ଲୋକମାନଙ୍କୁ ଆତଙ୍କିତ କରୁଥିଲା, ନିର୍ଯ୍ୟାତନା ଦେଉଥିଲା, ଲୋକମାନେ ଭୟ କରୁଥିଲେ ! ମୁଁ ମାରିଦେଲି – ଅଭିଯୁକ୍ତ ଗୋପାଳକୃଷ୍ଣ ଦାସ
ବହୁ ଚର୍ଚ୍ଚିତ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ତା’ର ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିଛି। ପାଟଣାଗଡ଼ ଡବଲ ମର୍ଡ ମାମଲାରେ ଅଭିଯୁକ୍ତ ପୁଞ୍ଜିଲାଲ ମେହେର୍ ଠାରୁ ସତ ଜାଣିବା ପାଇଁ ଓଡ଼ିଶାର ପ୍ରଥମ ଥର ବ୍ୟବହାର ହୋଇଥିବା ସ୍ତରୀୟ ସ୍ୱର ବ୍ଲିଶେଷଣ ବା ରେୟାର୍ଡ ବଏସ୍ ଆନାଲିସିସ୍ (ଏଲଏଭି) ପରୀକ୍ଷା ମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ଅଭିଯୁକ୍ତ ଗୋପାଳ ଦାସ କ୍ଷେତ୍ରରେ ମଧ୍ୟ ଏହି ପରୀକ୍ଷା କରାଯାଇଛି । ଗୋପାଳ ନବ ଦାସଙ୍କୁ ହତ୍ୟା କରିଥିବା କହୁଥିବା ବେଳେ ଏହି ପଦ୍ଧତିରେ ମଧ୍ୟ ପରୀକ୍ଷା କରାଯାଇ ତଦନ୍ତ କରାଯାଉଛି।
ଅନ୍ୟପଟେ ଶନିବାର କ୍ରାଇମ୍ବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ଏହି ତଦନ୍ତ ପ୍ରକ୍ରିୟାର ତଦାରଖ କରୁଥିବା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଜେପି ଦାସଙ୍କ ବାସଭବନକୁ ଯାଇ ତାଙ୍କୁ ତଦନ୍ତର ଅଗ୍ରଗତି ନେଇ ଅବଗତ କରାଇଥିବା ସୂଚନା ମିଳିଛି। ଏହାପରେ ଜଷ୍ଟିସ ଦାସ କହିଛନ୍ତି ଯେ, ତଦନ୍ତ ପ୍ରକ୍ରିୟା ଠିକ୍ ଢ଼ଙ୍ଗରେ ଚାଲିଛି। ଆଶା କରୁଛି ଏହା ନିର୍ଯାସରେ ପହଞ୍ଚିବ। ତେବେ ସେ ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିବେ ଜଷ୍ଟିସ ଦାସଙ୍କୁ ଭେଟିଲେ ଏଡିଜି ବୋଥ୍ରା ଆଉ 4 ଦିନ ରିମାଣ୍ଡରେ ଗୋପାଳଙ୍କ ବ୍ରହ୍ମପୁର ଘରେ କ୍ରାଇମ୍ବ୍ରାଞ୍ଚର ଛାନ୍ଭିନ୍ ଗୋପାଳଙ୍କ ଆର୍ଥିକ କାରବାରକୁ ନେଇ ଖୋଳତାଡ ବୋଲି ସ୍ପଷ୍ଟ କରିଥିଲେ।
