ଦେଖନ୍ତୁ Exclusive ଭିଡିଓ : ଗାଁ କୁ ଆସୁଛି ବାପା ର ମୃତ ଦେହ ରାଜରାସ୍ତା ରେ ମୁଣ୍ଡ ପିଟି କାନ୍ଦୁଛି ଝିଅ |

ଆଜିକାଲି ର ସମାଜ ଏତେ କଳୁଷିତ ହେବାକୁ ବସିଲାଣି କି ସୋସିଆଲ ମିଡ଼ିଆ ରେ କେବଳ କେଉଁଠି ଦୁଷ୍କର୍ମ, ଚୋରି ଡକାୟତ ଏବଂ ହତ୍ୟା ଭଳି ଘଟଣା ଦେଖିବା ପାଇଁ ମିଳୁଛି | ତେବେ ପୁଣି ଏକ ଖବର ଆସି ପହଞ୍ଚିଛି ଯାହାକୁ ଶୁଣିଲେ ଆପଣ ମଧ୍ୟ ଭୟଭୀତ ହୋଇ ଯିବେ | ନ ଖାଇ ନ ପିଇ ଦୁଇ ଦିନ ବିତି ଗଲାଣି ଆଖିରୁ ଲୁହ ଶୁଖୁନି କେମିତି ବା ଲୁହ ଶୁଖିବ ଆପଣ ମାନେ ହିଁ କୁହନ୍ତୁ ନିଖୋଜ ବାପା ର ମୃତ ଦେହ ମିଳିଛି |

ଏପଟେ ଗାଁ କୁ ବାପା ର ମୃତ ଦେହ ଯାଉଛି ହେଲେ ସେପଟେ ରାଜ ରାସ୍ତାରେ ଚିତ୍କାର କରି ଝିଅ କାନ୍ଦୁଛି | ପୁସାହି ଗାଁ ର ବାସୁଦେବ ପ୍ରଧାନ ଙ୍କ ହତ୍ୟା ଘଟଣା ରେ ଗାଁ ରେ ଶବ ପହଞ୍ଚିଲା ପରେ ଏକ ଦୁଖଃଦ ବାତାବରଣ ସୃଷ୍ଟି ହୋଇ ଥିଲା |

ପୁସାହି ଗ୍ରାମ ଦେଇ ଯାଇ ଥିବା 57 ନମ୍ବର ଜାତୀୟ ରାଜପଥ କୁ ଲୋକେ କିଛି ସମୟ ପାଇଁ ଚଳାଚଳ ବନ୍ଦ କରି ଦେଇ ଥିଲେ | ହତ୍ୟାକାରୀ ରବି କବାଡିଆ ଓ ତାର ସହଯୋଗୀ ଙ୍କ ବିରୁଦ୍ଧରେ ପୋଲିସ ର ଦୃଷ୍ଟାନ୍ତ ମୂଳକ କାର୍ଯ୍ୟନୁଷ୍ଠାନ ସହ ତାର ଦୁଇଟି ଛୋଟ ଝିଅ କୁ ପ୍ରଶାସନ ପକ୍ଷରୁ ସହଯୋଗ ପାଇଁ ଦାବି କରା ଯାଇଛି |

ରବି କବାଡିଆ ପୁସାହି ଗ୍ରାମ ର ଏକ ସରକାରୀ ଜାଗା ଜବର ଦଖଲ ରୁ କଟାଇ ଦେବା ପାଇଁ ତହସିଲ ପାଖରେ ଗ୍ରାମ ବାସୀ ମାନେ ଦାବି ରଖିଛନ୍ତି | ପୁସାହି ଗ୍ରାମ ରେ ଘଟଣା ସ୍ଥଳରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଦୁଇ ପ୍ଲାଟୁନ ଫର୍ସ କୁ ଉତ୍ତୟନ କରା ଯାଇ ଥିଲା |

ଘଟଣା ସ୍ଥଳରେ ଆଦର୍ଶ ଥାନା ଅଧିକାରୀ ଓ ଖୋର୍ଦ୍ଧା ତହସିଲଦାର ଲୋକ ମାନଙ୍କୁ ବୁଝାସୁଝା କରି ରାସ୍ତା କୁ ପଠାଇ ଥିଲେ | ଗ୍ରାମ ବାସୀ ଙ୍କ ସୂଚନା ଅନୁଯାଇ ମୃତ ବାସୁଦେବ ଙ୍କର ମଳ ଦ୍ୱାର ରେ କୌଣସି ଲୁହା ର ଅସ୍ତ୍ର ପୁରା ଯାଇ ଅତି ନିର୍ମମ ଭାବରେ ତାର ଜୀବନ ନିଆ ଯାଇଥିବା ସୂଚନା ମିଳିଛି |

ତେବେ ଜଣେ ଗ୍ରାମ ବାସୀ କହିଛନ୍ତି କି ଆମେ ପ୍ରଥମେ ଅଭିଯୋଗ କରି ଥିଲୁ କି ଆମ ଗ୍ରାମର ଲୋକ ଅପହରଣ ହୋଇଛି ଆଜି ପର୍ଯ୍ୟନ୍ତ ମିଳୁ ନାହିଁ | ଆମେ ଯାହା ଭାବୁଥିଲୁ ତାହା ଆଜି ଅକ୍ଷରେ ଅକ୍ଷରେ ସତ ହୋଇଛି ଆମ ଭାଇ ଟାକୁ ମାରି ଦେଇ ନଈ ରେ ପକେଇ ଦେଲେ |

ତାଙ୍କର ଦୁଇଟି ଝିଅ ମୁଲ ଲଗାଇଲେ ଯାଇଁ ତାଙ୍କ ପରିବାର ଚଳିବ ଏଣୁ ସେହି ଦୋଷୀ କୁ ଦଣ୍ଡ ଦେଇ ପ୍ରଶାସନ ପକ୍ଷରୁ ଏମାନଙ୍କ ପରିବାର କୁ ମଧ୍ୟ ସହଯୋଗ କରନ୍ତୁ ବୋଲି ଗ୍ରାମ ବାସୀ କହି ଦାବି କରିଛନ୍ତି | ବର୍ତ୍ତମାନ ସମୟ ରେ ଏହି ଖବର ଟି ଏବେ ସୋସିଆଲ ମିଡ଼ିଆ ରେ ଖୁବ ଚାଞ୍ଚଲ୍ୟ ସୃଷ୍ଟି କରିଛି |