ଶୁଣନ୍ତୁ Audio Call : ଚର୍ଚ୍ଚାରେ ଏହି ବିଶ୍ଵବିଦ୍ୟାଳୟର ପ୍ରଫେସରଙ୍କ ଛାତ୍ରୀ ଙ୍କ ସହ ଅଶ୍ଳୀଳ ଅଡିଓ କଲ ଭାଇରାଲ….

ବର୍ତ୍ତମାନ ପ୍ରତିଦିନ ସମାଜରେ କିଛି ନା କିଛି ତଥ୍ୟ ଶୁଣିବା ପାଇଁ ମିଳିଥାଏ। ଆଜିକାଲି ଶିକ୍ଷିତ ସଭ୍ୟ ସମାଜରେ ସମସ୍ତଙ୍କ ମନ କଳୁଷିତ ହୋଇ ଗଲାଣି। ଗୁରୁ ଶିଷ୍ୟର ସମ୍ପର୍କ ପବିତ୍ର ସମ୍ପର୍କ ହୋଇଥାଏ। ଗୁରୁଙ୍କୁ ବହୁତ ଉଚ୍ଚ ସ୍ଥାନରେ ରଖା ଯାଇ ଥାଏ ଓ ତାଙ୍କୁ ବହୁତ ସମ୍ନାନ ମଧ୍ୟ ଦିଆ ଯାଇ ଥାଏ। କିନ୍ତୁ ସେମାନେ ପିଲା ମାନଙ୍କୁ ବହୁତ ଖରାପ କଥା ବାର୍ତା କରି ଥାଆନ୍ତି ଓ ସେମାନଙ୍କ ସହିତ ଖରାପ ବ୍ୟବହାର ମଧ୍ୟ କରି ଥାଆନ୍ତି। ଯାହାକି ଏହା ଏକ ଅପ୍ରୀତିକର କଥା ଅଟେ। ଠିକ ଏଭଳି କିଛି ଘଟଣା ବର୍ତ୍ତମାନ ସାମ୍ନାକୁ ଆସିଛି।

ତେବେ ସମାଜରେ ଶିକ୍ଷକଙ୍କ ସ୍ଥାନ ସବୁବେଳେ ଉପରେ ଥାଏ, କାରଣ ଶିକ୍ଷକଙ୍କ ଦ୍ୱାରା ଆଗାମୀ କାଲିର ଭବିଷ୍ୟତ ସ୍ଥିର ହୋଇଥାଏ। ଶିକ୍ଷକ ହିଁ ଅଜ୍ଞାନରୂପୀ ଅନ୍ଧକାର କୁ ଦୁରୀଭୂତ କରି ଜ୍ଞାନର ପଥ ଦେଖାଇଥାନ୍ତି। ବାପା ମାଆଙ୍କ ଅପେକ୍ଷା ଶିକ୍ଷକଙ୍କ ସ୍ଥାନ ଅନେକ ଉପରେ, ପ୍ରତ୍ୟେକ ଛାତ୍ର ଛାତ୍ରୀ ଶିକ୍ଷକଙ୍କ ଠାରୁ ଶିକ୍ଷା କରିଥାନ୍ତି। କିନ୍ତୁ ବେଳେ ବେଳେ କିଛି ଶିକ୍ଷକ ଏଭଳି କିଛି ନିନ୍ଦନୀୟ କାର୍ଯ୍ୟ କରିଥାନ୍ତି, ଯାହା ସମସ୍ତ ଶିକ୍ଷକ ଜାତି ଉପରେ କଳଙ୍କର ଦାଗ ସୃଷ୍ଟି କରିଥାଏ।

