ଏହି ତୃତୀୟ ଶ୍ରେଣୀର କୁନି ଝିଅ ଜିତିଲା ସାରା ବିଶ୍ବଙ୍କ ହୃଦୟ India Book Of Records ରେ ସ୍ଥାନ ପାଇଲେ, ଦେଖନ୍ତୁ ବିସ୍ମୟ ବାଳିକର ଅଜବ କଳା…ଦେଖନ୍ତୁ ଭିଡ଼ିଓ

ବେଳେ ବେଳେ ସୋସିଆଲ ମିଡ଼ିଆରେ ଆମେ ଏମିତି କିଛି ଭାଇରାଲ ଭିଡିଓ ଦେଖିଥାଉ ଯାହା ଆମ ମନ ଭିତରେ ଥିବା ଆତ୍ମବିଶ୍ୱାସ କୁ ଆହୁରି ବଢ଼ାଇଥାଏ। କଥାରେ ଅଛି ମନରେ ଦୃଢ଼ ସାହାସ ଏବଂ ଇଛା ଶକ୍ତି ଥିଲେ ମଣିଷ କିଛି ବି କରିପାରିବ। ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପାଇଁ କୌଣସି ବୟସ କିମ୍ବା ଅନ୍ୟ କିଛି ବାଧକ ସାଜିନଥାଏ।
ଏମିତି ଏବେ ଚର୍ଚ୍ଚାରେ ଅଛନ୍ତି ଜଣେ ୬ ବର୍ଷୀୟ ବାଳିକା ।ସୋସିଆଲ ମିଡ଼ିଆରେ ଏହି ବାଳିକାର ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖି ଏବେ ତାଙ୍କ ପାଖକୁ ପ୍ରଶଂସା ର ସୁଅ ଛୁଟିଛି।ଦେଶ ବିଦେଶରେ ବହୁତ କବି ବିଶ୍ୱ କବି ସମ୍ମିଳନୀରେ ଯୋଗଦେଇଥିଲେ। କିନ୍ତୁ ସେହି ସମ୍ମିଳନୀରେ କିସର ତୃତୀୟ ଶ୍ରେଣୀ ର ପଡୁଥିବା ୬ ବର୍ଷର ଛାତ୍ରୀ ସୁଦେଷ୍ନା ପ୍ରଧାନ ଏହି ସମ୍ମିଳନୀରେ ମୁଖ୍ୟ ଆକର୍ଷଣ ପାଲଟିଥିଲେ।

ସେହି ସମ୍ମିଳନୀରେ ଏହି କୁନି ଝିଅଟି ନିଜର ଭାଷଣ ରଖିଥିଲା। ସେହି ପିଲାଟିର ଭାଷଣ ସମ୍ମିଳନୀରେ ଥିବା ଲୋକମାନଙ୍କୁ ଏତେ ବିମୋହିତ କରିଥିଲା କି, ସମସ୍ତେ ସେହି ଛୋଟ ପିଲାଟିର ଭାଷଣ ରେ ବହୁତ ମୁଗ୍ଧ ହୋଇଯାଇଥିଲେ।

ଏହି ସମ୍ମିଳସନୀ ଟି ୧୫୦୦ ଲୋକଙ୍କୁ ନେଇ ଆୟୋଜିତ ହୋଇଥିଲା। ସେହି ସମ୍ମିଳନୀରେ ପିଲାଟି ମହାତ୍ମା ଗାନ୍ଧୀଙ୍କ ବିଷୟରେ ନିଜ କବିତାରେ ଏମିତି ଭାଷଣ ରଖିଥିଲା ଯାହା ସମସ୍ତଙ୍କ ହୃଦୟକୁ ଛୁଇଁଥିଲା। କାରଣ ଛୋଟ ପିଲାଟିର ଏମିତି ସ୍ପିରିଟ ଦେଖି ସମସ୍ତେ ଚକିତ ହୋଇପଡିଥିଲେ।ଏହା ସହିତ ଏହା ଆମ ମାତୃଭୂମି ପାଇଁ ଏକ ଗୌରବମୟ କଥା ବୋଲି ସମସ୍ତେ କହୁଥିଲେ। କାରଣ ଯେଉଁ ସମୟରେ ପିଲାଟି ତାର ଶିକ୍ଷଣର ପ୍ରଥମ ପାଦ ଶିକ୍ଷା ପ୍ରତି ବଢ଼ାଇଥାଏ ସେହି ସମୟରେ ଏଭଳି ସାହସ ରଖି ସମସ୍ତ କବି ମାନଙ୍କ ସମ୍ମୁଖରେ ମହାତ୍ମା ଗାନ୍ଧୀଙ୍କ ବିଷୟରେ ଏପରି ଏକ ଭାଷଣ ଦେବା ନିଶ୍ଚିତ ଭାବରେ ବହୁତ ବଡ଼ ସାହସିକତା ର ପରିଚୟ ବୋଲି କହିଛନ୍ତି।

