ଏହି ୧୦ଟି ଟିଭି ସିରିଏଲ ହୋଇଗଲା ବନ୍ଦ୍ ।। ଦେଖନ୍ତୁ ଆପଣଙ୍କ ପ୍ରିୟ ସିରିଏଲ ଏଥିରେ ଅଛି କି ?
ଯଦି ଆପଣ ମାନେ ଟିଭି ସିରୀଏଲ ର ପ୍ରିୟ ଅଟନ୍ତି ତେବେ ଆପଣ ଙ୍କ ପାଇଁ ଆଜିର ଖବର ବହୁତ୍ ଗୁରୁତ୍ୱପୂର୍ଣ୍ଣ ଅଟେ । ତେବେ ଆଜିକାଲି ବହୁତ୍ ଟିଭି ସିରୀଏଲ ବନ୍ଦ ହେବାର ଖବର ଆସିଛି। ଏହା ସହିତ ଗୋଟିଏ ପରେ ଗୋଟିଏ ସିରୀଏଲ ମଧ୍ୟ ବନ୍ଦ ହେବାରେ ଲାଗିଛି । ତେବେ ଜଣାଇ ଦେଉଛୁ ଯେ 10 ରୁ ଅଧିକ ଟିଭି ସିରୀଏଲ ବନ୍ଦ ହୋଇ ସାରିଛି ।ଏହି ସିରୀଏଲ ସବୁ ବନ୍ଦ ହେବା ପଛର କାରଣ ଅଲଗା ଅଲଗା ଅଟେ ।
ତେବେ ଆସନ୍ତୁ ଜାଣିବା ସେହି ସିରୀଏଲ ମାନଙ୍କ ବିଷୟରେ ଯେଉଁ ସବୁ ସିରୀଏଲ ବନ୍ଦ ହୋଇ ଯାଇଛି ଓ ଯେଉଁ ସିରୀଏଲ ସବୁ ବନ୍ଦ ହେବା ପରିସ୍ଥିତି ରେ ଅଛି ।
ପବିତ୍ର ଭାଗ୍ୟ , ସିରୀଏଲ ର କୁଇନୀ ଭାବେ ଜଣାଥିବା ଏକତା କପୁର ଙ୍କ ସୋ ରେ ତାଲା ପଡ଼ିଗଲା। ତେବେ ଏହି ବର୍ଷ ମାର୍ଚ୍ଚ ମାସ ରେ ଆରମ୍ଭ ହୋଇଥିବା ଏହି ସିରୀଏଲ ପବିତ୍ର ଭାଗ୍ୟ ଏବେ ବନ୍ଦ ହୋଇ ସାରିଛି । ତେବେ ଲକ୍ ଡାଉନ୍ କାରଣରୁ ସୁଟିଂ ହୋଇ ପାରିନାହିଁ ଆଉ ଲକ୍ ଡାଉନ୍ ସରିବା ପରେ ଏହି ସିରୀଏଲ କୁ ବନ୍ଦ୍ କରିବାକୁ ପଡିଲା । ତେବେ ଜଣାଇ ଦେଉଛୁ ଯେ ଏହି ସିରୀଏଲ ରେ କୁନାଲ ଜୟସିଂହ ମୁଖ୍ୟ ନାୟକ ଭାବେ ଅଭିନୟ କରୁଥିଲେ ଯିଏ କି ଦର୍ଶକ ମାନଙ୍କୁ ଖୁବ୍ ପସନ୍ଦ ଆସିଥିଲେ ।
ଇସ୍କ ସୁଭାନାଲା , ତେବେ ଦୁଇ ବର୍ଷ ଭିତରେ ଦର୍ଶକ ମାନଙ୍କ ଭିତରେ ଗୋଟେ ଖାସ୍ ପରିଚୟ ସୃଷ୍ଟି କରିଥିବା ଏହି ସିରୀଏଲ ଲକ୍ ଡାଉନ୍ ରେ ବନ୍ଦ ହୋଇ ଯାଇଛି ।2018 ମସିହା ରୁ ପ୍ରସାରିତ ହେଉଥିବା ଏହି ସିରୀଏଲ ଏବେ ବନ୍ଦ୍ ହୋଇ ସାରିଛି । ଏହାର ଲାଷ୍ଟ ଏପିଶୋଡ ଅକ୍ଟୋବର ମାସ ରେ ଆସିଥିଲା । ତେବେ କୁହାଯାଏ ଯେ ଏହି ସିରୀଏଲ ର କାହାଣୀ ରେ ଦର୍ଶକ ମାନେ ବୋର୍ ହୋଇ ଯାଇଥିଲେ ଯେଉଁ କାରଣ ରୁ ଲକ୍ ଡାଉନ୍ ପରେ ଏହି ସୋ ବନ୍ଦ ହୋଇ ଗଲା ।
