ଏହି ଦେଶରେ ୧୪ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ ଯନ୍ତ୍ରଣା ଠାରୁ ବଳିଗଲା ‘କୁମାରୀତ୍ୱ ପରୀକ୍ଷଣ’ର ଯାତନା,ସମ୍ପୂର୍ଣ ଘଟଣା ବିଷୟରେ ଜାଣିଲେ ଆଖିରୁ ଲୁହ ଆସିଯିବ

ପାକିସ୍ତାନ ରେ ଘଟୁ ଥିବା ଅମାନବୀୟ ଘଟଣା ସମ୍ପର୍କରେ ଆପଣ ପୂର୍ବରୁ ଅନେକ କଥା ଶୁଣି ଥିବେ।ଭାରତ ଠାରୁ ପାକିସ୍ତାନ ର ଆଇନ କାନୁନ ଭିନ୍ନ ବୋଲି ଆପଣ ଜାଣି ଥିବେ।ମାତ୍ର ଆଜି ଆମେ ଆପଣଙ୍କୁ ଏମିତି ଏକ ନିୟମ ବିଷୟରେ କହିବୁ ଯାହାକୁ ଜାଣିଲା ପରେ ଆପଣଙ୍କ ପାଦ ତଳୁ ମାଟି ଖସି ଯିବ।ଆପଣଙ୍କୁ ଆଶ୍ଚର୍ଯ୍ୟ କରାଇବ।ତେବେ ଆସନ୍ତୁ ଜାଣିବା ସେହି ଘୃଣ୍ୟ ଆଇନ ବିଷୟରେ।

ତେବେ ଆଜି ଅଧିକାଂଶ ଦେଶରେ ନାରୀଟିଏ ନିଜକୁ ଅସୁରକ୍ଷିତ ମନେ କରୁଛି।ନାରୀଟିକୁ ସମସ୍ତେ ଏକ ଉପଭୋଗ ର ସାମଗ୍ରୀ ରୂପେ ଭାବି ନେଇଛନ୍ତି।ତେଣୁ ତାର ଇଜ୍ଜତ ସହିତ ବାରମ୍ବାର ଖେଳୁଛନ୍ତି।ତେବେ ଗୋଟିଏ ନାରୀ ସହିତ ଦୁଷ୍କର୍ମ ହେଲେ ତାର ସର୍ବସ୍ବ ଲୁଟି ଯାଏ।

ସେ ଭିତରୁ ବହୁତ ଭାଙ୍ଗି ପଡ଼େ।ସେ ସମାଜ ଆଗରେ ବହୁତ ଘୃଣ୍ୟ ହୋଇ ଯାଏ।ମାତ୍ର ପାକିସ୍ତାନ ରେ ନାରୀ ମାନଙ୍କ ପାଇଁ ଦୁଷ୍କର୍ମ ଠାରୁ ଅଧିକ କଷ୍ଟଦାୟକ ଓ ପୀଡ଼ା ଦାୟକ ହୋଇ ପଡ଼ୁଛି କୁମାରୀତ୍ବ ପରୀକ୍ଷା।ଯଦି କୌଣସି ଅବିବାହିତ ମହିଳା ବା ଯୁବତୀ ଦୁଷ୍କର୍ମ ର ଅଭିଯୋଗ ପୋଲିସ ନିକଟରେ କରନ୍ତି ତାହେଲେ ତାଙ୍କ ପାଇଁ କୁମାରୀତ୍ବ ପରୀକ୍ଷା ବାଧ୍ୟତାମୂଳକ ଅଟେ।

ତେବେ ମିଳିଥିବା ସୂଚନା ଅନୁଯାୟୀ, ପାକିସ୍ତାନ ର ଜଣେ ୧୪ ବର୍ଷୀୟ ନାବାଳିକା ସାଜିୟା ( ଛଦ୍ମନାମ) ନିଜ ପିତାଙ୍କ ସମ୍ପର୍କୀୟ ଙ୍କ ଦ୍ଵାରା ଦୁଷ୍କର୍ମ ର ଶିକାର ହେବା ପରେ ସେ ପୋଲିସ ନିକଟରେ ଅଭିଯୋଗ କରି ଥିଲେ।ପରେ ପୋଲିସ ତାଙ୍କ ସହ ନ୍ୟାୟ ପରିବର୍ତ୍ତେ ତାଙ୍କୁ ଯେଉଁ ନିର୍ଯ୍ୟାତନା ଦେଇ ଥିଲା ତାକୁ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇ ଯିବେ। ସାଜିୟା ଜଣେ ନାବାଳିକା ଓ ଅବିବାହିତ ମହିଳା ହୋଇ ଥିବାରୁ ତାଙ୍କର କୁମାରୀତ୍ବ ପରୀକ୍ଷା ପାଇଁ ପୋଲିସ କହି ଥିଲା।