ପିଲାଟି ଉକ୍ତ ଭାଷଣ ରେ ମହାତ୍ମା ଗାନ୍ଧୀଙ୍କ ର ସମ୍ପୂର୍ଣ୍ଣ ଚରିତ୍ର କୁ ବର୍ଣ୍ଣନା କରିବା ସହିତ ଭାରତକୁ ସ୍ୱାଧୀନ କରିବା ପାଇଁ ମହାତ୍ମା ଗାନ୍ଧୀ କିଭଳି ଭାବରେ ନିଜେ ଜଳି ସମସ୍ତଙ୍କୁ ଦେଶ ପାଇଁ ଲଢ଼ିବାର ଶିକ୍ଷା ପ୍ରଦାନ କରୁଥିଲେ ,ଏପରିକି ଭାରତ ମାତାର ମହତ୍ତ୍ୱ ସମ୍ପର୍କରେ ସମସ୍ତଙ୍କୁ ବୁଝାଉଥିଲେ ତାହାକୁ ଏହି ୬ ବର୍ଷର କୁନି ପିଲାଟି ବହୁତ ସୁନ୍ଦର ଭାବରେ ତାର ଭାଷଣରେ ସମସ୍ତଙ୍କୁ ଅବଗତ କରାଇଥିଲେ। ହାତରେ ବାଡ଼ି,

 

ଆଖିରେ ଚଷମା ଆଉ ଧୋତି ପିନ୍ଧି ଆମ ଦେଶକୁ ସ୍ୱାଧୀନ କରାଇଥିଲେ ଆମ ସମସ୍ତଙ୍କର ପ୍ରିୟ ବାପୁଜୀ ଯାହାକୁ ସମସ୍ତେ ମୋହନ ଦାସ କରମଚାନ୍ଦ ଗାନ୍ଧୀ ନାମରେ ଜାଣିଛନ୍ତି।ନିଷ୍ଠୁର ଇଂରେଜ ସରକାର ସେହି ବାପୁଜୀ ଙ୍କ ଦୃଢ଼ତା ଆଗରେ ହାର ମାନିଥିଲା। ଅହିଂସା ବଳରେ ସେ ସମସ୍ତଙ୍କୁ ଅଭିମନ୍ତ୍ରିତ କରିଥିଲେ ଏବଂ ଭାରତୀୟ ମାନଙ୍କୁ କିପରି ଏକତା ବଦ୍ଧ କରି ଭାରତକୁ ସ୍ୱାଧୀନ କରାଇଥିଲେ। ଏହି ସମ୍ପର୍କରେ କୁନି ଝିଅଟି ବହୁତ ସୁନ୍ଦର ଭାଷଣ ଦେଇଥିଲେ।

ଏହି ସମ୍ମିଳନୀରେ କେବଳ ମହାତ୍ମାଗାନ୍ଧୀ କଥା ନୁହେଁ ବରଂ କ୍ରିସ ର ପ୍ରତିଷ୍ଠାତା ଶ୍ରୀଯୁକ୍ତ ଅଚ୍ୟୁତ ସାମନ୍ତଙ୍କ ବିଷୟରେ ମଧ୍ୟ ବହୁତ ସୁନ୍ଦର ଭାଷଣ ଦେଇଥିଲା। ସେ କିପରି ଭାବରେ ନିଜ ଛାତ ତଳେ ୨୦ ହଜାର ଆଦିବାସୀ ପିଲାଙ୍କୁ ମାଗଣା ଶିକ୍ଷା ପ୍ରଦାନ କରିଥାନ୍ତି ଏବଂ କିପରି ଭାବରେ ଲୋକଙ୍କୁ ଶିକ୍ଷା ଗ୍ରହଣ ପାଇଁ ସାହାଯ୍ୟ କରିଥାନ୍ତି ସେ ବିଷୟରେ ମଧ୍ୟ ବହୁତ ସୁନ୍ଦର ଭାଷଣ ଦେଇଥିଲେ। କେବଳ ଭାଷଣ ନୁହେଁ, ଭାଷଣ ସହିତ ଏପରି ଅଙ୍ଗ ଭଙ୍ଗି ଦେଖେଇଥିଲା କି ,ଯାହା ସମସ୍ତଙ୍କ ହୃଦୟକୁ ଛୁଇଁଥିଲା।