ଶୁଣନ୍ତୁ ଭାଇରାଲ ଅଡିଓ । ଏହି ଭାଇରାଲ ଅଡିଓ କୁ ନେଇ ଏବେ ମୁଖ୍ୟମନ୍ତ୍ରୀ ନବୀନ ଙ୍କ ଚିନ୍ତା, କଣ ସତରେ…….

ଏହି ନିକଟରେ ବିଜେଡ଼ି ରୁ ନିଲମ୍ବିତ ହୋଇଥିବା ବାଲେଶ୍ଵର ନେତା ତଥା ବାଲେଶ୍ବର ର ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ୍ ଙ୍କ ଭାଇରାଲ ଅଡିଓ ସାମ୍ନା କୁ ଆସିଛି।ନିକଟରେ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ଜୀବନ ପ୍ରଦୀପ ଦାସ। ଏ ନେଇ ଶୁକ୍ରବାର ବାଲେଶ୍ୱରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ନିଜର ଇସ୍ତଫା ସମ୍ପର୍କରେ ଘୋଷଣା କରିଛନ୍ତି ଜୀବନ।

ତେବେ ଅଭିଯୋଗ ଉପରେ ପକ୍ଷ ରଖିବାକୁ ସୁଯୋଗ ନ ଦେବାରୁ ସେ ଇସ୍ତଫା ଦେଇଥିବା କହିଛନ୍ତି। ଦୁଇଦିନ ତଳେ ଜୀବନଙ୍କୁ ଦଳରୁ ସସ୍‌ପେଣ୍ଡ କରିଥିଲା ବିଜେଡି।

ତେବେ ଏହି ସମୟରେ ବିଜେଡିରୁ ନିଲମ୍ବିତ ହୋଇଥିବା ଜୀବନ ପ୍ରଦୀପ ଦାସଙ୍କ ଏକ ଭାଇରାଲ୍ ଅଡିଓକୁ ନେଇ ଚର୍ଚ୍ଚା ଜୋର ଧରୁଛି। ଏପଟେ ଭାଇରାଲ ଅଡିଓ କଥାବାର୍ତ୍ତାକୁ ଜୀବନ ସ୍ୱୀକାର କରିଥିବା ବେଳେ କର୍ମୀଙ୍କ ମନକଥା ଜାଣିବା ପାଇଁ ସେ କଥା ହୋଇଥିବା କହିଛନ୍ତି । ଏଥିସହ ଅଡିଓରେ କାଣ୍ଟଛାଣ୍ଟ ହୋଇଥିବା ଜୀବନ ପ୍ରଦୀପ ଦାସ  ଅଭିଯୋଗ ମଧ୍ୟ କରିଛନ୍ତି।

ତେବେ ଜାଣନ୍ତୁ ଜୀବନ ଏହି ଅଡିଓ ରେ କଣ କଥାବାର୍ତ୍ତା କରୁଛନ୍ତି।ସେ କହିଛନ୍ତି ବାଲେଶ୍ଵରରେ ବିଜେଡ଼ି ର ପ୍ରାର୍ଥୀ ହୋଇଥିବା ସ୍ୱରୂପ ଦାସ ହେଉଛନ୍ତି ରବୀନ୍ଦ୍ର ଜେନାଙ୍କ ଲୋକ ଏବଂ ରବି ଜେନା ସ୍ୱରୂପ ଦାସଙ୍କୁ ଟିକେଟ ପ୍ରଦାନରେ ସାହାଯ୍ୟ କରିଥିଲେ ।ପରେ ତାଙ୍କ ଯୋଜନା ଅନୁସାରେ ସ୍ୱରୂପ ଟିକଟ ଫେରାଇ ଦେବେ ଏବଂ ରବୀନ୍ଦ୍ର ଲଢ଼ିବେ।

ଲୋକ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କଲେ। ରବୀନ୍ଦ୍ର ଙ୍କ ପରିବାରରୁ କାହାକୁ ଟିକେଟ ଦିଆଯାଉ ବୋଲି କହିଲେ।ହେଲେ ଯଦି ଟିକଟ ବଦଳିବ, ତେବେ ମୁଁ କାହିଁକି ଲଢିବି ନାହିଁ ବୋଲି ଭାଇରାଲ ଅଡିଓରେ ଜୀବନ ନିଜ କର୍ମୀଙ୍କୁ କହିଥିବା ଶୁଣିବାକୁ ମିଳୁଛି। ଏଥିସହ ସେ କହିଛନ୍ତି, ଯଦି ଏପରି ହୁଏ ତେବେ ବାଲେଶ୍ୱରରେ ଆଉ ଶାନ୍ତି ରହିବ ନାହିଁ ।

ବିହାର ପରି ରାଜନୀତି ଏଠାରେ ହୋଇଯିବ ।ଏଠାରେ ରଙ୍ଗଦାରି ଚାଲିବ। ଏପରି ବାଜେ ଲୋକ ଅଛନ୍ତି ବୋଲି କହିବାରୁ ମତେ ସେମାନେ ଘରେ ବସାଇ ଦେଲେ ।ଏହା ପରେ ଅଡ଼ିଓରେ ଅନ୍ୟ ବ୍ୟକ୍ତିଜଣକ ଆପଣ କ’ଣ କରିବେ ବୋଲି ପଚାରିବାରୁ, ଜୀବନ କହିଛନ୍ତି, ମୋ ଲୋକେ ଅନେକ ବିଜେପିକୁ ଭୋଟ ଦେବେ।

ଏପଟେ ବିଜେପି ଓ ବିଜେଡି ଗୋଟିଏ ଦଳ ବୋଲି ମଧ୍ୟ ସେ କହିଛନ୍ତି। ସେମାନେ ଅନେକ ଘଟଣା ରେ ସହମତି ପ୍ରଦାନ କରନ୍ତି। ବିଜେଡ଼ି କୁ ଦେବା ଯାହା ବିଜେପି କୁ ଦେବା ତାହା। କଂଗ୍ରେସ କୁ ମଧ୍ୟ ଭୋଟ ଦେବାକୁ ସେ କହିଛନ୍ତି। ଆଉ ଏଥିପାଇଁ ଯଦି ଯଦି ଫାଇନାନ୍ସ ବା ଟଙ୍କା ଦରକାର ହୁଏ ତାହା ମଧ୍ୟ ଯୋଗାଇ ଦେବେ ବୋଲି ଅଡିଓରେ ଜୀବନ କହୁଥିବାର ଶୁଣା ଯାଉଛି ।ତେବେ ଜୀବନ ପ୍ରଦୀପ ଦାସଙ୍କ ଭାଇରାଲ ଅଡିଓ ପରେ ଏବେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିିବାରେ ଲାଗିଛି।

ରାଜନୈତିକ ବ୍ୟକ୍ତିବିଶେଷ ମାନେ ଏହାକୁ ନେଇ ସେମାନଙ୍କର ପ୍ରତିକ୍ରିୟା ରଖିଛନ୍ତି।