ନିର୍ଯ୍ୟାତନା କଷାଘାତରେ ପେଷି ହୋଇଯାଇଛି ଆଉ ଜଣେ ନାରୀ । ଯାହାକୁ ସର୍ବ ସମ୍ମୁଖରେ କରାଯାଇଛି ଲଣ୍ଡା ! ଦୟାକରି ତୁରନ୍ତ କମେଣ୍ଟ କରନ୍ତୁ ଏପରି ଅପରାଧି ଙ୍କୁ କି ଦଣ୍ଡ ହେବା ଦରକାର !
ଧୀରେ ଧୀରେ ମଣିଷ ହରାଉଛି ମାନବିକତା ବୁଝିବାକୁ ଯଥେଷ୍ଟ ଶକ୍ତି ଥାଇ ମଧ୍ୟ ସେ ଆଜି ଅବୁଝା , ନିଜର ସ୍ୱାର୍ଥ ପାଇଁ କରି ବସୁଛି ଏପରି କିଛି କାଣ଼୍ଡ ଯାହା ଏ ସମାଜ ପାଇଁ ବିଲକୁଲ ଗ୍ରହଣୀୟ ନୁହେଁ । ଏପର ଏକ ନିର୍ଯ୍ୟାତନାର ମାମଲା ସାମ୍ନାକୁ ଆସିଛି ଯେଉଁଠାରେ ପୁଣି କଷାଘାତରେ ପେଶି ହୋଇଯାଇଛି ଜଣେ ନାରୀ । ଯାହାକୁ ସର୍ବ ସମ୍ମୁଖରେ କରାଯାଇଛି ଲଣ୍ଡା ।
ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ପରୁଆଫାଡି ଥାନାରେ ଘଟିଛି ଏହି ଘଟଣା , ପାରିବାରିକ ବିବାଦ ପରେ ସାମାଜିକ ବୈଠକରେ ମହିଳାଙ୍କୁ ଦିଆଯାଇଛି ଏପରି ଦଣ୍ଡ , ଯାହାକୁ ଶୁଣିଲେ ଆପଣଙ୍କର ରକ୍ତ ଗରମ ହୋଇଯିବ ଏବଂ କହିବେ ଏମାନଙ୍କୁ କିଏ ଦେଲା ଏତେ ସାହସ ।
ପାରୁଆଭାଡି ଗ୍ରାମର ଜୈନିକା ମହିଳାଙ୍କ ସହିତ ତାଙ୍କର ଶାଶୂ ଏବଂ ବଡ ନଣନ୍ଦଙ୍କର ଗଣ୍ଡଗୋଳ ହୋଇଥିଲା । ଏତିରେ ମହିଲା ଜଣକ କାହିଁକି ଏତେ ପାଟି କରୁଚ କହି ନଣନ୍ଦଙ୍କର ମୁହଁ ହାତରେ ବନ୍ଦ କରିଦେଇଥିଲେ । ଏଥିରେ ଉତକ୍ଷୀପ୍ତ ହୋଇ ଶାଶୁ ଏବଂ ଦେଢଶଶୁଉ ତାଙ୍କୁ ମାଡ ମାରିଥିଲେ ଏବଂ ପରେ ଏହାକୁ ନେଇ ଗ୍ରାମରେ ସାମାଜିକ ବୈଠକ ବସାଇଥିଲେ ।
ଏଥିରେ ସମାଜର ବଡ ପଣ୍ଡାଙ୍କର ନିଷ୍ପତ୍ତି କ୍ରମେ ମହିଳାଙ୍କୁ ନଣ୍ଡା କରିବା ସହିତ 6000 ଟଙ୍କା ଜୋରିମାନା ଦେବାକୁ କୁହାଯାଇଥିଲା । ତାଙ୍କୁ ସ୍ୱାମୀ ଏଥିରେ ବିରୋଧ କରିଥିଲେ ମଧ୍ୟ ତାଙ୍କର କଥାକୁ କେହି ଶୁଣିନଥିଲେ ମହିଳାଙ୍କୁ ଜୋର ଜବରଦସ୍ତ ନଣ୍ଡା କରାଯାଇଥିଲା । ବର୍ତ୍ତମାନ ସମୟରେ ମହିଳା ଜଣକ ବାପ ଘରେ ଆସି ରହୁଛନ୍ତି ଏବଂ ପରେ କୁଚିଣ୍ଡା ଥାନାରେ ଅଭିଯୋଗ କରିବା ପରେ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି ପୋଲିସ ।
ଅନ୍ୟପଟେ ଏ ନେଇ କିଷାନ ସମାଜର ରାଜ୍ୟ ଉପ ସଭାପତି ବୃନ୍ଦାବନ ମାଝି କିଷାନ ସମାଜରେ ଏପରି କୌଣସି ନିୟମ ନାହିଁ ବୋଲି କହିଛନ୍ତି । ଏହା ସହିତ ମହିଳା ମାନଙ୍କୁ ଆମ ସମାଜରେ ସମ୍ମାନ ଦିଆଯାଏ , ଯଦି ସମାଜର କେଉଁ ବ୍ୟକ୍ତି ଏପରି କାର୍ଯ୍ୟ କରିଛନ୍ତି ତେବେ ସେମାନଙ୍କୁ ଆଇନ ଅନୁସାରେ ଦଣ୍ଡ ମିଳିବ ବୋଲି ସେ କହିଛନ୍ତି ।
ବୃନ୍ଦାବନ ମାଝି ଏହା ମଧ୍ୟ କହିଛନ୍ତି କି କିଛି ଭୁଲ କାମ କଲେ ଆମ ସମାଜରେ ବହୁତ ନିୟମ ରହିଛି ଏହା ସହିତ ସମାଜ ବିରୋଧୀ କାମ କଲେ ନଣ୍ଡା ହେବାର କଥା ମଧ୍ୟ ରହିଛି ମାତ୍ର ଏପରି ଏକ କଥାରେ ନଣ୍ଡା କରିବା ଏହା ବହୁତ ନିନ୍ଦନୀୟ ଅଟେ ଏବଂ ସେହି ମହିଳାଙ୍କୁ କିପରି ନ୍ୟାୟ ମିଳିବ ସେ ନେଇ ଆମ ମାନେ ସତ ଚେଷ୍ଟା କରିବୁ ।