ତେଣୁ ଏଥି ପାଇଁ ନାବାଳିକା ଜଣକ ପ୍ରକୃତରେ କୁମାରୀ ନା ଅଭ୍ୟାସଗତ ଭାବେ ଯୌନ ସଂପର୍କ ରଖନ୍ତି? ତାଙ୍କ ସହ ଦୁଷ୍କର୍ମ ହୋଇଛି କି ନାହିଁ? ଦୁଷ୍କର୍ମ ପୂର୍ବରୁ ତାଙ୍କ କୁମାରୀତ୍ୱ ଅକ୍ଷତ ଥିଲା ନା ନାହିଁ?ପୂର୍ବରୁ ତାଙ୍କର ଯୌନ ସଂପର୍କ ରଖିବାର ଇତିହାସ ଅଛି ନା ନାହିଁ ?

ପ୍ରକୃତ ଅପରାଧୀ କୁ ଖୋଜିବା ପରିବର୍ତ୍ତେ ଏମିତି ଅନେକ ତଥ୍ୟର ଯାଞ୍ଚ ଆରମ୍ଭ କରିଥିଲା ପୋଲିସ।ତେଣୁ ଏଥି ପାଇଁ ପୋଲିସ ତାଙ୍କୁ ଡାକ୍ତରଙ୍କ ପାଖକୁ ନେଇ ଯାଇ ଥିଲା ଓ ଡାକ୍ତରଙ୍କୁ ସାଜିୟା ଙ୍କ କୁମାରୀତ୍ବ ପରୀକ୍ଷା କରିବା ପାଇଁ କହି ଥିଲା।ପରେ ଡାକ୍ତର କୁମାରୀତ୍ବ ପରୀକ୍ଷା ଆଳରେ ତାଙ୍କ ସହିତ ଯାହା କରି ଥିଲେ ତାହା ଅତ୍ୟନ୍ତ ଯନ୍ତ୍ରଣା ଦାୟକ ବୋଲି ସେ କହିଛନ୍ତି।

ଡାକ୍ତର ସାଜିୟାଙ୍କ କୁମାରୀତ୍ବ ପରୀକ୍ଷା ପାଇଁ ତାଙ୍କର ଏକାଧିକ ଆଙ୍ଗୁଳି ସାଜିୟାଙ୍କ ଗୁପ୍ତାଙ୍ଗ ରେ ପୁରାଇ ଥିଲେ,ଯାହା ଅତ୍ୟନ୍ତ ଯନ୍ତ୍ରଣା ଦାୟକ ଥିଲା।ଯେତେବେଳେ ଡାକ୍ତର ତାଙ୍କ ଗୁପ୍ତାଙ୍ଗ ରେ ଆଙ୍ଗୁଠି ଭର୍ତ୍ତି କରୁ ଥିଲେ ସେତେବେଳେ ସାଜିୟା ଜୋରରେ ଚିତ୍କାର କରୁଥିଲେ।

ମାତ୍ର ଡାକ୍ତର ଅଟକି ନଥିଲେ।ମାତ୍ର ଡାକ୍ତର ଏପରି କାହିଁକି କରୁଛନ୍ତି ତାହା ସାଜିୟା ବୁଝି ପାରି ନଥିଲେ।ତେବେ ସାଜିୟାଙ୍କ ଏହି ବୟାନ ଗଣମାଧ୍ୟମ ରେ ପ୍ରକାଶ ପାଇଲା ପରେ ଏବେ ପାକିସ୍ତାନ ରେ କୁମାରୀତ୍ବ ପରୀକ୍ଷା ଆଇନ କୁ ଉଚ୍ଛେଦ କରିବା ପାଇଁ ଆନ୍ଦୋଳନ ଜୋର ଧରିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।