ହେ ପ୍ରଭୁ ! ଏହି ଛୋଟ ଛୁଆଟେ ପାଇଁ ଆକୁତି ବିନତି ହୋଇ ସାହାଯ୍ୟ ମାଗିଲେ ବାପା ମା’ । ଏହି ପୋଷ୍ଟଟିକୁ ଅଧିକରୁ ଅଧିକ share କରନ୍ତୁ…Plese…

ବୟସ ମାତ୍ର ୮ ବର୍ଷ। ଖେଳ କୁଦ ବୟସରେ ଅସହ୍ୟ ଯନ୍ତ୍ରଣା ରେ ଛଟପଟ ହେଉଛି ସେ।କେହି ବୁଝିବାକୁ ତା ପାଖରେ ନାହାନ୍ତି ତାର ଏହି ଦୁଃଖକୁ। ଆମେ କହୁଚୁ ଦେବଗଡ଼ ର ପାଞ୍ଚ ନମ୍ୱର୍ ୱାର୍ଡ ର ବାସିନ୍ଦା ସୁନୀଲ ବେହେରା ଙ୍କ ପୁଅ ମାହାବିର ଙ୍କ ସମ୍ପର୍କରେ। ତାଙ୍କ ସହ ଘଟିଛି ଏକ ଅଭାବନୀୟ ଘଟଣା। ଯାହା ଶୁଣିଲେ ଆଖିରେ ଲୁହ ଆସିଯିବ।

ପାଣି ଜମି ଯିବାରୁ ତାଙ୍କର ଗୋଡ଼ରୁ ହାତ ପର୍ଯ୍ୟନ୍ତ ଫୁଲି ଯାଇଛି। ହେଲେ ଅର୍ଥ ଅଭାବ କାରଣରୁ ଚିକିତ୍ସା ପାଇ ପାରୁ ନାହିଁ ଏହି ପିଲାଟି। ତାର ବାପା ମାଆ ତାକୁ ଚିକିତ୍ସା ଯୋଗାଇ ଦେବାକୁ ସମର୍ଥ ହୋଇ ପାରୁ ନାହାନ୍ତି।

ଯେଉଁ କାରଣରୁ ୮ ବର୍ଷର ଏହି ପିଲାଟି ଭୋଗୁଛି ଅସହ୍ୟ ଯନ୍ତ୍ରଣା। ଯେଉଁ ବୟସରେ ପିଲାମାନେ ହସି ଖେଳି, ନାଚ କୁଦ କରିବା କଥା,ସେହି ବୟସରେ ସେ ବେଡ଼ ରୁ ଉଠୁ ନାହିଁ। ତେବେ ତାଙ୍କର ଏହି ଭଳି ଅବସ୍ଥା ଦେଖି ବାପା ମା ମଧ୍ୟ ବହୁତ୍ ଦୁଃଖ ଭିତରେ ରହିଛନ୍ତି। କିନ୍ତୁ କିଛି କରିବା ଭଳି ସ୍ଥିତି ରେ ସେ ନାହାନ୍ତି।

ପରିବାର ପକ୍ଷରୁ କହିବା କଥା ଯାହା, ପୂର୍ବରୁ ଜନ୍ମ ସମୟରୁ ସବୁ ଠିକ୍ ଠାକ୍ ରହିଥିଲା। କିନ୍ତୁ ଗୋଟିଏ ବର୍ଷ ତଳେ ପାଣି ଜମି ଯିବା କାରଣରୁ ତାର ମୁହଁ, ପେଟ , ଗୋଡ଼ ଆଦି ସବୁ ଫୁଲି ଯାଇଛି। ବାଉଁଶ ଏବଂ ମାଟି ଛପର ଘରେ ଯେଉଁଠି ବଞ୍ଚିବା ଏବଂ ଜୀବନ ଧାରଣ ପାଇଁ ସଂଘର୍ଷ ଚାଲିଛି ସେଇଠି ଚିକିତ୍ସା କଥା ପଚାରେ କିଏ।

ତେବେ ଏହାକୁ ନେଇ ତାଙ୍କ ବାପା କହିଛନ୍ତି ଯେ ସେ ପିଲାକୁ ନେଇ ବୁର୍ଲା, ଦେବଗଡ଼ ଓ ପରେ କଟକ ବଡ଼ ଡାକ୍ତରଖାନା କୁ ଯାଇଥିଲେ। ଏହାପରେ ସେଠାରେ ପିଲାର ଚିକିତ୍ସା ପାଇଁ ୩୦ ହଜାର ଟଙ୍କା ଆବଶ୍ୟକ କହିବା ପରେ ସେମାନେ ପାଖରେ ଅର୍ଥ ନଥିବା କାରଣରୁ ପିଲାକୁ ଫେରାଇ ଆଣିଥିଲେ।

ତେବେ ଏହାକୁ ନେଇ ତାଙ୍କ ମଧ୍ୟ ଦୁଃଖଭାରା କଥା କହିଛନ୍ତି। ପୁଅର ଏହିଭଳି ଅବସ୍ଥା ଦେଖି ମାଆ ମଧ୍ୟ ଦୁଃଖରେ ଭାଙ୍ଗି ପଡିଛନ୍ତି।ତେବେ ପ୍ରଥମେ ସେମାନେ ପୁଅର ଚିକିତ୍ସା ପାଇଁ ଦେବଗଡ଼ ମୁଖ୍ୟ ଚିକିତ୍ସାଳୟ କୁ ଯାଇଥିଲେ। ପରବର୍ତ୍ତୀ ସମୟରେ ବୁର୍ଲା ବଡ଼ ଡ଼ାକ୍ତରଖାନା ଓ କଟକ କୁ ମଧ୍ୟ ନିଆ ଯାଇଥିଲା।

ତେବେ ପୁଅର ଚିକିତ୍ସା ପାଇଁ ସୁନିଲ୍ ଧାର ଉଧାର କରି ଯେଉଁ ଟଙ୍କା ନେଇ ଯାଇଥିଲେ ସେସବୁ ସରିଗଲା ପରେ ସେ ଚିକିତ୍ସା ନକରି ଅଧାରୁ ତାଙ୍କ ପୁଅକୁ ନେଇ ଆସିଥିଲେ ଘରକୁ।ତେବେ ଏହାପରେ ସେ ସରକାରୀ ସୂତ୍ରରୁ ଯଦି କିଛି ଲାଭ ପାଇ ପାରନ୍ତେ ତେବେ ପୁଅର ଚିକିତ୍ସା କାର୍ଯ୍ୟରେ ତାହା ସହାୟକ ହୁଅନ୍ତା ବୋଲି ପରିବାର ପକ୍ଷରୁ କୁହା ଯାଇଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।