବଂ ହାର୍ଟ ଉପରେ ପ୍ରଭାବ ପଡ଼ିଥାଏ।

୨:- ଆର୍ଟିଫିସିଆଲ ଚିନି

ଯଦି ଆପଣ ଏହାକୁ ବ୍ୟବହାର କରୁଛନ୍ତି ତାହେଲେ ତୁରନ୍ତ ଏହାର ସେବନ ବନ୍ଦ କରି ଦିଅନ୍ତୁ ଏହା ବଦଳରେ ଆପଣ ଗୁଡ଼ ର ସେବନ କରି ପାରିବେ।

୩:- ଅଧିକ ଛଣା ହୋଇଥିବା କିମ୍ବା ମସଲା ଯୁକ୍ତ ଖାଦ୍ୟ;

ଅଧିକାଂଶ ଲୋକ ପାଟିର ସ୍ୱାଦ ପାଇଁ ଏହିପରି ଖାଦ୍ୟ ଖାଇଥାନ୍ତି ଯାହାକି ଅନେକ ପ୍ରକାର ରୋଗ କୁ ନିମନ୍ତ୍ରଣ କରିଥାଏ।ଏହି ଖାଦ୍ୟ ରେ ସେଚୁରେଟେଡ଼ ଫ୍ୟାଟ ରହିଥାଏ,ଯାହାକି ହାର୍ଟ ଉପରେ ଖରାପ ପ୍ରଭାବ ପକାଇଥାଏ।

୪:- ସୋଡା;

ସୋଡା ଖାଇବା ଦ୍ବାରା ଶରୀର ରେ ବ୍ଲଡ଼ ସୁଗାର ଲେଭେଲ ବହୁତ ବଢ଼ି ଯାଇଥାଏ।ଏହାର ପ୍ରଭାବରେ ଶରୀରରେ ସବୁ ସ୍ତରରେ ରକ୍ତ ର ପ୍ରଭାବ ଠିକ ଭାବରେ ହୋଇ ପାରି ନଥାଏ।ଏପରି କ୍ଷେତ୍ରରେ ହାର୍ଟ ଆଟାକ ଆସିବାର ସମ୍ଭାବନା ବହୁତ ଥାଏ।

୫:- ଚାଇନିଜ ଫୁଡ଼;

ଏହା ବହୁତ ଟେଷ୍ଟି ହୋଇଥାଏ,କିନ୍ତୁ ଶରୀର ପାଇଁ ଖରାପ ହୋଇଥାଏ।ଅଧିକ ମାତ୍ରାରେ ଏହାର ସେବନ ଦ୍ୱାରା ବ୍ଲଡ଼ ସୁଗାର ଲେଭେଲ ବଢ଼ି ଯାଏ।ଯାହାକି ହାର୍ଟ ଉପରେ ଖରାପ ପ୍ରଭାବ ପକାଇଥାଏ।ଏଥିରେ ଥିବା ବହୁତ ପରିମାଣ ର ଫ୍ୟାଟ,କ୍ୟାଲୋରୀ,କାର୍ବୋହାଇଡ୍ରେଟ, ସୋଡ଼ିଆମ ହାର୍ଟ ଆଟାକ ସମ୍ଭାବନା ବଢ଼ାଇ ଥାଏ।

୬:- ଧୂମ୍ରପାନ ଏବଂ ମଦ;

ଏହାର ସେବନ ମଧ୍ୟ ହାର୍ଟ ଉପରେ ଖରାପ ପ୍ରଭାବ ପକାଇଥାଏ।

ଶରୀର ସୁସ୍ଥ ରଖିବା ପାଈଁ କିଛି ଟିପ୍ପ;-

ସକାଳେ ନଡ଼ିଆ ପାଣି ପିଇବାକୁ ଚେଷ୍ଟା କରନ୍ତୁ,ଖାଇବାରେ ସବୁଜ ପନିପରିବା ଆଡ଼ କରନ୍ତୁ, ଅଫିସରେ ସବୁବେଳେ ବସିବା ବଦଳରେ ମଝିରେ ବ୍ରେକ ନେଇ ଚଲାବୁଲା କରନ୍ତୁ।ପ୍ରତିଦିନ ୟୋଗା କରିବା ସହ ଖୁସିରେ ରୁହନ୍ତୁ।ଗ୍ରୀନ ଟି ପିଅନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।