ଦେଖି ହେଉନି ବାପାର ଛାତି ଫଟା କାନ୍ଦ, ଗାଁ ରେ ଜଳୁଛି ୭ ଭେଣ୍ଡିଆ ପୁଅଙ୍କ ଜୁଇ
ବର୍ତ୍ତମାନ ଆମେ ଟେକ୍ନୋଲୋଜି ତଥା ସୋସିଆଲ ମିଡ଼ିଆ ସହ ବେଶ ଜଡିତ ଅଟୁ। ଏବଂ ବର୍ତ୍ତମାନ ର ଦୁନିଆଁ ରେ ସୋସିଆଲ ମିଡ଼ିଆ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ତେବେ ଏହି ମିଡ଼ିଆ ସାହାଯ୍ୟ ରେ ଆମେ ସମସ୍ତ ଖବର ବିଷୟରେ ଜାଣିପାରୁ।ତେବେ ଏହି ସୋସିଆଲ ମିଡ଼ିଆ ମାଧ୍ୟମରେ ଆପଣ ଏହିପରି ଅନେକ ଭିଡ଼ିଓ ଦେଖିଥାଉ କିଛି ରେ ଆମେ ଜ୍ଞାନ ଆହରଣ କରିଥାଉ ତ ଆଉ କେତେକ ରେ ମଜା ମସ୍ତି। ମାତ୍ର କେବେ କେବେ ସୋସିଆଲ ମିଡ଼ିଆ ରେ ଏହିପରି କିଛି ଭିଡିଓ ଆମ ଆଗକୁ ଆସିଯାଇ ଥାଏ ଯାହାକୁ ଦେଖିଲେ ଆମେ ଆଶ୍ଚର୍ଯ୍ୟ ଚକିତ ହୋଇଯାଉ।
ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏହିପରି ଏକ ଘଟଣା ଟି ବିଷୟ ରେ ଭାଇରାଲ ହେବା ରେ ଲାଗିଛି ଯାହା ବିଷୟ ରେ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ।ତେବେ ଘଟଣାଟି ହେଉଛି ଜୀବନ ନେଇଗଲା ତ୍ରୁଟିପୂର୍ଣ୍ଣ ରାସ୍ତା। ସାତ ସାତ ଜଣଙ୍କୁ ମାରିଦେଲା କିଲର ବ୍ରିଜ୍। ଆଜ୍ଞା ହଁ ଦୁର୍ଭାଗ୍ୟ ବଶତଃ ଆସନ୍ତାକାଲି ପରମାଣପୁର ରୁ ଝାରସୁଗୁଡ଼ା ଅଭିମୁଖେ ଏକ ବୋଲେରୋ ଗାଡ଼ି ଭାରସାମ୍ୟ ହରାଇ ଏକ କେନାଲରେ ପଶି ଯାଇଥିଲା। ଝିପିଝିପି ବର୍ଷା ରେ ୧୧ ଜଣଙ୍କୁ ନେଇ ଡ୍ରାଇଭର ଫେରୁଥିବା ସମୟରେ ବିଶାଳଖେଣ୍ଡା ଗାଁ ପାଖ ରେ ନିୟନ୍ତ୍ରଣ ହରାଇ କେନାଲରେ ଖସି ପଡ଼ିଥିଲା।
ଫଳରେ ଡ୍ରାଇଭର ଙ୍କ ସହ ୭ ଜଣଙ୍କ ସଲୀଳ ସମାଧି ହୋଇଥିଲା। କୌଣସି ପ୍ରକାର ଗାଡ଼ି କାଚ ଭାଙ୍ଗି ପାଣି ଭିତରୁ ବାହାରିବା ପାଇଁ ସକ୍ଷମ ହୋଇଥିଲେ ଆଉ ୪ ଜଣ। ଖବର ପାଇ ସେହି ରାତିରୁ ଆଜି ସକାଳ ପର୍ଯ୍ୟନ୍ତ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଚାଲିଛି। ମୃତାହତ ଙ୍କୁ ସମ୍ବଲପୁର ମୁଖ୍ୟ ଚିକିତ୍ସାଳୟ କୁ ଅଣାଯାଇଥିଲା। ଆଉ ସେହି କଳାରାତିର କାହାଣି ବଖାଣିଥିଲେ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତି ଯାଇଥିବା ଜଣେ ଯାତ୍ରୀ।
ଆଉ ଅନ୍ୟ ପଟେ ଦୁଃଖରେ ମିଳେଇଗଲା ବାହାଘରର ଖୁସି। ଝିଅର ଘର ପରମାଣପୁର ଗାଁ ରେ ତ କାହାରି ମୁହଁ ରେ ଯେମିତି ଭାଷା ନଥିଲା। ବିପକ୍ଷ ପ୍ରିୟପରିଜନ ଙ୍କ ମୃତ୍ୟୁ ର ଶୋକ ଭିତରେ ବାହାଘର ସାରି ଝିଅ ଜ୍ୱାଇଁ କୁ ବିଦାୟ ଦେଇଥିଲେ ସତ୍ୟନାରାୟଣ ବେହେରା।
ଆଉ ଏହାରି ଭିତରେ ସାତ ଜଣଙ୍କ ଶବ ସତ୍କାର ଚାଲିଥିବା ବେଳେ ଅନ୍ୟପଟେ ବର ବୋହୂ ଙ୍କୁ ଘରକୁ ନିଆଯାଇଥିଲା। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଏଠାରେ ଦୁର୍ଘଟଣା ନୁଆ କଥା ନୁହେଁ। ଏଠାରେ ନୁଆ ବ୍ରିଜ୍ ପାଇଁ ଦାବି ସତ୍ତ୍ୱେ କେହି ଶୀଣୁ ନାହାନ୍ତି।