ଦେଖନ୍ତୁ ଭିଡ଼ିଓ । ଏବେ ଯାତ୍ରା ଜଗତରେ ଚର୍ଚ୍ଚାରେ ଥିବା ରାଣୀ ପଣ୍ଡା ଙ୍କ ଜବରଦସ୍ତ ହଙ୍ଗାମା, ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ……

ଜୋର୍ ଧରିଲା ଯାତ୍ରା କଳାକାର ମାନଙ୍କର ଦାବି। ରାଜଧାନୀ ରେ ଶୁଣିବାକୁ ମିଳିଲା ଯାତ୍ରା କଳାକାର ମାନଙ୍କର ଆକ୍ରୋଶ ର ସ୍ୱର। ଆପଣ ମାନେ ଜାଣିଛନ୍ତି କରୋନା ସ୍ଥିତିରେ ଦୀର୍ଘ ୭ ମାସରୁ ଅଧିକ ସମୟ ଧରି ବନ୍ଦ ରହିଛି ଯାତ୍ରା ପରିବେଷଣ ଏବଂ ଏହି ସମୟରେ ଅନେକ ଯାତ୍ରା କଳାକାର ଦୁର୍ଦ୍ଦିନରେ ଦିନ କାଟୁଛନ୍ତି। ନିଜର ଜୀବିକା ହରାଇ ସେମାନେ ବହୁତ୍ ଅସୁବିଧାର ସମ୍ମୁଖୀନ ମଧ୍ୟ ହେଉଛନ୍ତି।

ରୋଜଗାର ଅଭାବରୁ ଯାତ୍ରା ଜଗତ ବୁଡିବାକୁ ବସିଲାଣି କହିଲେ ଚଳେ।ତେଣୁ ଆଗକୁ ଯାତ୍ରା ପରିବେଷଣ ପାଇଁ ସରକାର ଅନୁମତି ଦେବାକୁ ଧାରଣା ଦେଇଛନ୍ତି ଯାତ୍ରା ଜଗତର ଅଭିନେତ୍ରୀ ରାଣୀ ପଣ୍ଡା ଏବଂ ଅନ୍ୟ କଳାକାର ମାନେ।

ସେମାନେ ସରକାରଙ୍କୁ ଅନୁରୋଧ କରିଛନ୍ତି ତାଙ୍କର ଦାବିକୁ ମାନି ନେବା ପାଇଁ।ଏହାକୁ ନେଇ ସେମାନଙ୍କର ବିଚ୍ ରାସ୍ତାରେ ଧର୍ମଘଟ ଦେଖିବାକୁ ମିଳିଛି ଆଜି।ତେବେ ଏହାକୁ ନେଇ ଅଭିନେତ୍ରୀ ରାଣୀ ପଣ୍ଡା କହିଛନ୍ତି, ଆଜି ଆମର ଏହି ଦାବି ନିଶ୍ଚୟ ସାର୍, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ପାଖରେ ପହଞ୍ଚିବ।ଏବଂ ସେ ଏଥିପାଇଁ ନିଶ୍ଚିତ ଅନୁମତି ପ୍ରଦାନ କରିବେ।

ଆଉ ଯଦି ନପହଞ୍ଚେ, ଏଇଟା ତ ଟ୍ରେଲର୍, ଫିଲ୍ମ ଆଗକୁ କ’ଣ ହେବ ଆପଣ ମାନେ ସମସ୍ତେ ଦେଖିବେ। ଆମେ ବହୁତ ସହିଲୁଣି ଏବଂ ରାଜ୍ୟ ସରକାର ଯାହା କହିଥିଲେ, ତାହା ମାନିଲୁ। ସବୁ କଲା ପରେ ବି ଆଜି ଆମ ସହ ଅନ୍ୟାୟ ହେଉଛି ବୋଲି ସେ କହିଛନ୍ତି।

ତେବେ ସେମାନଙ୍କ କହିବା ଅନୁସାରେ ଏହା ମୁଖ୍ୟ ଉଦ୍ଦେଶ୍ୟ ରହିଛି ଯେ,କଳାକାର କେମିତି ଅଛି, କେମିତି ବଞ୍ଚିଛି, ସେ କଥା କେବେ ଚିନ୍ତା କଲେଣି ସରକାର। ନିର୍ବାଚନ ବେଳେ ସରକାର ମେଲୋଡି କରୁଛନ୍ତି ଏବଂ ଅନେକ ମାତ୍ରାରେ ଲୋକ ସମାଗମ ମଧ୍ୟ ହେଉଛି। ସେସବୁ ରେ କରନା ସଂକ୍ରମଣ ହେଉନାହିଁ। କେବଳ କଳାକାର ମାନେ ଏହିସବୁ କଲେ ତାହା ସରକାରଙ୍କୁ ଅସୁବିଧା।

ଏହାକୁ ନେଇ ଅଭିନେତ୍ରୀ ରାନୀ ପଣ୍ଡା କହିଛନ୍ତି ଆଗରୁ କହିଥିଲି ଏବଂ ଆଜି ବି କହୁଛି ମୋତେ ତିନିମାସ ପାଇଁ ସିଏମ୍ କରାନ୍ତୁ, ତା’ପରେ ଦେଖନ୍ତୁ ମୁଁ କ’ଣ କରୁଛି। ଆମେ ବହୁତ୍ ଅନ୍ୟାୟ ସହିଲୁ ଆଉ ସହି ହେବନି। ଆମକୁ ଆମ ହକ୍ ଫେରାଇ ଦିଆଯାଉ।

ଆମେ କେବଳ ଏତିକି ଚାହୁଁଛୁ ଯେ ଆମର କଳାକ୍ଷେତ୍ର ଖୋଲିବାକୁ ଅନୁମତି ଦିଅନ୍ତୁ।ଏହାସହ ଦାବି ରେ ଏହାମଧ୍ୟ ସେମାନେ କହିଛନ୍ତି ଯେ ଯାତ୍ରା କରିବା ପାଇଁ ସରକାର୍ ଯେଉଁ ଗାଇଡଲାଇନ୍ ରଖିବେ ,ସେମାନେ ମାନିବାକୁ ପ୍ରସ୍ତୁତ। ତାଙ୍କ ପାଇଁ ଏତେ ଅନ୍ୟାୟ କ’ଣ ପାଇଁ ବୋଲି ମଧ୍ୟ ପ୍ରଶ୍ନ କରାଯାଇଛି। ତେଣୁ ଆମ ଦାବିପତ୍ର ମାନିବା ପାଇଁ ସରକାରଙ୍କୁ ଅନୁରୋଧ କରୁଛୁ।

ଯଦି ଆମ କଥା ଶୁଣା ନଯାଏ, ତାହେଲେ ସବୁ ଯାତ୍ରା କଳାକାର ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେବେ ବୋଲି ମଧ୍ୟ ଚେତାବନୀ ଦିଆଯାଇଛି ଏବଂ ସରକାରଙ୍କୁ ଏବିଷୟରେ ଅବଗତ କରାଯାଇଛି। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।