Breking News – ଏବେ ଏବେ କ୍ରୀଡା ଜଗତକୁ ଆସିଲା ବଡ ଦୁଖଦଃ ଖବର । ଏହି ପ୍ରସିଦ୍ଧ ଖେଳାଳି ଙ୍କର ହଠାତ ହେଲା ପରଲୋକ, ପୁରା ଦେଶ ରେ ଖେଳିଗଲା ଶୋକ ର ଲହରୀ….

କ୍ରୀଡା ଜଗତରେ ସୃଷ୍ଟି ହୋଇଛି ଏକ ଦୁଃଖଦ ଘଟଣା।ବୁଧବାର ଆର୍ଜେଣ୍ଟିନା ଫୁଟବଲ କିମ୍ବଦନ୍ତୀ ଡିଏଗୋ ମାରାଡୋନା ମାତ୍ର ୬୦ ବର୍ଷ ବୟସରେ ମୃତ୍ୟୁ ବରଣ କରିଛନ୍ତି। ସୂଚନା ଅନୁସାରେ ହୃଦ୍‌ଘାତ କାରଣରୁ ତାଙ୍କର ଦେହାନ୍ତ ହୋଇଛି ବୋଲି କୁହା ଯାଉଛି।ତେବେ ପୂର୍ବରୁ ବୁଏନ୍ସ ଆୟାର୍ସରେ ଗତ ନଭେମ୍ବରରେ ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧିବା କାରଣରୁ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା ଓ ଏହା ସଫଳ ମଧ୍ୟ ହୋଇଥିଲା।

ପରେ ତାଙ୍କୁ ଘରକୁ ଆସିବାକୁ ଅନୁମତି ପ୍ରଦାନ ପରେ ସେ ଫେରିଥିଲେ। ଏହାପରେ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ବିଗିଡି ଥିଲା ଏବଂ ଗତକାଲି ତାଙ୍କର ପ୍ରାଣହାନୀ ଘଟିଛି ।

ତେବେ ଏହିଭଳି ଜଣେ ସର୍ବକାଳୀନ ଏବଂ ଶ୍ରେଷ୍ଠ ଫୁଟବଲର ରୂପେ ପରିଗଣିତ ହେଉଥିବା ମାରାଡୋନାଙ୍କ ଦେହାନ୍ତ ପରେ ସାରା ବିଶ୍ୱ କ୍ରୀଡ଼ା ଜଗତରେ ଏକ ଶୋକର ଛାୟା ଖେଳି ଯାଇଛି। ମାରାଡୋନାଙ୍କ ନେତୃତ୍ୱରେ ଆର୍ଜେଣ୍ଟିନା ଫିଫା ବିଶ୍ୱକପ୍‌ରେ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଥିଲା।

ଏହା ସହିତ ଏକାଧିକ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ସେ ବିଶ୍ୱ ଫୁଟବଲ ପ୍ରେମୀଙ୍କ ନିକଟରେ ଆଦରଣୀୟ ଅଟନ୍ତି ଏବଂ ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବେ ମଧ୍ୟ।ସେ ଜଣେ ଆକ୍ରମଣାତ୍ମକ ମିଡ୍‌ଫିଲ୍ଡର ଭାବେ ପ୍ରସିଦ୍ଧି ଲାଭ କରିଥିଲେ।୧୯୯୭ରେ ସେ ତାଙ୍କର ଅବସର ଘୋଷଣା କରିଥିଲେ ଏବଂ ଏହା ପରେ ସେ ଆର୍ଜେଣ୍ଟିନା ଦଳର କୋଚ୍‌ ରୂପେ କାର୍ଯ୍ୟ କରିଥିଲେ।

ମାରାଡୋନା ଏକାଧିକ ଶୀର୍ଷସ୍ତରୀୟ କ୍ଲବର ମ୍ୟାନେଜର ରୂପେ କାର୍ଯ୍ୟ କରିବା ସହିତ ରୁଷିଆରେ ଅନୁଷ୍ଠିତ ପୂର୍ବ ବିଶ୍ୱକପ୍‌ରେ ସେ ଅସୁସ୍ଥ ହୋଇ ପଡିଥିଲେ। ଏହାଛଡା ଏକାଧିକ ବିବାଦ ପାଇଁ ସେ ଚର୍ଚ୍ଚିତ ରହିଆସିଥିଲେ। ଆପଣ ମାନେ ଜାଣିଥିବେ ଯେ ମାରାଡୋନା ନିଜର ନିଆରା ଜୀବନଶୈଳୀ ପାଇଁ ବେଶ୍‌ ଚର୍ଚ୍ଚାର ପରିସର କୁ ଆସିଥିଲେ।

କୋକେନ ସେବନ କାରଣରୁ ୨୦୦୦ରେ ସେ ସାଂଘାତିକ ଭାବେ ସ୍ବାସ୍ଥ୍ୟ ସଙ୍କଟରେ ପଡିଥିଲେ। ଧୀରେ ଧୀରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାକୁ ଲାଗିଥିଲା।ଶେଷରେ ଏହି କିମ୍ବଦନ୍ତୀ ଫୁଟବଲର୍‌ ଡିଏଗୋ ମାରାଡୋନାଙ୍କର ବୁଧବାର ଦେହାନ୍ତ ହୋଇଛି।ମାତ୍ର ୬୦ ବର୍ଷ ବୟସରେ ସେ ସମସ୍ତଙ୍କୁ ଛାଡି ଆର ପାରିକୁ ଚାଲି ଯାଇଛନ୍ତି।

କ୍ରୀଡାବିତ୍ ମାରାଡୋନାଙ୍କ ମୃତ୍ୟୁ ପରେ ସାରା ବିଶ୍ୱରେ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ନିରାଶା ଭାବ ଦେଖା ଯାଇଛି। ଭାରତରେ ମଧ୍ୟ ତାଙ୍କ ମୃତ୍ୟୁକୁ ନେଇ ଅନେକ କିମ୍ବଦନ୍ତୀ ଖେଳାଳି ଦୁଃଖରେ ଭାଙ୍ଗିପଡିଛନ୍ତି। ବହୁ ବିଦେଶୀ କ୍ରିକେଟର ମଧ୍ୟ ମାରାଡୋନାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ମାରାଡୋନା ତାଙ୍କ କ୍ୟାରିୟରରେ ଅନେକ ବଡ଼ ସଫଳତା ହାସଲ କରିଥିଲେ।

ପାଞ୍ଚ ଫୁଟ ପାଞ୍ଚ ଇଞ୍ଚ ଉଚ୍ଚ ଏହି ଖେଳାଳି ଆର୍ଜେଣ୍ଟିନା ପାଇଁ ୯୧ଟି ମ୍ୟାଚରେ ୩୪ଗୋଲ ସ୍କୋର କରିଥିଲେ। ୧୯୮୬ରେ ମାରାଡୋନାଙ୍କ ପାଇଁ ଆର୍ଜେଣ୍ଟିନା ବିଶ୍ୱକପ ଜିତିଥିଲା ଏବଂ ସେ ହ୍ୟାଣ୍ଡ ଅଫ ଗଡ ଭାବରେ ବେଶ୍ ଜଣାଶୁଣା ଥିଲେ।ତାଙ୍କୁ ହରାଇ ବିଶ୍ଵବାସୀ ଆଜି ମର୍ମାହତ ହୋଇ ପଡିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।