ଦେଖନ୍ତୁ ଭିଡ଼ିଓ । ସରକାର ଙ୍କର ଖୁଲିଲା ଗୁମର, ଏହି ଭିଡ଼ିଓ ଟି ଏବେ ନିଆଁ ଭଳି ଭାଇରାଲ ହେବାରେ ଲାଗିଛି……

ଆଜିର ସ୍ବାର୍ଥ ବହୁଳ ଦୁନିଆରେ ମାନବିକତାର କିଭଳି ମୃତ୍ୟୁ ଘଟୁଛି ତାହା କେହି ଆଖିରେ ନଦେଖିଲେ ବିଶ୍ବାସ କରିବା ଅସମ୍ଭବ ନିଶ୍ଚିତ ଭାବେ।ତେବେ ମନୁଷ୍ୟ ପ୍ରଥମରୁ ସ୍ବାର୍ଥ ସର୍ବସ୍ବ ଭାବେ ଜୀବନ ଯାପନ କରି ନଥାଏ।ପରିସ୍ଥିତି ଓ ସମାଜ ତାକୁ ସ୍ୱର୍ଥୀ ହବା ପାଇଁ ପ୍ରରୋଚିତ କରିଥାଏ।କିନ୍ତୁ ଆମେ ଆଜି ଯେଉଁ ଘଟଣା ସମ୍ପର୍କରେ ଆଲୋଚନା କରିବା ତାକୁ ଆଧାର କରି ଜଣେ ଶ୍ୱର୍ଥି ହେବା କେତେ ଆବଶ୍ୟକ ତାହା ଆପଣ ମାନେ ବିବେଚନା କରିବେ।

ଯେଉଁଠାରେ ଡାକ୍ତରଙ୍କୁ ଭଗବାନଙ୍କ ଦ୍ୱିତୀୟ ଅବତାର ଭାବେ ପୂଜା କରା ଯାଏ ସେମାନେ ଯଦି ଏଭଳି ନିନ୍ଦନୀୟ କାର୍ଯ୍ୟ କରିବେ ତେବେ ତାହାର ଖରାପ ପ୍ରଭାବ ନିଶ୍ଚିତ ଭାବେ ଆମ ସମାଜ କୁ କଳୁଷିତ କରିବ ।

ଘଟଣାଟି ଘଟିଛି ସମ୍ବଲ୍ ପୁର ଜିଲ୍ଲାରେ।ଜଣେ ଯୁବତୀ ମିଡ଼ିଆ ସାମ୍ନାରେ ହାତ ଯୋଡ଼ି କାନ୍ଦି କାନ୍ଦି ଆକୁଳ ଭାବେ ନ୍ୟାୟ ଭିକ୍ଷା କରିଛନ୍ତି।ଯାହାକି ଅତ୍ୟନ୍ତ ମର୍ମଭେଦୀ ଅଟେ।ଘଟଣା ଟି କିଛି ଏହିପରି। ଅକ୍ଟୋବର ୯ ତାରିଖ ଦିନ ଜଣେ ଯୁବତୀ ଓ ତାଙ୍କ ପରିବାର ନିଜ ଅସୁସ୍ଥ ବାପାଙ୍କୁ ନିକଟସ୍ଥ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ପରିସ୍ଥିତି ଟିକେ ଜଟିଳ ଥିବାରୁ ଡାକ୍ତର ତାପର ଦିନ କୋଭିଡ ଟେଷ୍ଟ କରିବା ପାଇଁ ପରାମର୍ଶ ଦେଲେ।

କୋଭିଡ୍ ଟେଷ୍ଟ ହେବା ପରେ ରେପୋଟ ପୋଜେଟିଭ ଆସିବାରୁ ଡାକ୍ତର ସେମାନଙ୍କୁ ସରକାରୀ କାଭିଡ ହସ୍ପିଟାଲ୍ ସ୍ଥାନାନ୍ତର କରିବା ପାଇଁ କହିଲେ।ଆସ୍ତେ ଆସ୍ତେ ଶରୀର ଅଧିକ ଅସୁସ୍ଥ ହେଉ ଥିବାରୁ ସେମାନେ ଆମ୍ବୁଲାନ୍ସ କୁ ବାରମ୍ବାର କଲ୍ କରିଥିଲେ। ମାତ୍ର କେହି ଶୁଣି ନଥିଲେ।

ତେବେ ଆମ୍ବୁଲାନ୍ସ ଙ୍କୁ ବହୁ ସମୟ କଲ୍ କଲା ପରେ ସେ ନ ଶୁଣିବାରୁ ପରିବାର ଲୋକ ଉପରସ୍ଥ ଅଧିକାରୀଙ୍କୁ ମଧ୍ୟ ଫୋନ୍ କରିଥିଲେ ଓ ନିଜର ଅବସ୍ଥା ସମ୍ପର୍କରେ ଅବଗତ କରାଇ ଥିଲେ।ମାତ୍ର ତାଙ୍କର ବିଦ୍ରୁପ ଭରା କଥା ରେ ପରିବାର ଲୋକ ମର୍ମାହତ ହୋଇ ଥିଲେ। ବହୁ ସମୟ ଅପେକ୍ଷା ପରେ ଆମ୍ବୁଲାନ୍ସ ବଦଳରେ ଏକ ଶିକ୍ଷାନୁଷ୍ଠାନ ଗାଡ଼ି ଆସିଲା ଯେଉଁଥିରେ ନଥିଲା ଅମ୍ଳଜାନ ସୁବିଧା ନା ସେଥିରେ କେହି ସହାୟକ ଥିଲେ।

ଗାଡ଼ି ର ଡୋର ବନ୍ଦ ନକରି ସେଭଳି ଭାବେ ଜୋର୍ ରେ ଡ୍ରାଇଭର ଗାଡ଼ିକୁ ନେଇ ସରକାରୀ ହସ୍ପିଟାଲ୍ ସାମ୍ନାରେ ପକେଇଦେଇ ତାଙ୍କୁ ଚାଲି ଯାଇଥିଲା। ଯେତେ ଡାକ୍ତର କି ନର୍ସ ଙ୍କୁ ମିନତି କଲେ ମଧ୍ୟ କେହି ଶୁଣି ନଥିଲେ।ଓଲଟା ଡାକ୍ତର ନଥିବା କଥା ଦର୍ଶାଇ ଲୋକଙ୍କୁ ଡାକି ସେମାନଙ୍କୁ ମାଡ଼ ମାରିଥିଲେ ଓ କବାଟ ବନ୍ଦ କରିଦେଇଥିଲେ ।

କବାଟ ଭାଙ୍ଗି ଅସୁସ୍ଥ ବ୍ୟକ୍ତିଙ୍କ ପରିବାର ଲୋକ ଭିତରେ ପଶିବାରୁ ପୋଲିସ ଡାକି ସେମାନଙ୍କ ନାମ ରେ କମ୍ପ୍ଲେନ୍ ଦେଇବା ଦ୍ବାରା ପୋଲିସ୍ ଯୁବତୀଙ୍କ ଭାଇଙ୍କୁ ବାନ୍ଧି ନେଇଥିବା ଜଣାପଡିଛି।ଯୁବତୀ ଏହାର ତଦନ୍ତ ଦାବିକରି ନ୍ୟାୟଭିକ୍ଷା କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।