Breking News – ଏବେ ଏବେ ଆସିଲା କ୍ରୀଡା ଜଗତକୁ ବଡ ଦୁଖଦଃ ଖବର । ହଠାତ ଏହି ମହାନ ଖେଳାଳି ଙ୍କର ହେଲା ଦେହାନ୍ତ, ସାରା ଦେଶରେ ଖେଳିଗଲା ଶୋକର ଛାୟା…
ଯାଉ ଯାଉ ୨୦୨୦ ଆଉ ଏକ ଗଭୀର ଦୁଃଖ ଦେଇଗଲା କ୍ରୀଡା ଜଗତକୁ। ଗତକାଲି ପୂର୍ବତନ ହକି ଖେଳାଳି ଓ ଅର୍ଜୁନ ପୁରସ୍କାର ପାଇଥିବା ମାଇକେଲ କିଣ୍ଡୋଙ୍କ ପରଲୋକ ଘଟିଛି। ତାଙ୍କର ପରଲୋକ ସମସ୍ତଙ୍କୁ ଏକ ଗଭୀର ଆଘାତ ଦେଇଛି। ଓଡ଼ିଶାରେ ଜନ୍ମିତ ନହୋଇ ମଧ୍ୟ ଓଡ଼ିଶାକୁ ନିଜର କରି ନେଇ ରାଉରକେଲାରେ ରହୁଥିଲେ ଏହି ଖେଳାଳୀ ଜଣଙ୍କ।ତେବେ ଗତକାଲି ସକାଳେ ତାଙ୍କ ଦେହ ଅଧିକ ଅସୁସ୍ଥ ହୋଇ ପଡିବା କାରଣରୁ ତାଙ୍କୁ ହସ୍ପିଟାଲ୍ ରେ ଭର୍ତ୍ତି କରା ଯାଇଥିଲା।ତେବେ ଯାହା ସୂଚନା ରହିଛି ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲରେ ଜିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଛି ଏହି ମହାନ୍ କ୍ରୀଡାବିତ୍ ଙ୍କ।
ତେବେ ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ବୟସ ହୋଇଥିଲା।ତେବେ ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ। ତାଙ୍କୁ ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରା ଯାଇଥିଲା ଅସୁସ୍ଥତା ପରେ।ତାପରେ ତାଙ୍କର ଚିକିତ୍ସା ସମୟରେ ଦେହାନ୍ତ ହୋଇଛି।
ତେବେ ୧୯୪୭ ମସିହା ଜୁନ୍ ୨୦ ତାରିଖରେ ଜନ୍ମ ଗ୍ରହଣ କରିଥିଲେ ମାଇକେଲ କିଣ୍ଡୋ। ମାଇକେଲ କିଣ୍ଡୋଙ୍କ ଝାଡ଼ଖଣ୍ଡରେ ଜନ୍ମ ଗ୍ରହଣ କରିବା ପରେ ପରବର୍ତ୍ତୀ ସମୟରେ ସେ ଓଡ଼ିଶାକୁ ଫେରିଥିଲେ। ତେବେ ସେ ସେ ବର୍ଷ ବର୍ଷ ଧରି ଓଡ଼ିଶାରେ ରହି ଆସୁଥିଲେ ମଧ୍ୟ ତାଙ୍କୁ ଓଡ଼ିଶାର ବୋଲି କୁହା ଯାଉନ ଥିବା କିଣ୍ଡୋଙ୍କ ସବୁଠାରୁ ବଡ଼ ଅବସୋସ ରହିଥିଲା।
ସୂଚନା ଅନୁସାରେ ୧୯୭୨ ମସିହାରେ ଅଲିମ୍ପିକ୍ସରେ ଭାରତୀୟ ହକି ଦଳରେ ସ୍ଥାନ ପାଇଥିଲେ ଏହି ପ୍ରସିଦ୍ଧ ଖେଳାଳୀ।ଆଉ ସେହି ଥର ଦଳ ବ୍ରେଞ୍ଜ ପଦକ ମଧ୍ୟ ଜିତି ଥିଲା । ୧୯୭୫ ମସିହାରେ ହକି ବିଶ୍ୱକପରେ ଭାରତୀୟ ଦଳ ଚାମ୍ପିଅନ୍ ମଧ୍ୟ ହୋଇଥିଲା।ଏହି ଦଳର ପ୍ରମୁଖ ସଦସ୍ୟ ଥିଲେ ମାଇକେଲ କିଣ୍ଡୋ।ତେବେ ଏକ ସମୟରେ ଭାରତୀୟ ଦଳର ମେରୁଦଣ୍ଡ କୁହା ଯାଉଥିବା ଏହି ଖେଳାଳି ଫୁଲ୍ବ୍ୟାକ୍ ପୋଜିସନ୍ରେ ଖେଳୁଥିଲେ ଏବଂ ତାଙ୍କର ଅଗଣିତ ପ୍ରଶଂସକ ମଧ୍ୟ ରହିଥିଲେ।
ଆଉ ତାଙ୍କର କୃତିତ୍ୱ ପାଇଁ ପରବର୍ତ୍ତୀ ସମୟରେ ତାଙ୍କୁ ଦେଶର ସବୁଠାରୁ ମର୍ଯ୍ୟାଦା ଜନକ କ୍ରୀଡ଼ା ସମ୍ମାନ ଅର୍ଜୁନ ପୁରସ୍କାର ପ୍ରଦାନ କରା ଯାଇଥିଲା।ତେବେ ପୂର୍ବତନ ହକି ଖେଳାଳି ଓ ଅର୍ଜୁନ ପୁରସ୍କାର ପାଇଥିବା ମାଇକେଲ କିଣ୍ଡୋ ଙ୍କୁ ଆଜି ଦେଶ ହରାଇ ଏକ ଗଭୀର ଆଘାତ ପାଇଛି। ତାଙ୍କର ସମସ୍ତ ପ୍ରଶଂସକ ସହିତ ତାଙ୍କର ଜନ୍ମସ୍ଥାନ ଝାଡ଼ଖଣ୍ଡ ରୁ ମଧ୍ୟ ତାଙ୍କ ପାଇଁ ଶୋକ ସଭା ପାଳନ କରା ଯାଇଛି।
ଓଡ଼ିଶାରେ ଦୀର୍ଘଦିନ ରହି ଓଡ଼ିଶାକୁ ଭଲ ପାଉଥିବା ଏହି ମହାନ୍ ଖେଳାଳୀ ଜଣଙ୍କ ଓଡ଼ିଶାରେ ହିଁ ମୃତ୍ୟୁ ବରଣ କରି ଥିବାରୁ ତାଙ୍କୁ ଆଜି ଝୁରୁଛି ସାରା ଓଡ଼ିଶା ଏବଂ ତାଙ୍କ ସ୍ମୃତି କୁ ମନେ ପକାଉଛି। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।