ମେରେ ଡାଡ କି ଦୁଲହନ , ପ୍ରସିଦ୍ଧ ଅଭିନେତ୍ରୀ ସୁମାର ସ୍ୱେତା ତିୱାରୀ ଙ୍କ ସୋ ମେରେ ଡାଡ କି ଦୁଲହନ ଏବେ ବନ୍ଦ ହେବା ଅବସ୍ଥା କୁ ଚାଲି ଆସିଛି । ତେବେ ଜଣାଇ ଦେଉଛୁ ଯେ ଏହି ସୋ ର ପ୍ରଥମ ଏପିସୋଡ ଗତ ବର୍ଷ ନଭେମ୍ବର ରେ ପ୍ରସାରିତ ହୋଇଥିଲା ଆଉ ଏହାର ଶେଷ ଏପିଶୋଡ ମଧ୍ୟ ଏହି ନଭେମ୍ବର ରେ ପ୍ରସାରିତ ହେବ ।
ଶୁଭାରମ୍ଭ , ତେବେ ବନ୍ଦ ହେବାକୁ ଯାଉଥିବା ସୋ ସିରିଏଲ ଲିଷ୍ଟ ରେ ଶୁଭାରମ୍ଭ ମଧ୍ୟ ରହିଛି। ତେବେ କିଛି ସୂଚନା ରୁ ଜଣା ପଡିଛି ଯେ ଏହି ସିରିଏଲ ରେ ର ଶେଷ ଏପିଶୋଡ ମଧ୍ୟ ସୁଟିଂ ସରିଛି । ତେବେ ଏହି ସିରିଏଲ ଆଗକୁ ବନ୍ଦ୍ ହୋଇଯିବ ।
ଅକବର୍ କି ବଲ୍ ବିରିବଲ୍ , ତେବେ ଲକ୍ ଡାଉନ୍ ପ୍ରଭାବ ଟିଭି ଇଣ୍ଡଷ୍ଟ୍ରି ରେ ବହୁତ୍ ପଡିଛି । ସିରିଏଲ ଅକବର୍ କି ବଲ୍ ବିରିବଲ୍ ଲକ୍ ଡାଉନ୍ ପରେ ସୁଟିଂ ହୋଇଥିଲା କିନ୍ତୁ ଏହି ସିରିଏଲ ଏବେ ବନ୍ଦ ହେବା ସ୍ଥିତି ରେ ରହିଛି ।ତେବେ କୁହାଯାଉଛି ଯେ ଏହି ସିରିଏଲ କୁ ଭଲ ଲୋକପ୍ରିୟତା ମିଳିଲା ନାହିଁ ଯେଉଁଥି ପାଇଁ ଏହି ସିରିଏଲ ଏବେ ବନ୍ଦ୍ ହେବା ସ୍ଥିତି ରେ ରହିଛି ।
ଗ୍ୟାଙ୍ଗ ଅଫ୍ ଫିଲ୍ମସ୍ତାନ୍ , ତେବେ ଏହି କମେଡି ସୋ ର ଶେଷ ସୁଟିଂ 24 ଅକ୍ଟୋବର ରେ ହୋଇଥିଲା । ତେବେ ଏହି ସୋ ଏତେ ଲୋକପ୍ରିୟ ହୋଇ ନଥିବାରୁ ଏହା ବନ୍ଦ୍ ହୋଇଗଲା ।
କହତ ହନୁମାନ ଜୟ ଶ୍ରୀରାମ , ତେବେ ଏହି ପୌରାଣିକ ସିରିଏଲ ଟି ଦର୍ଶକ ମାନଙ୍କ ଭିତରେ ଖାସ୍ ଲୋକପ୍ରିୟତା ହାସଲ କରିବା ପାଇଁ ଅସଫଳ ହେଲା । ଏହି ସୋ ର ଟିଆରପି ଲଗାତାର କମ୍ ହେବାରୁ ଏହି ସୋ ବନ୍ଦ ହୋଇ ଗଲା ।
ୟେ ଯାଦୁ ହେ ଜିନ କା , ପୂର୍ବ ବର୍ଷ ଅକ୍ଟୋବର ମାସ ରେ ଏହି ସିରିଏଲ ପ୍ରସାରିତ ହୋଇଥିଲା । ପ୍ରଥମେ ଏହି ସୋ ର ଲୋକପ୍ରିୟତା ବଢିଥିଲା । କିନ୍ତୁ ପରେ ଏହାର ଟିଆର୍ପି କମିବାକୁ ଲାଗିଲା । ତେଣୁ ଏହି ସିରିଏଲ ବନ୍ଦ ହୋଇ ଗଲା।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।