ଦେଖନ୍ତୁ ଏହି ସବୁ ଓଡ଼ିଆ ଅଭିନେତ୍ରୀ ହୋଇଛନ୍ତି ମା’ ଦୂରେଇ ଯାଇଛନ୍ତି ଅଭିନୟ ଜଗତରୁ, କଣ ସତରେ….
ଆପଣ ମାନେ ତ ନିଶ୍ଚିତ ଭାବେ ଜାଣି ଥିବେ ଯେ ଏହି ଦୁଇ ବର୍ଷ ଭିତରେ ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି ର ଅନେକ ଲୋକ ପ୍ରିୟ ଅଭିନେତ୍ରୀ ମାନେ ବିବାହ କରି ସାରିଛନ୍ତି । ଆଜି ଆମେ ଜାଣିବା କେଉଁ ଅଭିନେତ୍ରୀ ମାନେ ବିବାହ ପରେ ମା ହୋଇ ଅଛନ୍ତି ।
ଗତ 2-3 ବର୍ଷ ଭିତରେ ଓଡିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକପ୍ରିୟ ଅଭିନେତ୍ରୀ ମାନେ ବିବାହ କରି ସାରିଛନ୍ତି ସେମାନେ ହେଉଛନ୍ତି ପ୍ରିୟା ଚୌଧୁରୀ , ଅର୍ପିତା କର , ଜିନା ସାମଲ ଓ ମାହିି ମିଶ୍ର ପରି ଅନେକ ଅଭିନେତ୍ରୀ ବିବାହ କରି ସାରିଛନ୍ତି । ତେବେ ଆଜି ଆମେ ବିବାହ ପରେ କେଉଁ ଅଭିନେତ୍ରୀ ମା ହୋଇଛନ୍ତି ସେମାନଙ୍କ ବିଷୟ ରେ ଜାଣିବା।
ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି ର ଅଭିନେତ୍ରୀ ମାନେ ବିବାହ ପରେ ସାରିବା ପରେ ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି ରୁ ଦୂରେଇ ଯାଇଛନ୍ତି ଆଉ କିଛି ଅଭିନେତ୍ରୀ ଆଜି ମଧ୍ୟ ଓଡ଼ିଆ ଫିଲ୍ମ୍ ରେ ଅଭିନୟ କରୁଛନ୍ତି । ନିକଟ ରେ ଓଡ଼ିଆ ଧାରାବାହିକ ର ଦୁଇ ଜଣ ବହୁତ୍ ଲୋକ ପ୍ରିୟ ଅଭିନେତ୍ରୀ ଅର୍ପିତା କର ଓ ମାହି ମିଶ୍ର ମା ହେବାର ଷୌଭାଗ୍ୟ ଅର୍ଜ୍ଜନ କରିଛନ୍ତି ।
ଓଡ଼ିଆ ଧାରାବାହିକ ଜଗତ ର ଲୋକ ପ୍ରିୟ ଅଭିନେତ୍ରୀ ଅର୍ପିତା କର ଗୋଟାଏ ଶିଶୁ ପୁତ୍ର ର ମା ହେବାର ଷୌଭାଗ୍ୟ ଅର୍ଜ୍ଜନ କରିଛନ୍ତି ।ସେହି ପରି ଓଡ଼ିଆ ଧାରାବାହିକ ର ଲୋକ ପ୍ରିୟ ଅଭିନେତ୍ରୀ ମାହି ମିଶ୍ର ଗୋଟେ ଶିଶୁ କନ୍ୟା ର ମା ହେବାର ଷୌଭାଗ୍ୟ ଅର୍ଜ୍ଜନ କରିଛନ୍ତି ।
ତେବେ ମାହି ଜି ସାର୍ଥକ ରେ ପ୍ରସାରିତ ହେଉଥିବା ସିରିଏଲ ମୁ ହେବି ଅର୍ଦ୍ଧାଙ୍ଗିନୀ ରେ ସବୁଠୁ ଲୋକ ପ୍ରିୟ ଅଭିନେତ୍ରୀ ଭାବେ କାମ କରିଛନ୍ତି। ଲୋକ ମାନଙ୍କୁ ମଧ୍ୟ ତାଙ୍କ ର ଅଭିନୟ ଓ ତାଙ୍କ ଚରିତ୍ର ଖୁବ୍ ପସନ୍ଦ ଆସିଥାଏ।ତେବେ ଜଣାଇ ଦେଉଛୁ ଯେ ମାହି ମିଶ୍ର ଓଡ଼ିଆ ଧାରାବାହିକ ର ଲୋକପ୍ରିୟ ଅଭିନେତା ତୁଷାର କୁ ବିବାହ କରିଛନ୍ତି ।
ବର୍ତ୍ତମାନ ତାଙ୍କର ଶିଶୁ କନ୍ୟା ଟି ଜନ୍ମ ଗ୍ରହଣ କରିବା ପରେ ଉଭୟ ତୁଷାର ଙ୍କ ପରିବାର ଓ ମାହି ଙ୍କ ପରିବାର ରେ ଖୁସି ର ଲହରୀ ଖେଳି ଯାଇଛି । ଏହା ସହିତ ସେ ନିଜ ଶିଶୁ କନ୍ୟା ଫଟୋ ସୋସିଆଲ ମିଡ଼ିଆ ରେ ମଧ୍ୟ ଅପଲୋଡ଼ କରିଛନ୍ତି। ତେବେ ତୁଷାର ଚନ୍ଦନ ଙ୍କ ଫ୍ୟାନ ମାନେ ଏହି କଥା ରେ ଅତ୍ୟନ୍ତ ଖୁସି ହୋଇଛନ୍ତି ।
ଅର୍ପିତା କର ମଧ୍ୟ ତରଙ୍ଗ ଟିଭି ରେ ପ୍ରୋଜୋଜିତ ହେଉଥିବା ଦୁର୍ଗା ଧାରାବାହିକ ରେ ମୁଖ୍ୟ ନାୟିକା ଭାବେ ଅଭିନୟ କରୁଛନ୍ତି । ତାଙ୍କ ପୁଅ ଜନ୍ମ ହେବା ସମୟ ରେ ସେ ଏହି ଧାରାବାହିକ ଠାରୁ ଦୂରେଇ ଯାଇଥିଲେ କିନ୍ତୁ ବର୍ତ୍ତମାନ ସେ ପୁଣି ଥରେ ଅଭିନୟ ଜଗତ କୁ ଫେରି ଆସିଛନ୍ତି। ଲୋକ ମାନେ ତାଙ୍କ ଅଭିନୟ କୁ ଖୁବ୍ ପସନ୍ଦ କରନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।