ଏହି ବୟସ୍କ ବ୍ୟକ୍ତି ଙ୍କୁ ବାହା ହେବାକୁ ଯାଉଛନ୍ତି Kangana, ଫୋଟୋ ଦେଖବା ପରେ ଆପଣ କହିବେ ଆଉ କେହି ମିଳିଲେ ନାହିଁ ଶେଷରେ ଏଇ ଦର ବୁଢା କୁ….

ଆପଣମାନେ ଜାଣିଛନ୍ତି ଅଭିନେତ୍ରୀ କଙ୍ଗନା ରଣାୱାତ୍ କିଛିଦିନ ହେଲା ଏକ ଚର୍ଚ୍ଚିତ ଚେହେରା ପାଲଟିଛନ୍ତି। ତାଙ୍କୁ ଆପଣ ନଜାଣିବେ ବା କେମିତି!କାରଣ ବଲିଉଡ୍ ର ଏହି ଆଗ ଧାଡ଼ିର ଅଭିନେତ୍ରୀ କଙ୍ଗନା ରାଣାୱତ ସୋସିଆଲ ମିଡିଆରେ ଏବଂ ଗଣମାଧ୍ୟମ ରେ ଏକ ଚର୍ଚ୍ଚାରେ ରହିଛନ୍ତି ଏବଂ ସବୁବେଳେ ରହି ଆସୁଛନ୍ତି ମଧ୍ୟ। ଏମିତି ରେ ସେ ନିଜର ବୋଲ୍ଡ ଷ୍ଟେଟମେଣ୍ଟ ଏବଂ ବୋଲ୍ଡ ଅନ୍ଦାଜ ପାଇଁ ସବୁବେଳେ ପରିଚିତ ଅଟନ୍ତି ଏବଂ ଜଣା ଯାଇ ଥାଆନ୍ତି ମଧ୍ୟ।

ଗତ କିଛି ମାସ ହେବ ସେ ନିଜ ବୟାନ ଯୋଗୁ କିଛି ଲୋକଙ୍କର ଟାର୍ଗେଟ ବନି ଯାଇଛନ୍ତି ଏହି ଅଭିନେତ୍ରୀ ଜଣଙ୍କ। ତାଙ୍କର ବିବାଦୀୟ ବୟାନ ବେଳେବେଳେ ତାଙ୍କୁ ସମସ୍ୟାରେ ଏବଂ ଅଡ଼ୁଆ ସୂତା ରେ ଗୁଡ଼ାଇ ଦେଇଥାଏ।

ଆଉ ଏହା ଯୋଗୁ ହିଁ ତାଙ୍କ ବିରୋଧରେ କେତେକ ମାମଲା ମଧ୍ୟ ବିଭିନ୍ନ ଥାନାରେ ଓ କୋର୍ଟରେ ରୁଜୁ ମଧ୍ୟ ହୋଇଛି। ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତ ଙ୍କ ମୃତ୍ୟୁ ପରେ ସେ ତାଙ୍କୁ ନ୍ୟାୟ ଦେବା ପାଇଁ ସାମ୍ନାକୁ ଆସିଥିଲେ ଏବଂ ତାଙ୍କର ଆଭିମୁଖ୍ୟ ରଖିଥିଲେ।ଏହାପରେ ସେ ଅନେକ ବିବାଦ ମଧ୍ୟକୁ ଚାଲି ଯାଇଥିଲେ।

କିନ୍ତୁ କଙ୍ଗନା ଏବେ ଏ ସବୁ ବିବାଦ ଠୁ ଦୂରେଇ ନିଜକୁ ବିବାହ ବନ୍ଧନରେ ଆବଦ୍ଧ କରିବାକୁ ଯାଉଛନ୍ତି। ଏହାକୁ ନେଇ ସେ ଏବେ ପୁଣି ଚର୍ଚ୍ଚାର ପରିସରକୁ ଆସିଛନ୍ତି। କାରଣ କଙ୍ଗନା କହିଛନ୍ତି ଯେ ସେ ଏମିତି ଏକ ବ୍ୟକ୍ତି କୁ ବିବାହ କରିବାକୁ ଯାଉଛନ୍ତି ଯାହାଙ୍କ ଠାରୁ ସେ ବିବାହ ଆଡକୁ ଯିବା ପାଇଁ ଏବଂ ବିବାହ କରିବାକୁ ପ୍ରେରଣା ପାଇଛନ୍ତି।

ତେବେ ଆସନ୍ତୁ ଜାଣିବା ସେହି ବ୍ୟକ୍ତି କିଏ ଯାହାଙ୍କୁ କଙ୍ଗନା ବିବାହ କରିବାକୁ ଯାଉଛନ୍ତି।ତେବେ ଚଳଚ୍ଚିତ୍ର ନିର୍ମାତା ନିତେଶ କୁମାର ନାମକ ଜଣେ ବ୍ୟକ୍ତିଙ୍କୁ ସେ ନିଜର ଜୀବନ ସାଥି କରିବାକୁ ଚିନ୍ତା କରିଛନ୍ତି।ତେବେ ଆପଣଙ୍କୁ କହି ରଖୁଛୁ କଙ୍ଗନା ଅଭିନୟ କରିଥିବା ପଙ୍ଗା ଫିଲ୍ମ୍ର ନିର୍ଦ୍ଦେଶନା ଦେଇଥିଲେ ଏହି ନିର୍ଦେଶକ ନୀତେଶ କୁମାର।ଏହି ବ୍ୟକ୍ତି ଜଣଙ୍କ ପୂର୍ବରୁ ବିବାହିତ ଅଟନ୍ତି ଏବଂ ସେ ବିବାହିତ ଥିବା ପରେ ବି କଙ୍ଗନା ତାଙ୍କୁ ପସନ୍ଦ କରିଛନ୍ତି କାରଣ ତାଙ୍କର ବିବାହ ଏବଂ ବୈବାହିକ ଜୀବନର ସଂପୂର୍ଣ୍ଣ ପ୍ରକ୍ରିୟା କୁ ନେଇ ଅଭିଜ୍ଞତା ରହିଛି ।

ବିବାହକୁ ନେଇ ତାଙ୍କର ଚିନ୍ତାଧାରା ଭିନ୍ନ ଧରଣର ରହିଛି। କଙ୍ଗନା ଙ୍କ କହିବା ଅନୁସାରେ ସେ ତାଙ୍କର ସ୍ୱପ୍ନର ମଣିଷ ଭାବରେ ଯେମିତି ବ୍ୟକ୍ତି ଖୋଜୁଥିଲେ ନୀତେଶ ହେଉଛନ୍ତି ସେସବୁ ର ଅଧିକାରୀ। କଙ୍ଗନା ତାଙ୍କ ଅତୀତରେ ପ୍ରେମରେ ପ୍ରତାରଣା ଏବଂ ସମସ୍ତ ଖରାପ୍ ଅନୁଭୂତିକୁ ଭୁଲିଯିବାକୁ ଚାହୁଁଛନ୍ତି ଏବଂ ତାଙ୍କ ଜୀବନକୁ ଏକ ନୂତନ ଢଙ୍ଗରେ ପ୍ରେମକୁ ଅନୁଭବ କରିବାକୁ ଚାହୁଁଛନ୍ତି ଏବଂ ସେ ତାଙ୍କର ସ୍ୱପ୍ନର ମଣିଷ ଭାବରେ ଜଣେ ରୋମାଣ୍ଟିକ ବ୍ୟକ୍ତିଙ୍କୁ ବନେଇବାକୁ ଚାହୁଁଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।