Breking News ଏବେ ଏବେ ଆସିଲା ବଡ ଦୁଖଦଃ ଖବର । ବଲିଉଡ ର ଏହି ପ୍ରସିଦ୍ଧ କଳାକାର ଙ୍କର କରୋନା ରେ ହେଲା ପରଲୋକ । ମାଧୁରୀ ଦୀକ୍ଷିତ କଲେ କଲେ ଟୁଇଟ…..

କରନା ସଙ୍କଟ ମଧ୍ୟରେ ଅନେକ ପ୍ରମୁଖ ବ୍ୟକ୍ତି ବିଶେଷ ଙ୍କ ଜୀବନ ଯାଇ ସାରିଲାଣି। ମନୋରଞ୍ଜନ ବା ସିନେମା ଜଗତରେ ଚଳିତ ବର୍ଷ ଅନେକ ବିଶିଷ୍ଟ କଳାକାର ମାନେ ମଧ୍ୟ ପ୍ରାଣ ହରାଇଛନ୍ତି।ଏକ ପ୍ରକାର ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି ଭାରତୀୟ ଅଭିନୟ ଜଗତରେ,ଏହା କହିଲେ ଅତ୍ୟୁକ୍ତି ହେବନାହିଁ।ତେବେ ଏହି ସମୟରେ ନିକଟରେ ପୁଣି ଏକ ପ୍ରମୁଖ କଳାକାରଙ୍କ ଜୀବନ ଦ୍ଵୀପ ଲିଭି ଯାଇଛି।

ସେ ହେଉଛନ୍ତି ମହାନ୍ ନିର୍ଦେଶକ ସୁଦର୍ଶନ ରତନ। ଯାହାଙ୍କ ବିୟୋଗ ଏବେ ଏକ ଅପୂରଣୀୟ କ୍ଷତି ସୃଷ୍ଟି କରିଛି। ତେବେ ସୁଦର୍ଶନ ହେଉଛନ୍ତି ମାଧୁରୀ ଦୀକ୍ଷିତ ଏବଂ ଶେଖର ସୁମନ ଅଭିନୀତ ‘ମାନବ ହତ୍ୟା’ ଭଳି ଫିଲ୍ମର ନିର୍ମାତା।

ଯେଉଁ ସିନେମା ୧୯୮୬ ମସିହାରେ ମୁକ୍ତିଲା କରିଥିଲା ଏବଂ ବେଶ୍ ଲୋକପ୍ରିୟତା ଅର୍ଜନ କରିଥିଲା ମଧ୍ୟ। କେବଳ ଏତିକି ନୁହଁ ୧୯୯୬ ମସିହାରେ ରିଲିଜ ହୋଇଥିବା ଫିଲ୍ମ ‘ହାହାକାର’ ର କାହାଣୀ ମଧ୍ୟ ସୁଦର୍ଶନ ଲେଖିଥିଲେ ଏବଂ ଏହାର ନିର୍ଦେଶକ ଏବଂ ନିର୍ମାତା ମଧ୍ୟ ରହିଥିଲେ। ଏହି ଫିଲ୍ମରେ ସୁଧୀର ପାଣ୍ଡେ,ଶଫି ଇମାନଦାର,ନୀଳିମା ଅଜିମ୍ ଏବଂ ଜନି ଲିଭରଙ୍କ ଭଳି ପ୍ରମୁଖ କଳାକାର ମାନେ ଥିଲେ।

ଏବେ ଏହି ପ୍ରମୁଖ ନିର୍ଦେଶକ ସୁଦର୍ଶନ ରତନଙ୍କ ପରଲୋକ ହୋଇ ଯାଇଛି ଯାହା ସମସ୍ତଙ୍କ ପାଇଁ ନିଶ୍ଚିତ ଭାବରେ ଏକ ଦୁଃଖଦ ଖବର। ତେବେ ଯାହା ସୂଚନା ରହିଛି ଏହି ନିର୍ଦେଶକ ଜଣଙ୍କ କରୋନାରେ ଆକ୍ରାନ୍ତ ଥିଲେ ଏବଂ ଗୁରୁବାର ସେ ତାଙ୍କର ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ।

ସମସ୍ତଙ୍କୁ ଦୁଃଖ ସାଗରରେ ଭସାଇ ଦେଇ ଆର ପାରି କୁ ଚାଲି ଯାଇଛନ୍ତି ସେ।ଏହାକୁ ନେଇ ଏହି ସମ୍ବନ୍ଧରେ ଶେଖର ଶୁକ୍ରବାର ରାତିରେ ନିଜ ଟ୍ବିଟରେ ରତନଙ୍କ ପରଲୋକ ବିଷୟରେ ସୂଚନା ଦେଇଥିଲେ ଏବଂ ଅନ୍ୟ ମାନଙ୍କୁ ଏ ବିଷୟରେ ଅବଗତ କରାଇଥିଲେ ଏବଂ ଟ୍ବିଟରେ ମଧ୍ୟ ଏବିଷୟ ରେ ଲେଖିଥିଲେ।

ମହାମାରୀ କରୋନା କାରଣରୁ ସେ ତାଙ୍କର ବନ୍ଧୁଙ୍କ ମଧ୍ୟରୁ ଜଣେ ବନ୍ଧୁ ସୁଦର୍ଶନ ରତନଙ୍କୁ ହରାଇ ଦେଇଛନ୍ତି। ଯାହା ତାଙ୍କୁ ଦୁଃଖ ଦେଇଛି।କାରଣ ସେ ମାଧୁରୀ ଦୀକ୍ଷିତଙ୍କ ସହ ଶେଖରଙ୍କ ଦ୍ବିତୀୟ ଫିଲ୍ମର ନିର୍ଦେଶନା ଦେଇଥିଲେ। ସେ ତାଙ୍କର ଖରାପ ଦିନକୁ ହରାଇଛନ୍ତି।ସୁଦର୍ଶନ ଗରିବ ଥିଲେ କିନ୍ତୁ ବହୁତ୍ ସଚ୍ଚୋଟ ଥିଲେ।

ସେମାନେ ଉଭୟ ପରସ୍ପରକୁ କଲ୍ ମାଧ୍ୟମରେ ଯୋଗାଯୋଗ କରୁଥିଲେ ଏବଂ ଅଧିକାଂଶ ସମୟରେ ଘରେ ସାକ୍ଷାତ କରୁଥିଲେ ବୋଲି ସେ କହିଛନ୍ତି।ତାଙ୍କର ବିୟୋଗ ପରେ ତାଙ୍କ କଥା ଅଧିକ ମନେ ପଡ଼ିବ। ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ।ସେ ସବୁବେଳେ ସ୍ମୃତିରେ ଅମର ହୋଇ ରହିବେ।ସୁଦର୍ଶନ ରତନ ତାଙ୍କର ଚମତ୍କାର ନିର୍ଦ୍ଦେଶନା ପାଇଁ ଅନେକ ପ୍ରଶଂସା ସାଉଁଟି ଥିବା ବେଳେ ତାଙ୍କର ଅନେକ ପ୍ରଶଂସକ ମଧ୍ୟ ରହିଛନ୍ତି।ଏବେ ଏହି ଖବର ସେ ସମସ୍ତଙ୍କ ପାଇଁ ଏକ ଦୁଃଖର ବାର୍ତ୍ତା ନେଇ ଆସିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।