ଦେଖନ୍ତୁ ଭିଡ଼ିଓ । ଏହି ଓଡ଼ିଆ ଯୁବକଙ୍କ ଭିଡ଼ିଓ ସାରା ଓଡ଼ିଶାରେ ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି, ହଜେଇ ଦେଇଛି ସରକାର ଙ୍କର ନିଦ ଦେଖନ୍ତୁ….
ମାଆ କୁ ସମ୍ମାନ ଗାଆଁ କୁ କାମ, ନବୀନ ବାବୁଙ୍କ ର ଏହି ସ୍ଲୋଗାନ। ହେଲେ ଏହି ସ୍ଲୋଗାନ ର କେତେ ସତ୍ୟତା ଏବଂ ବାସ୍ତବତା ରହିଛି ତାହା ଆପଣ ଜାଣିଛନ୍ତି। ବେବିନା ମଲା କିଛି ନାହିଁ, ଇତିଶ୍ରୀ ମଲା କିଛି ନାହିଁ, ରାସ୍ତା ମଝିରେ ମହିଳା ମାନଙ୍କୁ ଅସମ୍ମାନ ପୂର୍ବକ ବାଡା ଯାଉଛି, ତାହା ପାଇଁ ମଧ୍ୟ କିଛି ପଦକ୍ଷେପ ନାହିଁ। ଲୋକଙ୍କ ଅସହୟଙ୍କ ସାହାଯ୍ୟ କରୁଥିବା ଉଦାର ମଣିଷ ଟିଏ ମାନବପ୍ରେମି ଆଦିତ୍ୟ ଦାସ୍ ମଲା ତାର ମଧ୍ୟ କିଛି ସମାଧାନ ହେଲା ନାହିଁ,ଆଉ ଏବେ ନୟାଗଡର 5 ବର୍ଷର କୁନି ଝିଅ ପରୀ କୁ ମାରି ଦିଆଗଲା ତାପରେ ବି ଫଳ ଶୁନ ରହିଛି ।
ଆଉ କେତେ ଦିନ ଆପଣ ମାନେ ଏପରି ନୀରବ ଦ୍ରଷ୍ଟା ସାଜି ଚୁପ୍ ରହିବେ ଆଉ ପ୍ରଶାସନ ଲୋକଙ୍କୁ ନ୍ୟାୟ ନଦେଇ ଏପରି ଅନ୍ୟାୟ ଅନୀତି କୁ ଘଣ୍ଟ ଘୋଡାଇ ଚାଲିଥିବ। ତେବେ ଏସବୁ କଥା ଆମେ କହୁନାହୁଁ।
ଏହିସବୁ କଥା କହି ନିଜର କ୍ଷୋଭ ପ୍ରକାଶ କରିଛନ୍ତି ଓଡ଼ିଶାର ଜଣେ ଯୁବକ ପିକେ ଦାସ।ସେ ଆହୁରି କହିଛନ୍ତି ଯେ ନିଜର ସ୍ବାର୍ଥ ଏବଂ ଲାଭ ଦେଖି ଆପଣ ଘରେ ଚୁପ୍ ହୋଇ ବସିଥିବେ ଏବଂ ତାର ସୁଯୋଗ ନେଇ ପ୍ରଶାସନ ଗରିବ ଲୋକଙ୍କ ତଣ୍ଟି ଚିପି ରକ୍ତ ଶୋଷି ଖାଇ ଯାଉଥିବ। ଆଜି ପରୀ ମୃତ୍ୟୁ ଘଟଣା ରେ ପରୀ ଗୋଟିଏ ଗରିବ ଘରର ଝିଅ ବୋଲି ଆଜି ତାକୁ ଉଚିତ୍ ନ୍ୟାୟ ମିଳି ପାରୁ ନାହିଁ।
ତାକୁ ମାରିଦେବା ପରେ ବି ତାର ଅସହାୟ ବାପା ମାଆ ଙ୍କୁ ସେମାନେ ନ୍ୟାୟ ଦେଇ ପାରୁ ନାହାନ୍ତି ଏବଂ ଅସହାୟ ବାପା ମାଆ ଙ୍କୁ ନେଇ ଥାନାରେ ବସାଉଛନ୍ତି ଦିନ ଗୋଟାଏ ପର୍ଯ୍ୟନ୍ତ।କୁହାଯାଏ ଗରିବ ସ୍ତ୍ରୀ ସବୁରି ଶାଳୀ, ଯାହାକୁ ପ୍ରମାଣ କରି ଦେଖାଇଲେ ନୟାଗଡ଼ ର ଏସ ପି ଏବଂ ନୟାଗଡର ରାଜନେତା ମାନେ।
ପରୀ ର ବାପା ମାଆ ଖୁଲମ ଖୋଲା ଅଭିଯୁକ୍ତ ଙ୍କ ନାମ ନେଇ ଆରୋପ କରୁଥିବା ବେଳେ ମଧ୍ୟ ସରକାର୍ ତାଙ୍କୁ ଘଂଟ ଘୋଡାଇ ରଖିଛନ୍ତି ବୋଲି ସେ କହିଛନ୍ତି। ଦିନ ଦ୍ବିପହରରେ ସେମାନେ ଯାଇ କିରୋସିନି ଢ଼ାଳି ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ ଝିଅର ନ୍ୟାୟ ଦାବି ପାଇଁ। ଛାଡ଼ି ଦେଲେନି ସେମାନଙ୍କୁ। ଯଦି ଗରିବ ବାପା ମାଆ ଯାହାଙ୍କ ଝିଅକୁ ଏଭଳି ନିର୍ମମା ଭାବରେ ହତ୍ୟା କରଯାଇଛି, ଯଦି ତାଙ୍କୁ ନ୍ୟାୟ ଦେଇ ପାରିବନି ତେବେ ସେମାନଙ୍କୁ ଆତ୍ମହୁତି ଦେବାକୁ ଛାଡ଼ି ଦେଇଥାନ୍ତ ବୋଲି ସେ କହିଛନ୍ତି।
ସମସ୍ତ ମାନବିକତା କୁ ଭୁଲି ଯାଇଛି ପ୍ରଶାସନ ଓ ପୋଲିସ୍। ଶପଥ ନେଲା ବେଳେ ପୋଲିସ ଯେଉଁ ପ୍ରତିଜ୍ଞା କରିଥିଲା ତାହା ମଧ୍ୟ କେମିତି ଭୁଲିଗଲା ଏବଂ ପୋଲିସ୍ ପୋଷାକରେ ଯେଉଁ ବ୍ୟାଚ୍ ଲାଗିଚି ତାର ମହତ୍ୱ କଣ ରହିଲା ବୋଲି ଏହି ଓଡ଼ିଆ ଯୁବକ ପ୍ରଶ୍ନ କରିଛନ୍ତି। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।