ଏବେ ବ୍ରାହ୍ମଣ ଙ୍କ ପାଇଁ ସରକାର କଲେ ବଡ ଘୋଷଣା ! ବ୍ରାହ୍ମଣଙ୍କୁ ବିବାହ କଲେ ମିଳିବ ୩ ଲକ୍ଷ ଟଙ୍କା, ସେୟାର କରି ସମସ୍ତଙ୍କୁ ଜଣାନ୍ତୁ….
ରାଜ୍ୟ ସରକାରଙ୍କ ବଡ଼ ଘୋଷଣା।ଏବେ ଗରିବ ବ୍ରାହ୍ମଣ ଙ୍କୁ ବିବାହ କଲେ ସରକାର ଦେବେ ଆର୍ଥିକ ସହାୟତା।ତେବେ ମୈତ୍ରୀ ଯୋଜନାରେ ୩ ବର୍ଷ ଭିତରେ ୨୫ ଜଣ ମହିଳାଙ୍କୁ ଆର୍ଥିକ ସହାୟତା ଯୋଗାଇବେ ସରକାର୍। ଯେଉଁମାନେ ଗରିବ ପୂଜାରୀଙ୍କୁ ବିବାହ କରିବେ ସେମାନଙ୍କୁ ୨୫ ହଜାର ରୁ ଆରମ୍ଭ କରି ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି କର୍ଣ୍ଣାଟକ ସରକାର।ବ୍ରାହ୍ମଣମାନଙ୍କ ପାଇଁ ଏକ ବଡ଼ ଘୋଷଣା ନିଶ୍ଚିତ ଭାବରେ।ତେବେ ଏଥିପାଇଁ ଦୁଇଟି ଯୋଜନା କାର୍ଯ୍ୟକାରୀ କରା ଯାଇଛି କର୍ଣ୍ଣାଟକ ସରକାରଙ୍କ ଅଧୀନରେ କାମ କରୁଥିବା ବ୍ରାହ୍ମଣ ବିକାଶ ବୋର୍ଡ ତରଫରୁ।
ତେବେ ସୂଚନା ଥାଉ କି କର୍ଣ୍ଣାଟକ ରାଜ୍ୟର ଅନେକ ମନ୍ଦିରର ପୂଜାରୀ ଓ ପୁରୋହିତ ମାନ ଙ୍କର ଅତି ଦୟନୀୟ ଅବସ୍ଥା ଏବଂ ଜୀବନ ଯାପନ ପ୍ରଣାଳୀକୁ ଦୃଷ୍ଟିରେ ରଖି ସରକାର୍ ଏଭଳି ନିଷ୍ପତି ନେଇଛନ୍ତି। ଯୋଜନାରେ କିଛି ସର୍ତ୍ତ ମଧ୍ୟ ରଖା ଯାଇଛି।
ତେବେ ଏହି ଦୁଇଟି ଯୋଜନା ହେଉଛି ଅରୁନ୍ଧତୀ ଓ ମୈତ୍ରୀୟୀ ନାମକ ଦୁଇଟି ଯୋଜନା।ତେବେ ସୂଚନା ଅନୁସାରେ ଅରୁନ୍ଧତୀ ଯୋଜନା ଅନୁସାରେ, ପ୍ରତି ବ୍ରାହ୍ମଣ ଯୁବତୀଙ୍କ ବିବାହ ସମୟରେ ତାଙ୍କ ପରିବାରକୁ ଏହି ବୋର୍ଡ ପକ୍ଷରୁ ୨୫,୦୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯିବାକୁ ଥିବା ବେଳେ ସେପଟେ ମୈତ୍ରୀୟୀ ଯୋଜନା ଅନୁସାରେ, ଯଦି ଜଣେ ଯୁବତୀ ନିଜ ସମୁଦାୟର ପୁରୋହିତ କିମ୍ବା ନିଜ ସମ୍ପ୍ରଦାୟର ମନ୍ଦିର ର ପୂଜାରୀଙ୍କୁ ବିବାହ କରନ୍ତି ତାହେଲେ ତାଙ୍କୁ ୩ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରିବେ ସରକାର୍।ଆଉ ଏଥିପାଇଁ ଆପଣଙ୍କୁ ପଞ୍ଜିକରଣ କରିବା ନିହାତି ଆବଶ୍ୟକ।
କାରଣ ବୋର୍ଡ ପକ୍ଷରୁ ଏହି ସହାୟତା ପ୍ରଦାନ ନିମନ୍ତେ କିଛି ସର୍ତ୍ତ ରଖା ଯାଇଚି।ଆଉ ସର୍ତ୍ତ ରେ ଏହା କୁହା ଯାଇଛି ଯେ ଏହି ସହାୟତା ପାଇଁ ଦମ୍ପତିଙ୍କୁ ବୋର୍ଡର ୱେବସାଇଟରେ ସମସ୍ତ ବିବରଣୀ ପ୍ରଦାନ କରିବା ସହ ପଞ୍ଜୀକରଣ କରିବାକୁ ହେବ।ତାପରେ ବିବାହର ୫ ବର୍ଷ ପରେ ଯାଇ ଏହି ଆର୍ଥିକ ସହାୟତା ଆପଣଙ୍କୁ ପ୍ରଦାନ କରାଯିବ।
ତେବେ ରାଜ୍ୟର ଅନେକ ମନ୍ଦିରର ପୂଜାରୀ ଓ ପୁରୋହିତ ମାନଙ୍କ ର ଅତି ଦୟନୀୟ ଅବସ୍ଥା ସହିତ ସେମାନଙ୍କ ଜୀବନଯାପନ ପାଇଁ ସରକାର ତତ୍ପର ହୋଇ ସେମାନଙ୍କ ପାଇଁ ଏଭଳି ଏକ ଅଭିନବ ପ୍ରୟାସ ଆରମ୍ଭ କରି ଦେଇଛନ୍ତି।
ତେବେ କର୍ଣ୍ଣାଟକ ସରକାରଙ୍କ ଏଭଳି ନିଷ୍ପତି କ୍ରମେ ଗରୀବ ବ୍ରାହ୍ମଣ ମାନଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆଣିବା ସହିତ ସେମାନଙ୍କ ଭବିଷ୍ୟତ ଉଜ୍ୱଳମୟ କରିବା ପାଇଁ ଏହି ସହାୟତା ପ୍ରଦାନ କରୁଛନ୍ତି।ଆଉ ଫଳରେ ଏହି ଅର୍ଥର ବ୍ୟବହାର କରି ଗରିବ ବ୍ରାହ୍ମଣ ଦମ୍ପତି ଛୋଟମୋଟ ବ୍ୟବସାୟ ଆରମ୍ଭ କରି ପାରିବେ ଓ ନିଜର ତଥା ପିଲାମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ସହାୟତା ଅର୍ଥର ସୁବିନିଯୋଗ ମଧ୍ୟ କରି ପାରିବେ। ତେବେ ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରୁଛନ୍ତି ବିରୋଧୀ ମାନେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।