ତେବେ ସେ କେବେ ଯିବେ ସେ ନେଇ ନିର୍ଦ୍ଦିଷ୍ଟ କିଛି କହି ନଥିଲେ। ଅନ୍ୟପକ୍ଷରେ କ୍ରାଇମ୍ବ୍ରାଞ୍ଚର ଏକ ଟିମ୍ ଗୋପାଳଙ୍କ ବ୍ରହ୍ମପୁରସ୍ଥିତ ଶିଳ୍ପାଞ୍ଚଳ ବାସଭବନକୁ ଯାଇ ତାଙ୍କ ପତ୍ନୀ ଓ ପୁତୁରାକୁ ପଚରାଉଚରା କରିଥିବା ସୂଚନା ମିଳିଛି। ଗୋପାଳଙ୍କ ବ୍ୟାଙ୍କ କାରବାର ଓ ସେ ମାନସିକ ରୋଗ ପାଇଁ ଖାଉଥିବା ଔଷଧ ସଂପର୍କରେ ଟିମ୍ ପଚାରିଥିବା ସୂଚନା ମିଳିଛି। ଏଥିପୂର୍ବରୁ କ୍ରାଇମ୍ବ୍ରାଞ୍ଚ ତାଙ୍କ ବଡ ଭାଇଙ୍କୁ ମଧ୍ୟ ପଚରାଉଚରା କରି ଛାଡିଥିଲା। ତେବେ ଶନିବାର କ୍ରାଇମବ୍ରାଞ୍ଚ ଗୋପାଳଙ୍କ ଘର ସହ ତାଙ୍କ ପଡୋଶୀଙ୍କ ମଧ୍ୟ ପଚରାଉଚରା କରିଥିବା ସୂଚନା ମିଳିଛି।
ଅନ୍ୟପକ୍ଷରେ ଗୋପାଳଙ୍କ ରିମାଣ୍ଡ ଅବଧି ଶନିବାର ଶେଷ ହେଉଥିବାବେଳେ ତାଙ୍କୁ ପୁଣି ଥରେ 4 ଦିନ ପାଇଁ ରିମାଣ୍ଡରେ ନେବାକୁ ଝାରସୁଗୁଡା ଜେଏମ୍ଏଫ୍ସି ଅନୁମତି ପ୍ରଦାନ କରିଛନ୍ତି। ଶନିବାର ଗୋପାଳଙ୍କୁ ଅଦାଲତରେ ହାଜର କରାଯିବା ସହ ୯ଦିନ ପାଇଁ ଆଉ ରିମାଣ୍ଡରେ ନେବାକୁ କ୍ରାଇମବ୍ରାଞ୍ଚ ପକ୍ଷରୁ ଆବେଦନ କରାଯାଇଥିଲା । ତେବେ ଅଦାଲତ 4 ଦିନ ପାଇଁ ଅନୁମତି ପ୍ରଦାନ କରିଛନ୍ତି।
ଏପଟେ ଅଭିଯୁକ୍ତ SI ଗୋପାଳକୃଷ୍ଣ ଦାସଙ୍କ କହିବା କଥା ନବ ବାବୁ କୁଆଡେ ଲୋକଙ୍କୁ ଆତଙ୍କିତ କରୁଥିଲେ, ନିର୍ଯ୍ୟାତନା ଦେଉଥିଲେ ,ସେଥିପାଇଁ ସେ ନବ ବାବୁଙ୍କୁ ହତ୍ୟା କଲେ । ତେବେ କିଛି ନେତା ଆମ ସରକାରଙ୍କୁ ବଦନାମ କରୁଛନ୍ତି ସେମାନେ ଲୋକଙ୍କ ଦୁଃଖ ବୁଝିବା ପରିବର୍ତ୍ତେ ଲୋକଙ୍କ ପାଇଁ ଦୁଃଖପାଲଟି ଯାଉଛନ୍ତି । ସେମାନଙ୍କ ମଧ୍ୟରୁ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଜଣେ ଥିଲେ ବୋଲି କହିଛନ୍ତି SI ଗୋପାଳକୃଷ୍ଣ ଦାସ । ଆଉ ଏ ସବୁ କାରଣ ପାଇଁ ସେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସଙ୍କୁ ହତ୍ୟା କରିଦେଲେ ବୋଲି କ୍ରାଇମବ୍ରାଞ୍ଚ ଜେରା କରିବାବେଳେ କହିଛନ୍ତି ଅଭିଯୁକ୍ତ ଗୋପାଳକୃଷ୍ଣ ଦାସ ।