ଆଶ୍ଚର୍ଯ୍ୟ ! ଏହି ଫୋଟୋ କୁ ଜୁମ କରି ଦେଖିଲେ ଆପଣଙ୍କ ମୁଣ୍ଡ ବୁଲାଇଦେବ, ଥରୁଟିଏ ନିଶ୍ଚୟ ଦେଖନ୍ତୁ
ବେଳେବେଳେ ଏମିତି କିଛି ଘଟଣା ଆମ ସହ ଘଟିଥାଏ ଯାହା ପାଇଁ ଆମେ ପୂର୍ବ ରୁ ପ୍ରସ୍ତୁତ ହୋଇ ନଥାଉ।ଆଉ ସେମିତି ଘଟଣା ଆମକୁ ହଠାତ୍ ଆଶ୍ଚର୍ଯ୍ୟ କରି ଦେଇଥାଏ।ଆଉ ଯେତେବେଳେ ଏହିଭଳି ଘଟଣାରେ ସମ୍ପର୍କର କଥା ଉଠେ ସେତେବେଳେ ଏହା ଅଧିକ ଗୁରୁତ୍ବ ବହନ କରିଥାଏ। ଆପଣ ତ ଆଜିର ଏହି ସ୍ବାର୍ଥ ପୂର୍ଣ୍ଣ ସମାଜ ରେ ଲୋକେ କିଭଳି ଭାବରେ ସମ୍ପର୍କ କୁ ସମ୍ମାନ ଏବଂ ଗୁରୁତ୍ଵ ଦେଉଛନ୍ତି। ବିଭିନ୍ନ କାରଣରୁ ଭଲ ସମ୍ପର୍କ ଭିତରେ ଫାଟ ଦେଖିବାକୁ ମିଳୁଛି ଏବଂ ଏହା ପରେ ଦେଖିବାକୁ ମିଳୁଛି ଅନେକ ଅଭାବନୀୟ ଘଟଣା। ବିଶ୍ୱାସ ଏବଂ ଭଲପାଇବା ପ୍ରାୟତଃ ଏକ ସଂଜ୍ଞା ହୋଇ ଆଜିର ଦୁନିଆରେ ରହି ଗଲାଣି।
ସେହିପରି ଅନେକ କ୍ଷେତ୍ରରେ ସ୍ବାମୀ ସ୍ତ୍ରୀ ଭଳି ପବିତ୍ର ସମ୍ପର୍କ ରେ ମଧ୍ୟ ଅନେକ ସମସ୍ୟା ଦେଖିବାକୁ ମିଳୁଛି।ଆଉ ତାର ପରିଣାମ ସ୍ୱରୂପ ସେମାନେ ପରସ୍ପର ଠାରୁ ଅଲଗା ମଧ୍ୟ ହୋଇ ଯାଉଛନ୍ତି। ଆମେ ସମସ୍ତେ ଜାଣିଛୁ କିପରି ଭାବରେ ପରକୀୟା ପ୍ରୀତି ର ଶେଷ ପରିଣାମ ଭୟଙ୍କର ହୋଇଥାଏ। ତଥାପି ଆଜିର ଏହି ଦୁନିଆରେ ଲୋକେ କାମନା ବାସନା ରେ ଏତେ ମାତ୍ରାରେ ଲିପ୍ତ ହୋଇ ପଡିଛନ୍ତି ଯେ ସେମାନଙ୍କ ଆଗରେ ସମ୍ପର୍କର ମୂଲ୍ୟବୋଧ କିଛି ରହୁନାହିଁ। କେହି କାହାକୁ ସେହି ମାତ୍ରାରେ ସମ୍ମାନ ମଧ୍ୟ ଜନାଉ ନାହାନ୍ତି। ଦୁନିଆରେ ସମ୍ପର୍କକୁ ଠିକ୍ ଭାବରେ ଗଢ଼ି ତୋଳିବାକୁ ହେଲେ ଜୀବନକୁ ଏକ ଉତ୍ତମ, ନୈତିକତା ପୂର୍ଣ୍ଣ ଏବଂ ବ୍ୟବସ୍ଥିତ ଭାବରେ ଚଳାଇବା ନିହାତି ଦରକାର ହୋଇଥାଏ।
ଅନେକ ଉତ୍ତମ ବନ୍ଧନ ବା ସମ୍ପର୍କରେ ମର୍ଯ୍ୟାଦା ଆଜିକାଲି ଆଉ ଦେଖିବାକୁ ମିଳୁନାହିଁ। ସନ୍ଦେହ, ଅବିଶ୍ବାସ ଏବଂ ସ୍ୱାର୍ଥପରତା ରେ ପରିପୂର୍ଣ୍ଣ ଆଜିକାଲି ର ସମ୍ପର୍କ। ସମ୍ପର୍କର ଭିତ୍ତିଭୂମି ସେଟିକି ସୁଦୃଢ ହୋଇ ପାରୁ ନାହିଁ ଯେତିକି ମାତ୍ରାରେ ହେବା କଥା। ସେହିଭଳି ଏକ ଘଟଣା ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ। ଏବେ ସାମ୍ନାକୁ ଆସିଥିବା ଏକ ଘଟଣାରେ ଏହା ଦେଖିବାକୁ ମିଳିଛି ଜଣେ ବିବାହିତା ମହିଳା ତାଙ୍କ ସ୍ବାମୀଙ୍କୁ ମିଛ କହି ତାଙ୍କ ପ୍ରେମିକ ଙ୍କ ସହ ବାହାରକୁ ଯାଇଥିଲେ।ଆଉ ସେଠାରେ ସେମାନେ ଏକ ହୋଟେଲ୍ ରେ ରହିଥିଲେ।
ଯେତେବେଳେ ସ୍ବାମୀ ତାଙ୍କୁ ପହଞ୍ଚିବା ପରେ ତାଙ୍କ ସହ କଥା ହୋଇ ତାଙ୍କର ଏକ ଫଟୋ ପଠାଇବା ପାଇଁ କହିଲେ ସେତେବେଳେ ସ୍ତ୍ରୀ ଯେଉଁ ଫଟୋ ପଠେଇଲେ ତାହାକୁ ସ୍ବାମୀ ଜଣଙ୍କ ଯୁମ୍ କରି ଦେଖି ସେଠାରେ ଜଣେ ପୁରୁଷର ଉପସ୍ଥିତି କୁ ଜାଣି ପାରିଥିଲେ। ତାପରେ ସ୍ବାମୀ ଜଣଙ୍କ ଉକ୍ତ ହୋଟେଲ୍ ର କର୍ମଚାରୀ ଙ୍କ ପାଖରୁ ଏ ବିଷୟରେ ପଚାରି ବୁଝିଥିଲେ ଏବଂ ନିଶ୍ଚିତ ହୋଇଥିଲେ ଯେ ତାଙ୍କ ସ୍ତ୍ରୀ ଜଣେ ପୁରୁଷଙ୍କ ସହ ସେଠାରେ ରହିଛନ୍ତି।
ଏହାପରେ ସ୍ବାମୀ ଜଣଙ୍କ ସ୍ତ୍ରୀ କୁ ଛାଡ଼ପତ୍ର ଦେବାକୁ ନିଷ୍ପତ୍ତି ନେଇଥିଲେ ଏବଂ ପୋଲିସ୍ ନିକଟରେ ମଧ୍ୟ ଏକ ମାମଲା ରୁଜୁ କରିଥିଲେ। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।