ଏବେ ଏବେ ଆସିଲା ବଡ ଖବର ! ଗୁଗୁଲି ଙ୍କୁ ବିବାହ କଲେ କମେଡି କିଙ୍ଗ ପ୍ରଜ୍ଞା ଖଟୁଆ ? କଣ ସତରେ ଗୁଗୁଲି……

ଆଜିବି ଅନେକ ଲୋକ ଟେଲିଭିଜନ ରେ ପ୍ରସାରିତ ହେଉଥିବା ଧାରାବାହିକ କୁ ଦେଖିବାକୁ ବହୁତ୍ ପଶନ୍ଦ କରିଥାନ୍ତି। ଅନେକ ପ୍ରକାର ର ମନୋରଞ୍ଜନ ଧର୍ମୀ, ପାରିବାରିକ ଏବଂ ସାମାଜିକ ଘଟଣା ବଳୀ ଆଦିକୁ ନେଇ ଏହିସବୁ କାର୍ଯ୍ୟକ୍ରମ ଗୁଡ଼ିକ ପ୍ରସାରିତ ହୋଇଥାଏ।ତେବେ ଲୋକେ ଏହାକୁ ପସନ୍ଦ କରିବା ସହିତ ବହୁତ୍ ଉତ୍ସାହର ସହ ଦେଖିଥାନ୍ତି।

ପ୍ରାୟତ ଲୋକେ ଟିଭି ରେ ପ୍ରସାରିତ ହେଉଥିବା କମେଡି କିମ୍ବା ହାସ୍ୟ ଭିମୁଖି ସିରୀଏଲ୍ ଦେଖିବାକୁ ଆଜିକାଲି ଅଧିକ ପସନ୍ଦ କରୁଛନ୍ତି ଏବଂ ନିଜର ଚିତ୍ତ ବିନୋଦନ କରୁଛନ୍ତି।

ଯେଉଁ ଭଳି ଭାବରେ ଜାତୀୟ ଟିଭି ଚ୍ୟାନେଲ ରେ କପିଲ୍ ଶର୍ମା ଙ୍କ ଶୋ ପ୍ରସାରିତ ହେଉଛି ଏବଂ ଲୋକେ ଏହାକୁ ବହୁତ୍ ପସନ୍ଦ କରୁଛନ୍ତି ଠିକ୍ ସେହିଭଳି ଭାବରେ ଆମ ଓଡ଼ିଶାରେ ପ୍ରଜ୍ଞା ଏବଂ ଶଙ୍କର ଙ୍କ ଅଭିନୟ କୁ କିଏ ବା ପସନ୍ଦ ନକରେ। ନିଜର କହିବା ଶୈଳୀ ସାଙ୍ଗକୁ କମେଡିଆନ ଅଭିନୟ ବେଶ୍ ତାଙ୍କୁ ସୁଟ କରିଥାଏ। ଯାହା ଫଳରେ ତାଙ୍କର ଅଗଣିତ ପ୍ରଶଂସକ ମାନେ ରହିଛନ୍ତି।

ତାଙ୍କର ଅଭିନୟ ଓଡ଼ିଶାରେ ଏକ ସ୍ବତନ୍ତ୍ର ଛାପ ଛାଡିଚି।ନିଜର କଠିନ ଅଧ୍ୟବସାୟ ଓ ଲଗାତାର ଭାବରେ ପ୍ରୟାସ ଜାରି ରଖିବା ଦ୍ବାରା ସେ ଓଡ଼ିଶାରେ ଏବେ ଜଣେ ଲୋକପ୍ରିୟ ହାସ୍ୟ ଅଭିନେତା ପାଲଟି ଯାଇଛନ୍ତି।ତେବେ ଜି ସାର୍ଥକରେ ପ୍ରସାରିତ ହେଉଥିବା,ମିଷ୍ଟର ନନସେନ୍ସରେ ସେ ଚମତ୍କାର ଅଭିନୟ କରିଥାନ୍ତି।

ଏହାଛଡା କନକ ନ୍ୟୁଜ୍ ଚ୍ୟାନେଲ ରେ ପ୍ରସାରିତ ହେଉଥିବା ଲୋକ ନକଲି କଥା ଅସଲି କାର୍ଯ୍ୟକ୍ରମରେ ସେ ବିଭିନ୍ନ ଚରିତ୍ର ରେ ଆକର୍ଷଣୀୟ ଅଭିନୟ କରି ସମସ୍ତଙ୍କର ପ୍ରିୟ ଭାଜନ ହୋଇ ପାରିଛନ୍ତି।ଏବେ ତାଙ୍କ ନାମରେ ଏକ ଗୁଜବ ଶୁଣିବାକୁ ମିଳୁଛି ଯେ ସେ କୁଆଡେ ସେ ମିଷ୍ଟର ନଂସେନ୍ସେ ରେ ଲେଡୀ ଇନ୍ସପେକ୍ଟର ର ଭୂମିକାରେ ଅଭିନୟ କରୁଥିବା ଇନିସ୍ପେକ୍ଟର ଗୁଗୁଲିଙ୍କ ସହିତ ବିବାହ କରି ସାରିଛନ୍ତି।

ଯାହାକୁ ନେଇ ବହୁତ୍ ଚର୍ଚ୍ଚା ମଧ୍ୟ ହେଉଛି ସୋସିଆଲ ମିଡିଆରେ।ଏହାକୁ ନେଇ ଏବେ ବହୁତ୍ ଖବର ପ୍ରଚାର ହେବାରେ ଲାଗିଛି। କୁହାଯାଉଛି ସେମାନେ ଦୁଇଜଣ ନିକଟରେ ବିବାହ କରି ନେଇଛନ୍ତି। ଏବଂ ବିବାହ ସମୟର ଫୋଟୋ ମଧ୍ୟ ଭାଇରାଲ ହେଉଛି ସୋସିଆଲ ମିଡିଆରେ।

ତେବେ ଆମେ ଆପଣଙ୍କୁ କହି ରଖୁଛୁ କି ଏହା ଏକ ମିଛ ଏବଂ ଗୁଜବ ଖବର ଅଟେ। ପ୍ରକୃତରେ ଏହି ଫଟୋ ହେଉଛି ଦୁଇଜଣଙ୍କର ଅଭିନୟ ସମୟର ସେମାନଙ୍କର ଏକ ସୁଟିଙ୍ଗ ସେଟର ଫଟୋ।ପ୍ରତ୍ୟକ ରବିବାର ଦିନ ସନ୍ଧ୍ୟା ୭ ଟାରେ ଜି ସାର୍ଥକରେ ଦେଉଥିବା ଏକ ଟେଲିଫିଲ୍ମ ର ଦୃଶ୍ୟ ଭଳି ଏହା ଏକ ଟେଲି ଫିଲ୍ମର ଦୃଶ୍ୟ ଅଟେ। ଯେଉଁ ଫଟୋ କୁ ମିଛରେ ସେମାନଙ୍କର ବିବାହ ହୋଇ ସାରିଛି କହି ସୋସିଆଲ ମିଡିଆରେ ପ୍ରଚାର ଏବଂ ସେୟାର କରା ଯାଉଛି। ଯାହା ସଂପୂର୍ଣ୍ଣ ମିଛ ଅଟେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।