ଏହି ପରିବାର ସମସ୍ତଙ୍କ ପାଇଁ ସୃଷ୍ଟି କରିଛି ଉଦାହରଣ, ଭାଇ ଭଉଣୀ ସମସ୍ତେ IAS ଅଧିକାରୀ, ଏଭଳି ପରିବାର ପାଇଁ ଗୋଟିଏ ସେୟାର ନିଶ୍ଚିତ କରନ୍ତୁ…

ଦିନକୁ ଦିନ ସମୟର ପରିବର୍ତ୍ତନ ସହ ଯୁଗ କିମ୍ବା ସବୁ କିଛି ବଦଳିଯାଉଛି। ପୂର୍ବେ ଲୋକମାନେ ଭଲରେ ପଢିବାକୁ ଆଉ ଖାଇବାକୁ ପାଉ ନଥିଲେ। ଯଦି ଜଣେ ଘରରେ ରୋଜଗାର କରୁଥିଲେ ସାରା ପରିବାର ସେଥିରେ ଚଳୁଥିଲେ ଏବଂ ଘରର ସମସ୍ତେ ତାଙ୍କ ଉପରେ ନିର୍ଭର କରୁଥିଲେ ଆଉ ସେ ଘରର ମୁଖ୍ୟ ମଧ୍ୟ ରହୁଥିଲେ। ବର୍ତ୍ତମାନ ସମୟରେ ଆଉ କେହି ବି ଆଗ ପରି ନାହାନ୍ତି। ଆଜିକାଲି ଦୁନିଆରେ ପ୍ରତ୍ୟେକ ଲୋକ ଶିକ୍ଷିତ ହେବାକୁ ଚାହୁଁଛନ୍ତି ଆଉ ନିଜେ ନିଜେ ଆତ୍ମନିର୍ଭରଶୀଳ ହେବାକୁ ଇଚ୍ଛା। ତେବେ ଏହି ସମୟରେ ଗୋଟିଏ ଚାକିରୀ ପାଇଁ ବହୁତ କଷ୍ଟ କରିବାକୁ ପଡିଥାଏ। ଯଦି ପରିଶ୍ରମ କରିଥାଏ ତା ପାଇଁ ସଫଳ ନିହାତି ରହିଛି କିନ୍ତୁ ବିନା କଷ୍ଟରେ କେବେ କେହି ଫଳପ୍ରଦ ହୋଇପାରିନାହିଁ।

ବେଳେବେଳେ ଦୁର୍ଭାଗ୍ୟବଶତଃ ଅନେକ ଲୋକମଧ୍ୟ ବହୁତ କଷ୍ଟ କରିଥାନ୍ତି କିନ୍ତୁ ସଫଳତା ମିଳି ନଥାଏ କାରଣ ସେମାନେ ସମୟ ଦିଅନ୍ତି କିନ୍ତୁ ମନଯୋଗ କିମ୍ବା ଠିକ ଭାବରେ କାମ କରି ନଥାନ୍ତି। ଆଉ ଯଦି ଜଣେ ମାନଯୋଗ ଦେଇ ଠିକ ଭାବରେ କାମ କରିଥାଏ ତା ଜୀବନରେ ନିହାତି ସଫଳତା ପାଇପାରିବ।

ଏହିପରି ଭାବନା ଥିବା ଲୋକ କେବେ ବି ଜୀବନସୀମା ମଧ୍ୟରେ ହାରନ୍ତି ନାହିଁ ଆଉ ସେ ସବୁବେଳେ ତାଙ୍କ ଲକ୍ଷ୍ୟ ସ୍ଥଳରେ ପହଂଚିଥାନ୍ତି। ତେବେ ସମସ୍ତଙ୍କ ଘରେ ବାପା ମା ଚାହିଁଥାନ୍ତି କି ଆମ ପୁଅଝିଅ IAS/ IPS ହୁଅନ୍ତୁ କିନ୍ତୁ ଆପଣ କେବେ ବିଶ୍ୱାସ କରିପାରିବେନି ଗୋଟିଏ ପରିବାରର ୪ ଜଣ IAS/IPS ହୋଇଛନ୍ତି ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ତେବେ ଆସନ୍ତୁ ଜାଣିବା ସେ ସମ୍ପର୍କରେ।

ଏବେ ଗୋଟିଏ ଘଟଣା ଉତ୍ତରପ୍ରଦେଶରେ ଦେଖା ଦେଇଛି। କିନ୍ତୁ ସେ ୪ ଭାଇ ଭଉଣୀ ବାପାଙ୍କର ଗର୍ବ ଆଣି ଦେଇଛନ୍ତି।ସେମାନେ ପାଇଲାପରେ ବାପା ମା ବହୁତ ଖୁସି ହୋଇଯାଇଛନ୍ତି। ତାଙ୍କ ବାପା ମା ମଧ୍ୟ ପିଲାଙ୍କ ପାଇଁ ବହୁତ କଷ୍ଟ କରିଥିଲେ। ବାପାଙ୍କ ନାମ ଶ୍ରୀ ଅନୀଲ ମିଶ୍ର ଏବଂ ସେ ଥିଲେ ଜଣେ ପେଶା ଅଫିସର ଏବଂ ମା ଗୃହିଣୀ ଥିଲେ।

ପ୍ରଥମେ ତାଙ୍କ ପୁଅ ଜୋଗେସ୍ ମିଶ୍ର ୨୦୧୩ ରେ ସିଭିଲ୍ ସର୍ଭିସ୍ ରେ ଚାକିରୀ ପାଇଥିଲେ ଏବଂ ଆଉ ତିନି ଭାଇ ଭଉଣୀ ଜୋଗେସଙ୍କ ପାଖରୁ ପ୍ରେରଣା ପାଇଥିଲେ। ପରେ ଭଉଣୀ ସୋମ ମିଶ୍ର ୨୦୧୬ ରେ IPS ପାଇଥିଲେ ଏବଂ ସେ ଏବେ କର୍ଣ୍ଣାଟକରେ କାର୍ଯ୍ୟରତ ରହିଛନ୍ତି। ଆଉ ଜଣେ ଭଉଣୀ ମାଧବୀ ମିଶ୍ର ମଧ୍ୟ IAS ପାଇ ଦିଲ୍ଲୀରେ କାର୍ଯ୍ୟରତ ଅଛନ୍ତି। ସମସ୍ତଙ୍କ ଠାରୁ ସାନ ଭାଇ ଲୋକେସ୍ ମିଶ୍ର ସେ ରାଞ୍ଚି ରେ SDM ଅଛନ୍ତି ଆଉ ତାଙ୍କ ପତ୍ନୀ ଜଣେ ମଧ୍ୟ IAS। ଏହିପରି ସଫଳତା ପାଇଁ ତାଙ୍କ ବାପା ଗର୍ବ ବହୁତ କରିଛନ୍ତି। ଯାହାଙ୍କୁ ସରଦୁନିଆ ମନେ ରଖିବା ମଧ୍ୟ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।