ସରକାରଙ୍କ ବଡ ନିର୍ଦ୍ଦେଶ- କରୋନାର ନୂଆ ମୋଡ କୁ ଆଖି ଆଗରେ ରଖି ରାଜ୍ୟରେ ପୁଣି ବନ୍ଦ ହେବ ସମସ୍ତ ଶିକ୍ଷାନୁଷ୍ଠାନ …ଅଲଲାଇନ୍ ରେ ହେବ ପାଠପଢା …ଦୟାକରି ଖବରଟି କୁ ଧ୍ୟାନ୍ନ ଦିଅନ୍ତୁ…
ସାରା ଦେଶ ରେ କରୋନା ମହାମାରୀ ପୁଣି ବଢିବା ରେ ଲାଗିଛି ।ଏହା କୁ ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ମାନ ଗ୍ରହଣ କରା ଯାଉଛି ।ଗତ ବର୍ଷ ବି ଏହି କରୋନା ତାହାର କାୟା ସମସ୍ତ ଦେଶ ରେ ବିସ୍ତାର କରି ସାରିଥିଲା ।ଯାହା ଫଳରେ ଦେଶର ଅଧିକାଂଶ ଲୋକ ଏହି ରୋଗରେ ଆକ୍ରାନ୍ତ ହୋଇଥିଲେ ଏବଂ ମୃତ୍ୟୁ ବରଣ ମଧ୍ୟ କରିଥଲେ ।ଯାହାର ପ୍ରଭାବ ଦେଶର ଅର୍ଥନୀତି ଏବଂ ଶିକ୍ଷା ବ୍ୟବସ୍ଥା ଉପରେ ପଡିଥିଲା ।ଫଳରେ ଦେଶର ଅର୍ଥନୀତି ପୁରା ପୁରି ଭାବେ ଭୁଶୁଡି ପଡିଥିଲା । ତେଣୁ ସରକାର କରୋନା ମହାମାରୀ ପାଇଁ ଦେଶର ସମସ୍ତ ସ୍କୁଲ୍ , କଲେଜ୍, ଅଫିସ୍ , ଇତ୍ୟାଦି ବନ୍ଦ କରି ଦେଇଥିଲେ ।
ସମସ୍ତ ୟିଜି,ପିଜି ପିଲା ମାନଙ୍କର ପରୀକ୍ଷା ବାିଲ୍ କରି ଦିଆଯାଇଥିଲା ।ପୁଣି ଯେତେ ବେଳେ ଦେଖାଗଲା କି କରୋନା ସ୍ଥିତି ସୁଧୁରି ଆସିଲାଣି , ତ ସରକାର ଶିକ୍ଷାନୁଷ୍ଠାନ ଗୁଡିକ ଖୋଲିବା ପାଇଁ ଅନୁମତି ଦେଇଥିଲେ ଏବଂ ପାଠପଢା ମଧ୍ୟ ଚାଲୁଥିଲା ।
କିନ୍ତୁ ଯାହା ଦେଖା ଗଲାଣି କରୋନା ମହାମାରୀ ପୁଣି ବଢିବାରେ ଲାଗିଛି ।ଦିଲ୍ଲୀ ରେ 1 ଅପ୍ରେଲ୍ ରୁ ଆରମ୍ଭ ହେବାକୁ ଯାଉଥିବା ର ନୂଆ ଶିକ୍ଷଣୀୟ ଅଧିବେଶନ ଉପରେ ଶିକ୍ଷା ବିଭାଗ ପକ୍ଷ ରୁ ଏକ ବିଜ୍ଞପ୍ତି ଜାରି କରା ଯାଇଛି ।ଯେଉଁଥିରେ ଶିକ୍ଷା ବିଭାଗ ସ୍ପଷ୍ଟ କରିଛନ୍ତି ଯେ ,ସ୍କୁଲ୍ ଗୁଡିକ ଏବେ ଅଫ୍ ଲାଇନ୍ ରେ କ୍ଲାସ୍ ଆରମ୍ଭ କରାଯିବାକୁ ଅନୁମତି ଦିଆଯିବ ନାହିଁ ।
ନୋଟିସ୍ ଅନୁସାରେ ,2020-21 ଅଧିବେଶନ ର 9 ରୁ 12 ଶ୍ରେଣୀ ର ଛାତ୍ର ଛାତ୍ରୀ ମାନଙ୍କୁ ଜରୁରୀ କ୍ଲାସ୍ ପାଇଁ ବା ପ୍ରାକ୍ଟିକାଲ୍ ବା ବୋର୍ଡ୍ ପରୀକ୍ଷା ପାଇଁ ବିଦ୍ୟାଳୟ ଡକାଯିବ । ଅନ୍ୟ ସମସ୍ତ କଲେଜ୍ ରେ କେବଳ ଅନଲାଇନ୍ ମୋଡ ରେ ପରିଚାଳିତ ହେବ । ଏପ୍ରିଲ୍ 1 ରୁଅନଲାଇନ୍ କ୍ଲାସ୍ ଆରମ୍ଭ ହେବ ।
ତେବେ 24 ଘଣ୍ଟା ମଧ୍ୟ ରେ ଦେଶ ରେ କୋରୋନା ରେ 469 ଜଣ ଙ୍କ ମୃତ୍ୟୁ ଘଟିଛି ।ଏହା ଫଳ ରେ ଦେଶର ମୋଟ୍ ମୃତ୍ୟୁ ସଂଖ୍ୟା 1 ଲକ୍ଷ 63 ହଜାର 396 କୁ ବୃଦ୍ଧି ପାଇଛି । ଦିନକରେ 81 ହଜାର 466 ଜଣ ଆକ୍ରାନ୍ତ ହୋଇଥିବା ଜଣା ପଡିଛି । ମୋଟ୍ ଆକ୍ରାନ୍ତ ଙ୍କ ସଂଖ୍ୟା 1 କୋଟି 23 ଲକ୍ଷ 3 ହଜାର 131 କୁ ବୃଦ୍ଧି ପାଇଛି ।
ତେବେ ସକ୍ରିୟ ଆକ୍ରାନ୍ତ ଙ୍କ ସଂଖ୍ୟା 6 ଲକ୍ଷ 14 ହଜାର 696 ରହିଥିବା ବେଳେ ସୁସ୍ଥ ସଂଖ୍ୟା 1 କୋଟି 15 ଲକ୍ଷ 25 ହଜାର 39 ରେ ପହଞ୍ଚିଛି ।6 କୋଟି 87 ଲକ୍ଷ 89 ହଜାର 138 ଜଣ ଟିକା ନେଇଛନ୍ତି ।କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରା ଳୟ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।