ଏଠାରେ ମା ଶୁଣନ୍ତି ଭକ୍ତଙ୍କ ଗୁହାରି, ଏବଂ ଭକ୍ତଙ୍କ ଗୁହାରୀ ପୂରଣ କରିଥାନ୍ତି ! ଜାଣନ୍ତୁ ଏହି ପୀଠ ପଛରେ ରହିଥିବା ରହସ୍ୟ ! ମନରେ ଭକ୍ତିଥିଲେ ପୋଷ୍ଟି ନିଶ୍ଚିତ ପଢନ୍ତୁ

କଥାରେ ଅଛି ବିଶ୍ବାସ ମିଳଇ ହରି,ତର୍କେ ବହୁ ଦୂର । ଯେଉଂଠି ବିଶ୍ବାସ ଅଛି ସେଠାରେ ଅଛନ୍ତି ଭଗବାନ ନଚେତ୍ ମନ୍ଦିର ନୁହଁ ପଥର । ହେଲେ ଭାରତରେ ଏମିତି କିଛି ମନ୍ଦିର ରହିଥି ଯେଉଂଠି ରହିଛି ଅନେକ ଅଲୌକିକ ଶକ୍ତି । ଏପରି ଏକ ମନ୍ଦିର ରହିଛି ଦେବଭୂମି ଉତ୍ତରାଖଣ୍ଡରେ । କୁହାଯାଏ ମାଁ ଭଦ୍ରକାଳିଙ୍କ ମନ୍ଦିରରେ ଯେ କେହି କିଛି ମାଗିଥାନ୍ତି ତାଙ୍କର ମନସ୍କାମନା ନିଶ୍ଚୟ ପୂରଣ ହୋଇଥାଏ । ମାଁଭଦ୍ରକାଳୀ ହେଉଛନ୍ତି ଭଗବାନ ଶ୍ରୀକୃଣ୍ଣଙ୍କର ଇଷ୍ଟଦେବୀ । ମାଁଭଦ୍ରକାଳୀଙ୍କ ଏହି ଧାମ ଜିଲ୍ଲା ମୂଖ୍ୟାଳୟରୁ ମାତ୍ର 40 କିଲୋମିଟର ଦୂରରେ ଭଦ୍ରକାଳୀ ନାମକ ଏକ ଗାଁରେ ଅବସ୍ଥିତ । ଏହି ଧାମ ଏତେ ମନୋରମ ଯେ ବର୍ଣ୍ଣନା କରିହେବ ନାହିଁ ।

କୁହାଯାଏ ଏହି ମନ୍ଦିରର ପୂଜା କେବଳ ନାଗକନ୍ୟା ମାନେ କରିଥାନ୍ତି । ସାଣ୍ଡାଲ୍ୟ ଋଷିଙ୍କ ପ୍ରସଙ୍ଗରେ ଶ୍ରୀମୂଳ ନାରାୟଣଙ୍କ କନ୍ୟା ନିଜର ସଖୀମାନଙ୍କ ସହ ମିଶିକରି ଏହି ସ୍ଥାନ ଖୋଜିଥିଲେ । ମାତାଙ୍କ ପୂରୁଣା ମନ୍ଦିର 200 ମିଟର ଚଉଡାର ଏକ ବଡ ଭୂଖଣ୍ଡ ଉପରେ ବିରାଜମାନ ।

ଏହାତଳେ ସୁନ୍ଦର ନଦୀ 200 ମିଟର ଗୁମ୍ଫା ତଳେ ବୋହୂଛି ,ଏହି ଗୁମ୍ଫାରେ ଶିବଲିଙ୍ଗ ,ମାତାଭଦ୍ରକାଳୀ ,ସ୍ବରସତୀ ଲକ୍ଷ୍ମୀ ଏବଂ ମହାକାଳୀଙ୍କ ମୂର୍ତ୍ତି ପ୍ରାକୃତିକ ପିଣ୍ଡିରେ ବିରାଜମାନ କରିଛନ୍ତି । ମାତାଭଦ୍ରକାଳୀଙ୍କ ଏହି ଅଲୌକିକ ମନ୍ଦିର 2ହଜାର ବର୍ଷରୁ ଅଧିକ ପୂରୁଣା ବୋଲି କୁହାଯାଏ ।

ଏବେ ଭଦ୍ରକାଳୀ ଗାଁର ଯଶି ପରିବାର ବଂଶାନୁ କ୍ରମିକ ଭାବେ ଏହି ମନ୍ଦିରର ପୂଜା କରୁଛନ୍ତି । ଶ୍ରୀମଦ୍ ଦେବୀ ଭଗବତ,ଶିବ ପୂରାଣ ଏବଂ ସ୍କନ୍ଧ ପୂରାଣର ମାନସା ଖଣ୍ଡରେ ଏହି ସ୍ଥାନର ବର୍ଣ୍ଣନା ରହିଛି ଯେ ମାତା ଭଦ୍ରକାଳୀ ଏହି ସ୍ଥାନରେ 6 ମାସ ଯାଏଁ ତପସ୍ୟା କରିଥିଲେ ।


କୁହାଯାଏ ଇଂରେଜ ମାନେ ବି ଏହି ସ୍ଥାନକୁ ଅତ୍ୟଧିକ ଧାର୍ମିକ ସ୍ଥଲ ବିଚାର କରି କର ମୁକ୍ତ ଘୋଷଣା କରିଥିଲେ । ଯାହା ଆଜି ବି କରମୁକ୍ତ ରହିଛି । ଏହି ସ୍ଥାନକୁ ମାତାଙ୍କର ଇକ୍ତବନ ଶକ୍ତିପୀଠ ବୋଲି ମନାଯାଏ । କୁହାଯାଏ ଦକ୍ଷକୁମାରୀ ମାତା ସତୀଙ୍କର ପାଦଅଂଶ ଏହିଠାରେ ପଡିଥିଲା ।

ସ୍କନ୍ଧପୂରାଣ ଅନୁଯାୟୀ ମାତା ଭଦ୍ରକାଳୀ ଏଠାରେ ତପସ୍ଯା କରୁଥିବା ବେଳେ ବନ୍ୟା ଆସି ଏଠାରେ ଭରି ରହିଗଲା । ଫଳରେ ମାତା ନିଜ ଗୋଡରେ ଏକ ପଥର ଫିଙ୍ଗି ଦେବାରୁ ବନ୍ୟା ପାଣି ମାତାଙ୍କ ଗୋଡ ତଳ ଦେଇ ପ୍ରବାହିତ ହେଲା । ସେବେ ଠାରୁ ନଦୀ ଏହି ଗୁମ୍ଫା ତଳେ ବୋହିଥାଏ ।

ଏହି ମନ୍ଦିରରେ ସ୍ନାନ କରିଲେ ସବୁ ରୋଗ ନଷ୍ଟ ହୋଇଯାଇଥାଏ ବୋଲି ବିଶ୍ବାସ ରହିଛି । ଚୈତ୍ରମାସ ଅଷ୍ଟମୀ ତିଥିରେ ଏଠାରେ ବଡ ମେଳା ହୋଇଥାଏ । ଏହି ଦିନ ଶ୍ରଦ୍ଧାଳୁ ଆସି ଏଠାରେ ଥିବା ଶକ୍ତିକୁଣ୍ଡରେ ସ୍ନାନ କରିଥାନ୍ତି, ଯାହାଦ୍ବାରା ସେମାନଙ୍କର ସମସ୍ତ ମନସ୍କାମନା ପୂର୍ଣ ହୋଇଥାଏ ବୋଲି ବିଶ୍ବାସ ରହିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।