ଏହି ୬ଟି ଘରୋଇ ଉପାୟ କଲେ – ସବୁଦିନ ପାଇଁ ( ମଶା ) ଘରୁ ବାହାରିଯିବେ

ଆଜି କାଲି ଘରେ ସବୁ ଋତୁରେ ମଶା ମାଛି ମାନେ ଆସିଥାନ୍ତି l ଏମାନଙ୍କୁ ଘରୁ ବାହାର କରିବା ପାଇଁ ସବୁଦିନ ନୂଆ ନୂଆ ଉପାୟ କରିଥାନ୍ତି l ଅଧିକାଂଶ ଲୋକ ତ ଘରୁ ମଶା ମାଛିମାନଙ୍କୁ ବାହାର କରିବା ପାଇଁ ଗ୍ୟାସ ଓ କିଛି ମଶା ଧୂପ ବବ୍ୟବହାର କରିଥାନ୍ତି, କିନ୍ତୁ ଏଥି ଦ୍ୱାରା ଆମ ଶରୀରକୁ କ୍ଷତି ହୋଇଥାଏ l

ଏମିତିରେ ଆମେ ଘରୋଇ ଉପଚାର କରି ମଶା ମାଛିମାନଙ୍କୁ ସବୁଦିନ ପାଇଁ ଘରୁ ବାହାର କରିଦେବା ଓ ସହଜରେ ଏହି ସବୁରୁ ମୁକ୍ତି ପାଇପାରିବେ, ତେବେ ଆମେ ଏହି ମଶା ମାନଙ୍କୁ ଏହି ଛଅଟି ଉପାୟ ଦ୍ୱାରା ଆମ ଘରୁ ସବୁ ମଶା ମାଛିମାନଙ୍କୁ ଦୂରେଇ ଦେବା, ତେବେ ଆସନ୍ତୁ ଜାଣିବା ସେହି ଛଅଟି ଉପାୟ l

ପ୍ରଥମେ ଆମେ ଲବଙ୍ଗ ଓ ନଡ଼ିଆ ତେଲ l ମଶା ମାଛିକୁ ଲବଙ୍ଗ ଆଉ ନଡ଼ିଆ ତେଲର ବାସ୍ନା ବିଲକୁଲ ପସନ୍ଦ ଆସେ ନାହିଁ l ନଡ଼ିଆ ତେଲରେ ଲବଙ୍ଗକୁ ମିଶାଇ ଦିଅନ୍ତୁ ଓ ଏହାକୁ ନିଜ ଶରୀରରେ ଲଗାନ୍ତୁ l ମଶା ଆଉ ଆପଣଙ୍କ ପାଖକୁ ଆସିବେ ନାହିଁ l ଏହି ତେଲ ଓଡ଼ମାସ ଭଳି କାମ କରିଥାଏ l

ଦ୍ୱିତୀୟରେ ହେଉଛି କର୍ପୁରର ଧୂଆଁ l ଘରୁ ମଶାକୁ ବାହାର କରିବା ପାଇଁ ସବୁ କବାଟ ଝରକା ବନ୍ଦ କରି ଘରେ କର୍ପୁର ଜଳାନ୍ତୁ l ଏହାର ବାସ୍ନାରେ ମଶାମାନେ ବେହୋସ ହେଇଯିବେl

ତୃତୀୟରେ ହେଉଛି ଲେମ୍ବୁ ରସ l ଲେମ୍ବୁର ରସ ମଶାମାନଙ୍କୁ ବାହାର କରିବା ପାଇଁ ସବୁଠାରୁ ସହଜ ଉପାୟ l ଲେମ୍ବୁର ରସକୁ ଗୋଟେ ବୋତଲରେ ଭରି ରଖି ଦିଅନ୍ତୁ l ଏହାର ପ୍ରୟୋଗ କରିବା ଦ୍ୱାରା ମଶା ପଳାଇ ଯାଇଥାନ୍ତି l

ଚତୁର୍ଥରେ ହେଉଛି ଲିମ୍ବ ତେଲ l ଘରର ମଶାକୁ ବାହାର କରିବା ପାଇଁ ଲିମ୍ବ ତେଲକୁ ଘରର ସବୁ ଜାଗାରେ ଏହି ତେଲକୁ ଛିଞ୍ଚି ଦିଅନ୍ତୁ l ଏହା ଦ୍ୱାରା ମଶା ଆଉ ଘରକୁ ଆସିବେ ନାହିଁ l

ପଞ୍ଚମରେ ହେଉଛି ତୁଳସୀ l ତୁଳସୀ ଗଛତ ପ୍ରାୟ ସମସ୍ତଙ୍କ ଘରେ ରହି ଥାଏ l ଏହି ତୁଳସୀ ପତ୍ରର ବହୁତ ଉପକାରିତା ରହିଥାଏ l ତୁଳସୀ ପତ୍ରକୁ ମଧ୍ୟ ଆମେ ଥଣ୍ଡା ହେଲେ ଆମେ ତୁଳସୀ ପତ୍ରକୁ ଛେଚି ତାର ରସକୁ ବାହାର କରି ମହୁ ସହିତ ମିଶାଇ ପିଲେ ଥଣ୍ଡା ଭଲ ହୋଇଯାଏ l ତୁଳସୀ ପତ୍ରର ବାସ୍ନାରେ ମଧ୍ୟ ମଶା ମାନେ ଘରୁ ପଳାଇଥାନ୍ତି l ଶରୀରରେ ତୁଳସୀ ପତ୍ରର ରସ ଲଗାଇଲେ ମଶା କାମୁଡନ୍ତି ନାହିଁ l

ଷଷ୍ଠରେ ହେଉଛି ରସୁଣ l ରସୁଣର ପାଖୁଡାକୁ ଯେଉଁ ଜାଗାରେ ଅଧିକ ମଶା ହେଉଛନ୍ତି, ସେହି ଜାଗାରେ ରଖି ଦିଅନ୍ତୁ , ଏହାର ବାସ୍ନାରେ ବି ମଶା ଆସିନଥାନ୍ତି, ଆହୁରି ଅନେକ ଉପାୟ ରହିଛି ଆମେ ଚାହିଁଲେ ସେ ସବୁକୁ ମଧ୍ୟ ବ୍ୟବହାର କରି ପାରିବା l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।