Special news-ଏ ଯୁଗର ଶ୍ରବଣ କୁମାର ବାପା- ମାଆଙ୍କ ଭାରରେ ବୋହି ବୋଲବମ୍..ଭିଡିଓ ଟି ଦେଖିବା ପରେ ଆପଣ ମଧ୍ୟ କହିବେ ବାଃ ପୁଅ ବାଃ
ସୋସିଆଲ ମିଡିଆରେ ଏମିତି ଅନେକ କିଛି ଘଟଣା ପ୍ରତିଦିନ ଘଟି ଯାଉଥିବାର ଦେଖିବା କୁ ମିଳୁଛି ଯାହା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଥାଏ।ପରେ ଏପରି ଘଟଣା ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଥାଏ। ତେବେ ଦେଖିବାକୁ ମିଳୁଥିବା ଏପରି କିଛି ଘଟଣା ମାନଙ୍କ ମଧ୍ୟରୁ କିଛି ଘଟଣାକୁ ଆମେ ହେୟ ଜ୍ଞାନ କରି ଦେଇ ଥାଉ ତ ପୁଣି କିଛି ଘଟଣା ବିଷୟରେ ଆମେ ଆଲୋଚନା ଏବଂ ଚର୍ଚ୍ଚା କରିଥାଉ।ସୋସିଆଲ ମିଡିଆରେ ଏହିପରି ପ୍ରତିଦିନ ଅନେକ ଭାଇରାଲ ଭିଡିଓ ଆପଣ ଦେଖୁଥିବେ। ତେବେ ଆଜିର ଏହି ସମାଜରେ ଲୋକ ମାନଙ୍କ ଜୀବନରେ କେତେବେଳେ କଣ ଘଟଣା ଘଟୁଛି ବା ଆଗକୁ ଘଟିବ କେହି ବି ଜାଣି ପାରିବେ ନାହିଁ।
ତେବେ ସମସ୍ତେ ଜାଣିଛନ୍ତି ବା ଏବେ ଦୁନିଆରେ ଚାଲିଛି କି ଛୋଟ ବେଳରୁ ବାପା ମା ପିଲା ମାନଙ୍କୁ ଯତ୍ନ ର ସହ ବଢ଼େଇ ପାଠ ପଢ଼େଇ ବଡ଼ ମଣିଷ କରିଥାନ୍ତି। କିନ୍ତୁ ସେହି ପୁଅ ଯେତେବେଳେ ନିଜ ଗୋଡ଼ରେ ଠିଆ ହେବା ପାଇଁ ସକ୍ଷମ ହୋଇ ପଡ଼ିଥାଏ, ସେତେବେଳେ ବାପା ମା ଙ୍କୁ ଖାତିର କରନ୍ତି ନାହିଁ।
କେହି କେହି ବାପା ମା ଙ୍କୁ ଘରୁ ବାହାର କରି ଦେଉଛନ୍ତି ତ ଆଉ କେହି ପୁଅ ବୋହୂ ଅଛନ୍ତି ତାଙ୍କୁ ନେଇ ବୃଦ୍ଧା ଆଶ୍ରମ ରେ ଛାଡ଼ି ଦେଇ ଆସୁଛନ୍ତି। ତେବେ ବର୍ତ୍ତମାନ ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ସାମ୍ନାକୁ ଆସିଛି। ଆଜ୍ଞା ହଁ,ବର୍ତ୍ତମାନ ଏକ ଖବର ସାମ୍ନାକୁ ଆସିଛି କି ଜଣେ ପୁଅ ତାର ବାପା ମାଆ କୁ ଭାରରେ ବହି ମହାଦେବଙ୍କ ଦର୍ଶନ ପାଇଁ ଯାଉଛନ୍ତି। ତେବେ କଥାଟି ଶୁଣି ଆପଣ ମାନେ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ହେଉଥିବେ।
ତେବେ ଆପଣ ମାନେ ସମସ୍ତେ ଜାଣିଥିବେ ବର୍ତ୍ତମାନ ଶ୍ରାବଣ ମାସ ଚାଲିଛି। ଶ୍ରାବଣ ମାସର ପ୍ରତି ସୋମବାର ଦିନ ଭକ୍ତ ମାନେ ଶିବଙ୍କ ଉପରେ ପାଣି ଚଢ଼େଇବା ପାଇଁ ଯାଇଥାନ୍ତି। ଆଉ ଆଜି ଏହିଭଳି ଏକ ପବିତ୍ର ଦିନରେ ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଥିଲା।
ତେବେ ପୁଅ ଓ ବୋହୂ ମାନସିକ କରିଥାନ୍ତି, ଆଉ ତାହାକୁ ପୁରଣ କରିବାକୁ ସେମାନେ ଦୁହେଁ ପଦଯାତ୍ରା କରିଥାନ୍ତି। କିନ୍ତୁ ଏହି ସୋମବାର ଦିନ ପୁଅ ବୋହୂ ଦୁହେଁ ମିଶି ବାପା ଓ ମା ଙ୍କୁ ଭାରରେ ବହି ଶିବଙ୍କ ଦର୍ଶନ ପାଇଁ ଯାଉଥିବାର ଭିଡିଓ ସାମ୍ନାକୁ ଆସିଛି। ଆଉ ବାପା ମା କାଳେ ପୁଅ ବୋହୂ ର କଷ୍ଟ ସହ୍ୟ କରି ପାରିବେ ନାହିଁ ବୋଲି ଭାବି ସେମାନେ ବାପା ମା ଙ୍କ ଆଖିରେ କପଡ଼ା ବାନ୍ଧି ଦେଇଥିଲେ। ତେବେ ବର୍ତ୍ତମାନ ଏହି ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।