ସରକାର ଙ୍କର ବଡ ପଦକ୍ଷେପ । ଏବେ ଜମିବାଡ଼ି, ସମ୍ପତ୍ତି ସହ ହେବ ଆଧାର ଲିଙ୍କ କରିବା ବାଧ୍ୟତା ମୂଳକ, ଜାଣନ୍ତୁ ନୂଆ ନିୟମ ବିଷୟରେ…..

ଜମିବାଡ଼ି କାଗଜପତ୍ର ସହ ଏବେ ଆଧାର ଲିଙ୍କ କରିବା ବାଧ୍ୟତା ମୂଳକ ଅଟେ। ଏଣିକି ଘରର କାଗଜ ପତ୍ର, ସମ୍ପତ୍ତି ସହ ଆଧାର ଲିଙ୍କ କରିବାକୁ ପଡ଼ିବ।ତେବେ ଏହାକୁ ନେଇ ସରକାର ଏକ ବଡ଼ ନିଷ୍ପତି ଗ୍ରହଣ କରିଛନ୍ତି। ଆପଣଙ୍କ ପାଖରେ କେତେ ସମ୍ପତ୍ତି ରହିଛି ଏହା ଆପଣଙ୍କୁ ସାର୍ବଜନୀନ କରିବାକୁ ପଡ଼ିବ। ଏହାର ସମସ୍ତ ତଥ୍ୟ ରଖିବେ ସରକାର। କେବଳ ସାଧାରଣ ଜନତା ନୁହନ୍ତି ବଡ଼ ବଡ଼ ବ୍ୟବସାୟୀ, ଶିଳ୍ପପତି ଏବଂ ନେତା ମନ୍ତ୍ରୀ ମାନେ ବି ନିଜର ସମସ୍ତ ସମ୍ପତ୍ତି ର ସଠିକ୍ ତଥ୍ୟ ସହିତ ଆଧାର ଲିଙ୍କ୍ କରାଇ ପାରନ୍ତି ସରକାର୍ ।

ଏହା ଆମେ କହୁନାହିଁ ବରଂ ନିକଟରେ ହୋଇଥିବା ଜନ ସର୍ବେକ୍ଷଣରେ ସାମିଲ୍ ହୋଇଥିବା ଅଧିକାଂଶ ଲୋକ ତାଙ୍କ ମତରେ ପ୍ରକାଶ କରିଛନ୍ତି।

ଖାଲି ଏତିକି ନୁହେଁ, ଦେଶର ପ୍ରତ୍ୟେକଟି ବ୍ୟକ୍ତି, ସାଧାରଣ ଜନତା, ଧନୀ ଶ୍ରେଣୀର ଲୋକ, ନେତା, ଅଭିନେତା, ବ୍ୟବସାୟୀ, ମନ୍ତ୍ରୀ ସମସ୍ତେ ସେମାନଙ୍କ ପରିବାର ର ସମ୍ପତ୍ତି କୁ ଆଧାର ସହିତ ସଂଯୋଗ କରିବାକୁ ସର୍ଭେ ରେ କୁହା ଯାଇଛି। ଯାହା ଦ୍ଵାରା କଳାଧନ ବୃଦ୍ଧି ଉପରେ ଅଙ୍କୁଶ ଲଗା ଯାଇ ପାରିବ ବୋଲି ସର୍ବେକ୍ଷଣରେ ସାମିଲ୍ ହୋଇଥିବା ଲୋକେ ଯୁକ୍ତି ବାଢ଼ି ଛନ୍ତି।

ଏହି ପ୍ରକ୍ରିୟାରେ ସମସ୍ତ ବର୍ଗ, ଶ୍ରେଣୀର ଲୋକଙ୍କୁ ସାମିଲ୍ କରିବାକୁ କୁହା ଯାଇଛି।ତେବେ ଆପଣଙ୍କୁ କହି ରଖୁଛୁ କି ଏଥିପାଇଁ ହୋଇଥିବା ଏହି ସର୍ଭେ ରେ ଭାରତର ପ୍ରାୟ ୩୦୦ ରୁ ଅଧିକ ଜିଲ୍ଲାର ଲୋକ ମାନଙ୍କର ମତାମତ କୁ ଗ୍ରହଣ କରା ଯାଇଥିଲା।

ତେବେ ସର୍ବେକ୍ଷଣ ର ଶୀର୍ଷ ରେ ରହିଥିଲା ଯେ ଦେଶରେ କଳାଧନ ରୋକିବାକୁ ସରକାର କି ପ୍ରକାର ପଦକ୍ଷେପ ନେବା ଦରକାର। ତେବେ ଏ ସଂକ୍ରାନ୍ତରେ ଅଧିକାଂଶ ଲୋକ ଆଧାର କାର୍ଡ ସହ ସମ୍ପତ୍ତି କୁ ଲିଙ୍କ କରିବାକୁ ପ୍ରସ୍ତାବ ଦେଇଥିଲେ। ଅର୍ଥାତ୍ ସର୍ଭେ ରେ ଭାଗ ନେଇଥିବା ୩୩ ପ୍ରତିଶତ ଲୋକ କହିଥିଲେ କି ଦେଶର ସମସ୍ତ ଜନ ସାଧାରଣ ମାନଙ୍କର ସମ୍ପତ୍ତି ର ଲିଙ୍କ ଆଧାର କାର୍ଡ ସହ ସଂଯୋଗ କରିବାକୁ ସମ୍ପତ୍ତିର ମାଲିକ ମାନଙ୍କୁ ନିଶ୍ଚିତ କରିବାକୁ ପଡ଼ିବ ।

ସେହିପରି ୩୮ ପ୍ରତିଶତ ସଦସ୍ୟ ମାନଙ୍କର ମତ ଥିଲା ଯେ ସମସ୍ତ ମନ୍ତ୍ରାଳୟ, ସରକାରୀ ବିଭାଗୀୟ କର୍ମଚାରୀ, ନେତା ମାନଙ୍କର ସମ୍ପତି ଏବଂ ସେମାନଙ୍କର ପରିବାରର ସମ୍ପତ୍ତି କୁ ଆଧାର ସହିତ ଲିଙ୍କ କରାଯାଉ।ଏଥିପାଇଁ ସରକାର ଜଲଦି ଆବଶ୍ୟକ ପଦକ୍ଷେପ ନେବା ଉଚିତ୍।ଏହା ସହିତ ସରକାର ୨୦୦୦ ଟଙ୍କିଆ ନୋଟ୍ କୁ ଜଲଦି ବନ୍ଦ୍ କରିବା ସହିତ,୧୦୦୦ ରୁ ଅଧିକ ଆର୍ଥିକ କାରବାର ଉପରେ ଭାରତ ସରକାର୍ ୨ ପ୍ରତିଶତ ଟାକ୍ସ ଦେବା ଉଚିତ୍ ବୋଲି ସେମାନେ ମତ ପ୍ରକାଶ କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।