ଏହି ମନ୍ଦିରକୁ ଗଲେ ସମସ୍ତରେ ଇଛା ପୁର୍ଣ ହୋଇଥାଏ ,ଏହି ମନ୍ଦିରର ରହସ୍ୟ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ଦେଶରେ କିନ୍ନର ଙ୍କ ଚାଲିଚଳଣୀ ସର୍ବଦା ରହସ୍ୟମୟ ଭାବରେ ରହି ଆସିଛି । ବଡ଼ କଥା ଏହିକି ଯେ କିନ୍ନର ମାନେ ସେମାନଙ୍କ କୂଳ ଦେବୀ ଙ୍କୁ ମାନିଥାନ୍ତି । ସେମାନଙ୍କ କୂଳ ଦେବୀ ବୋହୁଚୋରା ମାତା ଭାବରେ ପରିଚିତ । ଗୁଜୁରାଟ ର ସେହସଣା ଜିଲ୍ଲାରେ ବୋହୁଚୋରା ମା ଙ୍କ ମନ୍ଦିର । କିନ୍ନର ମାତା ବୋହୁଚୋରାଙ୍କୁ ଅର୍ଦ୍ଧନାରୀସ୍ୱର ଭାବରେ ପୂଜା କରିଥାନ୍ତି ।

ମନ୍ଦିର ରେ ସବୁଦିନ ବହୁତ ମୃଗ ବିଚରଣ କରୁଥିବାରୁ ମା ଙ୍କୁ ମୁର୍ଗା ବୋଲି ମଧ୍ୟ କହିଥାନ୍ତି । ଏପରି ମାନ୍ୟତା ରହିଛି ଯେ ପ୍ରତିଦିନ ପୂଜା କରିବାକୁ ଏଠାକୁ ସାରା ଦେଶରୁ ଅନେକ କିନ୍ନର ଆସିଥାନ୍ତି । ତେବେ କେବଳ ସେତିକି ନୁହେଁ ଆଖପାଖର ଲୋକେ ମଧ୍ୟ ମା ଙ୍କ ଉପରେ ଗଭୀର ବିଶ୍ୱାସ ରଖିଥାନ୍ତି ।

କିମ୍ବଦନ୍ତୀ ଅନୁଯାୟୀ ବୋହୁଚୋରା ମାତା ଏକ କାଳୀନ ବୋହୁ ରାକ୍ଷସଙ୍କୁ ବଧ କରିଥିଲେ । ସେଥିପାଇଁ ତାଙ୍କୁ ବୋହୁଚାରା ନାମ ଦିଆଯାଇଛି ବୋଲି ମଧ୍ୟ କୁହାଯାଏ । ପୁରୁଖା ଲୋକଙ୍କ କହିବା ଅନୁଯାୟୀଆଲ୍ଲାଉଦ୍ଦିନ ଖିଲଜି ଯେତେବେଳେ ଏଠାରେ ବିଜୟ ହାସଲ କରି ଆସିଥିଲେ ସେତେବେଳେ ତାଙ୍କ ନଜର ଏହି ମନ୍ଦିର ଉପରେ ପଡ଼ିଥିଲା । ମନ୍ଦିରର ଧନ ସମ୍ପତ୍ତି ଦେଖି ଆଲ୍ଲାଉଦ୍ଦିନ ଖିଲଜି ଏହାକୁ ଲୁଟିବାକୁ ଚିନ୍ତା କରିଥିଲେ ।

ବିଶାଳ ସେନା ନେଇ ଯେତେବେଳେ ସେ ଏହି ମନ୍ଦିର ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିଲେ ସେତେବେଳେ ସେ ମନ୍ଦିର ପରିସରରେ ଅନେକ ମୃଗ ବୁଲୁଥିବାର ଦେଖିବାକୁ ପାଇଲେ । ସୈନିକ ମାନେ କ୍ଷୁଧାର୍ଥ ଥିବାରୁ ମୃଗ ମାନଙ୍କୁ ମାରି ଖାଇବାରେ ଲାଗିଲେ ।

ମୃଗଙ୍କୁ ଖାଇବା ପରେ ସେଠାରେ ଶୋଇଗଲେ । ପରେ ମୃଗଙ୍କୁ ଖାଇଥିବା ସୈନିକ ମାନେ ମୃତ୍ୟୁବରଣ କରିଥିଲେ । ଆଲ୍ଲାଉଦ୍ଦିନ ଏହା ଦେଖି ଭୟରେ ସେଠାରୁ ପଳାଇ ଯାଇଥିଲେ । ଫଳରେ ମନ୍ଦିର ଲୁଟ ହେବାରୁ ବଞ୍ଚି ଯାଇଥିଲା । ସେହି ଦିନଠାରୁ ଏହାକୁ ମୃଗାବାଲି ମନ୍ଦିର ବୋଲି ମଧ୍ୟ କୁହାଯାଏ । ଏହି ମନ୍ଦିରକୁ କିନ୍ନର ଆସିବାର ମଧ୍ୟ ଅନେକ କାରଣ ରହିଛି । ତେବେ ସବୁଠାରୁ ପ୍ରଚଳିତ କାହାଣୀ ଏହିକି ଯେ ଗୁଜୁରାଟ ରାଜାଙ୍କର କୌଣସି ସନ୍ତାନ ନଥିଲେ ।

ବୋହୁଚରା ମାତାଙ୍କର ପୂଜା କରିବା ପରେ ତାଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା । କିନ୍ତୁ ସେ ନପୁଂସକ ଥିଲେ । ପୁତ୍ର ଏଠାରେଅନେକ ପୂଜାପାଠ କରିବା ପରେ ପୁର୍ଣ୍ଣ ଶରୀର ପ୍ରାପ୍ତ କରିଥିଲେ । କିନ୍ତୁ ମା ଙ୍କ ପୂଜା କରୁକରୁ ସେ ମା ଙ୍କ ଭକ୍ତ ପାଲଟି ଯାଇଥିଲେ । ତେଣୁ ସେ ରାଜପାଟ ଛାଡ଼ି ସେଠାରେ ରହିଗଲେ ।

ଏହାପରଠାରୁ କିନ୍ନର ସମ୍ପ୍ରଦାୟ ନିଜର ମୁକ୍ତି ପାଇଁ ଏଠାରେ ପୂଜା କରିଥାନ୍ତି , ଯେପରି ପର ଜନ୍ମରେ ତାଙ୍କୁ କିନ୍ନର ଜନ୍ମରୁ ମୁକ୍ତି ମିଳୁ । ଏହାଛଡ଼ା ଏଠାରେ ନିଃସନ୍ତାନ ଦମ୍ପତ୍ତି ସେମାନଙ୍କର ପୁତ୍ର ସନ୍ତାନ କାମନା କରି ଆସିଥାନ୍ତି । ସନ୍ତାନ ହେବା ପରେ ଏଠାରେ ଶିଶୁର ମଣ୍ଡନ ମଧ୍ୟ କରିଥାନ୍ତି । ଏହା ବ୍ୟତୀତ ଏଠାରେ ମୃଗ ଦାନ ବିଧି ମଧ୍ୟ ପ୍ରଚଳିତ ରହିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।