 ତେବେ ଆସନ୍ତୁ ଆଜି ଆମେ ଏଭଳି କିଛି ଘଟଣା କହିବା ପାଇଁ ଯାଉଛୁ, ଯାହା ଶିକ୍ଷା ବିଭାଗକୁ କଳଙ୍କିତ କରିଛି। ତେବେ ନିକଟରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ରୁ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହା ସମସ୍ତଙ୍କ ହୋସ ଉଡାଇ ଦେଇଛି ।ଜଣେ ଆସିଷ୍ଟାଣ୍ଡ ପ୍ରଫେସର ଜଣେ ଛାତ୍ରୀଙ୍କୁ ଯାହା କହୁଛନ୍ତି ଶୁଣିଲେ ଲାଜ ଲାଗିବ ।

ସୂଚନା ଅନୁଯାୟୀ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଜଣେ ଛାତ୍ର ଓ ପ୍ରଫେସରଙ୍କର ଓଡ଼ିଓ କଲ ରେକର୍ଡ ଏବେ ସବୁଠି ଭାଇରଲ ହେଉଛି ।ତେବେ ବିଶ୍ୱବିଦ୍ୟାଳୟ ଇଂରାଜୀ ବିଭାଗର ଆସିଷ୍ଟାଣ୍ଡ ପ୍ରଫେସର ନାଆରେ ଏମିତି ଅଭିଯୋଗ ଆସିଛି କି ସେ ଶାରୀରିକ ସମର୍କ ରଖିବାକୁ କହୁଛନ୍ତି ପିଲାଙ୍କୁ ।

ଆଉ ଏହି କଥାରେ କେତେ ସତ ରହିଛି ତାହା ଆପଣ ସେହି ଓଡ଼ିଓ ଶୁଣିଲେ ଜାଣି ପାରିବେ । 15 ମିନିଟର ଏହି ଓଡ଼ିଓ କଲି ଭିତରେ ପ୍ରଫେସର ଛାତ୍ରୀଙ୍କୁ କହୁଛନ୍ତି କି ମୋ ପାଖରେ ଦୁଇଟି ପେପର ଯେଉଁଥିରେ ତୁମେ ପିଏଚଡି କରିପାରିବ ।କିନ୍ତୁ ଏଥିପାଇଁ ଶୋଇବାକୁ ପଡିବ, ଏହାଛଡା କହୁଛନ୍ତି ତୁମେ ମୋତେ ପସନ୍ଦ କର ମାନେ କେତେ ଭଲପାଅ ।

ଏହି କଥାରୁ ଜଣା ପଡୁଛି ପିଲାଟିକୁ ଫ୍ରଫେସର ତାଙ୍କ ପାଖରେ ପିଏଚଡି କରିବାକୁ କହିଛନ୍ତି ଯାହା ବଦଳରେ ତାଙ୍କୁ ଏମିତି ସମ୍ପର୍କ ରଖିବାକୁ ପଡିବ ଯାହାର ଇନ୍ଡାଇରେକ୍ଟ ହିଂଟ ଦେଇଛନ୍ତି ପ୍ରଫେସର ଜଣଙ୍କ । କିନ୍ତୁ ଝିଅ ଜଣଙ୍କ ଆଗକୁ ବୁଝି ଜଣାଇବେ କହିଥିଲେ ହେଲେ ପରେ ଏହି କଲ ରେକର୍ଡ ଭାଇରଲ ହେବାରେ ଲାଗିଛି ।ତେବେ ଆଶ୍ଚର୍ଯ୍ୟର କଥା ହେଉଛି କି ଏତେ ସବୁ କଥା ପରେବି ବିଶ୍ୱବିଦ୍ୟାଳୟର କର୍ତ୍ତୃପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ଯାଇନାହିଁ ।ଆଉ ଏପରି ହେଲେ କଣ ହେବ ଏହି ଛାତ୍ରଛାତ୍ରୀ ମାନଙ୍କର ଭବିଷ୍ୟତ । ତେଣୁ ଏପରି ପ୍ରଫେସର ମାନଙ୍କୁ କେବେ ଶିକ୍ଷକ ପରି ଏତେ ବଡ଼ ପଦବୀ କେବେ ଦେବା ଉଚିତ ନୁହେଁ ।