ସାବଧାନ ! ପୁଣି ଆସୁଛି ଭୟଙ୍କର ବାତ୍ୟା । ଏହି ସବୁ ଜିଲ୍ଲାକୁ ସତର୍କ କଲା ପାଣିପାଗ ବିଭାଗ, ମସ୍ଥ୍ୟ ଜିବୀ ମାନଙ୍କୁ ସମୁଦ୍ରକୁ ନ ଯିବାକୁ ଅନୁରୋଧ
ବାରମ୍ବାର ବର୍ଷା କାରଣରୁ ବେହାଲ୍ ସାରା ଓଡ଼ିଶା।ତେବେ ପୂର୍ବରୁ ସୃଷ୍ଟି ହୋଇଥିବା ଲଘୁଚାପ ବଳୟ ଏବେ ଭୟଙ୍କର ରୂପ ନେବାରେ ଲାଗିଛି। କାରଣ ବଙ୍ଗୋପସାଗର ରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ରଟି ଏବେ ତୀବ୍ର ଅବପାତ ରେ ପରିଣତ ହୋଇ ମଙ୍ଗଳବାର ସକାଳେ କାକିନାଡ଼ା ନିକଟରେ ଆନ୍ଧ୍ର ଉପକୂଳ ଅତିକ୍ରମ କରିଛି ।ଏହା ଗୁରୁତର ରୂପ ଧାରଣ କରିଛି ବୋଲି ପାଣିପାଗ ବିଭାଗ ତରଫରୁ କୁହା ଯାଉଛି।
ତେବେ ଏହାର ପ୍ରଭାବରେ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ବର୍ଷା ଜାରି ରହିଛି । ଅନେକ ସ୍ଥାନରେ ବର୍ଷା ସହିତ ପବନ ମଧ୍ୟ ଅନୁଭୂତ ହେଉଥିବା ଦେଖିବାକୁ ମିଳିଛି ଓଡ଼ିଶାର ଜିଲ୍ଲା ମାନଙ୍କରେ।
ତେବେ ଏହି ଲଘୁଚାପ ର ପ୍ରଭାବ ରେ ଓଡ଼ିଶା ରେ କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ଗଜପତି, ରାୟଗଡ଼ା, କଳାହାଣ୍ଡି, ଗଞ୍ଜାମ ଜିଲାରେ ମଧ୍ୟମ ଧରଣର ବର୍ଷା ହେଉଛି ।ଏଥିପାଇଁ ଜଗତସିଂହପୁର, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ରେ ମଧ୍ୟ ବର୍ଷା ସମ୍ଭାବନା ରହିଛି।ତେବେ କୁହା ଯାଉଚି କି ଏହି ଅବପାତର ପ୍ରଭାବ ଅପରାହ୍ନ ରେ କମିବ। ଅନ୍ୟପଟେ ତୀବ୍ର ଅବପାତ ପ୍ରଭାବରେ ନବରଙ୍ଗପୁର ଓ ଗଜପତି ଜିଲାରେ ପ୍ରବଳ ବର୍ଷା ହୋଇଛି।
ଗଜପତିର ୪ଟି ବ୍ଲକରୁ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀ କୁ ସ୍ଥାନାନ୍ତର କରା ଯାଇଛି।ଏଠାରେ ଲୋକମାନେ ଏକ ଭୟାନକ ସ୍ଥିତି ରେ ରହିଛନ୍ତି। ପ୍ରବଳ ବର୍ଷା ହେବା କାରଣରୁ ଏକ ପ୍ରକାରର ଅଣାୟତ୍ତ ପରିସ୍ଥିତି ସୃଷ୍ଟି କରିଛି ଗଜପତି ଜିଲାରେ।
ପାଣିପାଗ ବିଭାଗର ସୂଚନାଅନୁସାରେ କେବଳ ଓଡ଼ିଶାର କିଛି ସ୍ଥାନରେ ନୁହେଁ ବରଂ ଏହା ଛଡ଼ା ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲା ମାନଙ୍କରେ ପ୍ରବଳ ବର୍ଷା ଜାରି ରହିଛି। ଗଜପତି ଜିଲ୍ଲାର ୫୦୦ ରୁ ଉର୍ଦ୍ଧ୍ବ ଲୋକଙ୍କୁ ତଳିଆ ଅଞ୍ଚଳରୁ ସ୍ଥାନାନ୍ତରିତ କରା ଯାଇଛି। ତାହା ସହିତ ଟୁଇନ ସିଟି ରେ ମଧ୍ୟ ବର୍ଷାର ପରିମାଣ ଅଧିକ ହେବାର ଆଶଙ୍କା ରହିଛି।କଟକ ଏବଂ ଭୁବନେଶ୍ୱରରେ ଶନିବାର ବର୍ଷା ସାଙ୍ଗକୁ ଘଡ଼ଘଡ଼ି ଲାଗି ରହିଛି।
ଏହା ମଧ୍ୟାହ୍ନ ୧୨ଟା ୩୦ ଯାଏ ହେବ ବୋଲି ଭୁବନେଶ୍ୱରସ୍ଥିତ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏ ନେଇ ଲୋକଙ୍କୁ ସତର୍କ ରହିବାକୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଲଗାଣ ବର୍ଷା ଯୋଗୁ ତଳିଆ ଅଞ୍ଚଳରେ ପାଣି ଜମିରହିଛି।
ଏହାଛଡା ଅଧିକାଂଶ ଜିଲ୍ଲାରେ ବର୍ଷା ସହିତ ହାଲୁକା ପବନ ମଧ୍ୟ ଦେଖିବାକୁ ମିଳିଛି।ଏହା ପରେ ପୁଣି ଏକ ଲଘୁଚାପ ର ଆଶଙ୍କା କରା ଯାଉଅଛି। ଯାହା ସେହି ଉତ୍ତର ଆଣ୍ଡାମାନ ସାଗର ରେ ହେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗ ତରଫରୁ ଏଥି ପାଇଁ ପୂର୍ବାନୁମାନ କରା ଯାଇଛି।
ଓଡ଼ିଶାରେ ଆଗାମୀ ଦୁଇ ତିନି ଦିନ ପର୍ଯ୍ୟନ୍ତ ଏଥିପାଇଁ ବର୍ଷା ହେବାର ସମ୍ଭାବନା ରହିଛି।ତେବେ ଆପଣ ମାନେ ଏଥିପାଇଁ ସତର୍କ ରହିବା ନିହାତି ଦରକାର। ବର୍ଷା କାରଣରୁ ପୁଣି ସେହିଭଳି ବନ୍ୟା ପରିସ୍ଥିତି ସୃଷ୍ଟି ନହେଉ ବୋଲି ସମସ୍ତେ ଆଶା ରଖିଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।