ସମ୍ପତିକୁ ନେଇ ସୁପ୍ରିମକୋର୍ଟଙ୍କ ସୁପ୍ରିମ୍ ରାୟ ! ଏଣିକି ପୈତୃକ ସଂପତି ଉପରେ ପୁଅଙ୍କ ଭଳି ଝିଅଙ୍କ ର ବି ରହିବ ସମାନ ଅଧିକାର । ସେ ବିବାହିତା ହୋଇଥାନ୍ତୁ କିମ୍ବା ଅବିବାହିତା…
ସମ୍ପତିକୁ ନେଇ ସୁପ୍ରିମକୋର୍ଟଙ୍କ ସୁପ୍ରିମ୍ ରାୟ । ଏବେ ବାପାଙ୍କ ସଂପର୍ତିରେ ରହିବ ଝିଅର ଅଧିକାର । ଏଣିକି ପୈତୃକ ସଂପତି ଉପରେ ପୁଅଙ୍କ ଭଳି ଝିଅଙ୍କ ର ବି ରହିବ ସମାନ ଅଧିକାର । ସେ ବିବାହିତା ହୋଇଥାନ୍ତୁ କିମ୍ବା ଅବିବାହିତା ନିଜ ବାପାଙ୍କ ସଂପତିରେ ମଳିବ ବରାବର ଅଧିକାର । ଏନେଇ ଆଜି ସ୍ପଷ୍ଟ କରିବା ସହ ଐତିହାସିକ ନିଷ୍ପତି ଶୁଣାଇଛନ୍ତି ସର୍ବୋଚ୍ଚ ଅଦାଲତ । ତେବେ ଦିନ୍ତୁ ଆମେଣ୍ଟମେଣ୍ଟ ଆକ୍ଟ ଅନୁଯାୟୀ ଝିଅ ମାନଙ୍କୁ ପୈତୃକ ସଂପତିରେ ଏହି ହକ୍ ପ୍ରଦାନ କରାଯିବ ।ତେବେ ଯଦି ହିନ୍ଦୁ ଉତ୍ତରାଧିକାର ଆକ୍ଟ 2005 ଲାଗୁ ହେବା ପୂର୍ବରୁ ହିଁ କୋପର୍ସନଙ୍କ ମୃତ୍ୟୁ ହୋଇ ଥାଏ ତେବେ ବି ବାପାଙ୍କ ସଂପତି ଉପରେ ଝିଅ ଙ୍କ ଅଧିକାର ରହିବ ।
ଭାଇ ମାନଙ୍କ ଭଳି ବାପା ଙ୍କ ସଂପତିରେ ଭଉଣୀ ମାନେ ସମାନ ଅଧିକାର ପାଇବେ । ତେବେ 2005 ରେ ନିୟମ ରହିଥିଲା ଯେ ଉଭୟ ପୁଅ ଏବଂ ଜିଅଙ୍କୁ ପୈତୃକ ସଂପତିରେ ସମାନ ଅଧିକାର ମିଳିବ । କିନ୍ତୁ ଏହା ସ୍ପଷ୍ଟ ହୋଇ ନଥିଲା ଯଦି 2005 ପୂର୍ବରୁ ପିତାଙ୍କର ମୃତ୍ୟୁ ହୋଇଥିଲେ ତେବେ ଏହି ନିୟମ ଲାଗୁ ହେବ କି ନାହିଁ ।
ଆଉ ଏନେଇ ଆଜି ଜଷ୍ଟିସ ଅରୁଣ ମିଶ୍ର ଶୁଣାଇଛନ୍ତି କି ଏହି ଆଇନ୍ କୌଣସି ବି ପରିସ୍ଥିତିରେ ଲାଗୁ ହେବ । ଯଦି ବାପାଙ୍କ ଦେହାନ୍ତ ନିୟମ ପ୍ରଣୟନ ହେବା ପୂର୍ବରୁ ଅର୍ଥାତ 2005 ପୂ୍ର୍ବରୁ ହୋଇ ସାରିଛି ତେବେ ବି ପୁଅ ପରି ଝିଅକୁ ସମାନ ଅଧିକାର ମିଳିବ ।
ନିଜ ଇଚ୍ଛାରେ କାହାକୁ ଦେଇ ପାରିବେନି ସଂପତି । ବିବାହିତା ଝିଅ ଙ୍କୁ ବି ମିଳିବ ପୈତୃକ ସଂପତିର ହକ୍ । କିନ୍ତୁ ନିୟମ ଅନୁସାରେ ସଂପତି ଦୁଇ ପ୍ରକାରର ବି ହୋଇପାରେ । ପ୍ରଥମଟି ହେଲା ବାପାଙ୍କ ଦ୍ବାରା କିଣା ଯାଇଥିବା ସଂପତି ଏବଂ ଦ୍ବିତୀୟଟି ହେଉଛି ପୈତୃକ ସଂପତି । ଯାହାକି ଗତ ଚାରି ପିଢି ଧରି ପୁଅଙ୍କୁ ମିଳୁ ଆସୁଛି । ଆଇନ୍ ଅନୁସାରେ ସେ ପୁଅ ହେଉ ଅବା ଝିଅ ଏହି ସଂପତି ଉପରେ ଏବେ ଉଭୟଙ୍କର ଜନ୍ମରୁ ସମାନ ଅଧିକାର ରହୁଛି ।
ତେବେ ଆଇନ୍ କହୁଛି ଯେ ବାପା ଏଭଳି ସଂପତିକୁ ନିଜ ଇଚ୍ଛାରେ କାହାକୁ ଦେଇ ପାରିବେ ନାହିଁ । ଅର୍ଥାତ ଏକ୍ଷେତ୍ରରେ ସେ କୌଣସି ଜଣଙ୍କ ନାଁ ରେ ନିଜର ସମସ୍ତ ସଂପତି କରିପାରିବେ ନାହିଁ ।
ସେହିଭଳି ଯଦି ବାପାଙ୍କର ମୃତ୍ୟୁ ହୋଇଯାଏ ଆଉ ମରିବା ପୂର୍ବରୁ ସେ କାହା ନାଁ ସଂପତି କରି ଯାଇ ନାହାଁନ୍ତି ତେବେ ଏଭଳି ସ୍ଥିତିରେ ସମସ୍ତ ଉତ୍ତରାଧିକାରୀଙ୍କର ସଂପତି ଉପରେ ସମାନ ଅଧିକାର ରହିବ । ଯଦି ସରଳ ଭାଷାରେ କୁହାଯାଏ ତେବେ ହିନ୍ଦୁ ଉତ୍ତରାଧିକାର ଆଇନରେ ପୁରୁଷ ଉତ୍ତରାଧିକାରୀ ଙ୍କୁ 4ଟି ଶ୍ରେଣୀରେ ବିଭକ୍ତ କରାଯିବ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।