Breaking News : ପୁଣି ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଆସିଲା ବଡ ଦୁଖଦଃ ଖବର, ଆତ୍ମହତ୍ୟା କଲେ ଏହି ପ୍ରସିଦ୍ଧ କମ୍ ବୟଷ୍କ ଅଭିନେତ୍ରୀ…ଦେଖନ୍ତୁ ଭିଡ଼ିଓ
ବଲିଉଡ ପାଇଁ ପୁଣି ଏକ ଦୁଖଃଦ ଖବର । ଆଖି ବୁଜିଲେ ବଲିଉଡର ଜଣାଶୁଣା, ଫେମସ୍ ଟେଲି ଅଭିନେତ୍ରୀ ତୁନିଷା ଶର୍ମା । ମାତ୍ର 20 ବର୍ଷ ବୟସରେ ହିଁ ସେ ଚିର ଦିନ ପାଇଁ ଏ ଦୁନିଆରୁ ବିଦାୟ ନେଇଗଲେ । ତାଙ୍କର ମୃତ୍ୟୁ ସାରା ବଲିଉଡ ରେ ଶୋକର ଲହରୀ ଖେଳାଇ ଦେଇଛି । ତେବେ ଚାଲନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା କଣ ପାଇଁ ଏତେ କମ୍ ବୟସରୁ ଆତ୍ମହତ୍ୟା ଭଳି ଗୋଟିଏ ଚ଼ରମ ପଦକ୍ଷେପ ନେଲେ ଏହି ଅଭିନେତ୍ରୀ ଜଣକ କଣ ରହିଛି ଏହା ପଛର ରହସ୍ୟ ।
ତେବେ ଫିଲ୍ମ ତଥା ଟେଲି ଅଭିନେତ୍ରୀ ତୁନିଷା ଶର୍ମା ଗତକାଲି ସୁଟିଙ୍ଗ ସେଟର ମେକପ ରୁମରେ ଆତ୍ମହତ୍ୟା କରିଛନ୍ତି । ଏହି ଘଟଣା ବିଷୟରେ ଜଣାପଡିବା ପରେ ସିରିଏଲ ଜଗତରେ ଶୋକର ଛାୟା ଖେଳିଯାଇଛି । ଏଥିସହିତ ଅଭିନେତ୍ରୀ ତୁନିଷାଙ୍କ ମୃତ୍ୟୁକୁ ତାଙ୍କ ଫ୍ୟାନ୍ସମାନେ ସହଜରେ ଗ୍ରହଣ କରିପାରୁ ନାହାଁନ୍ତି । ଅନ୍ୟପକ୍ଷେ ତୁନିଷାଙ୍କ ମୃତ୍ୟୁ ମାମଲାରେ ତାଙ୍କ କୋ-ଷ୍ଟାର ଶିଜାନ ଖାଁକୁ ଗିରଫ ପୋଲିସ ଗିରଫ କରିଛି । ଗତକାଲି ରାତିରେ ଶିଜାନଙ୍କୁ ୱାଲିଭ ପୋଲିସ ଗିରଫ କରିଛି ।
ମିଳିଥିବା ସୂଚନା ଅନୁସାରେ ତୁନିଷାଙ୍କ ମୃତ୍ୟୁକୁ ନେଇ ତାଙ୍କ ମା କୋ-ଷ୍ଟାର ଶିଜାନ ଖାନଙ୍କ ବିରୋଧରେ ଅବିଯୋଗ କରିଥିଲେ । ଫଳରେ ପୋଲିସ ଆଇପିସି ଧାରା 306 ଅନୁଯାୟୀ ଶିଜାନଙ୍କୁ ଗିରଫ କରିବା ସହ ପଚରାଉଚରା ଜାରି ରଖିଛି ।
ଏହି ଘଟଣାକୁ ନେଇ ପୋଲିସ ପକ୍ଷରୁ କୁହାଯାଇଛି ଯେ, ତୁନିଷାଙ୍କ ନିକଟରୁ କୌଣସି ସୁଇସାଇଡ ନୋଟ୍ ମିଳିନାହିଁ । ସେପଟେ ପୋଲିସ ପୁରା ଘଟଣାର ଛାନବିନ କରୁଛି । ଏଥିସହିତ ନାଇଗାଓଁରେ ଅବସ୍ଥିତ ଟିଭି ସିରିଏଲ ସେଟ୍ର ସମସ୍ତ କର୍ମଚାରୀ ଏବଂ ସହଯୋଗୀଙ୍କୁ ପଚରାଉଚରା କରାଯାଉଛି ।
ତୁନିଷା ତାଙ୍କ ମାଙ୍କ ସହ ମୁମ୍ବାଇରେ ରହୁଥିବା ବେଳେ ଏହି ଘଟଣାକୁ ନେଇ ତାଙ୍କ ମା କୋ-ଷ୍ଟାର ଶିଜାନ ଖାନ ବିରୋଧରେ ଅଭିଯୋଗ କରିଥିଲେ । ତାଙ୍କ ମାଙ୍କ କହିବା ଅନୁଯାୟୀ ତୁନିଷା ଏବଂ ଶିବାନଙ୍କ ମଧ୍ୟରେ ବ୍ରେକଅପ୍ ହେବା ପରେ ତୁନିଷା ଡିପ୍ରେସନରେ ରହୁଥିଲେ । ଏଥିସହିତ ଉଭୟଙ୍କ ମଧ୍ୟରେ ବ୍ରେକ୍ ଅପରେ ସେ ଅତିଷ୍ଠ ହୋଇ ଜୀବନ ହାରିଛନ୍ତି ।
ତେବେ ଗତକାଲି ଅପରାହ୍ନ ପ୍ରାୟ ସାଢେ 3 ଟା ସମୟରେ ଦୀର୍ଘ ସମୟ ଧରି ତୁନିଷା ମେକଅପ୍ ରୁମରୁ ନବାହାରିବାରୁ ସେଟ୍ରେ ଥିବା କର୍ମଚାରୀ ମେକଅପ୍ ରୁମରେ ପହଁଚିଥିଲେ । ହେଲେ ତୁନିଷାଙ୍କ ତରଫରୁ କୌଣସି ପ୍ରତିକ୍ରିୟା ମିଳିନଥିଲା । ଫଳରେ କବାଟ ଭଙ୍ଗାଯାଇ ତାଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।
20 ବର୍ଷ ବୟସରେ ତୁନିଷା ଟିଭି ସିରିଏଲ ଜଗତରେ ବହୁତ ନାମ କମାଇଥିଲେ । ବହକୁ କମ୍ ବୟସରୁ ସେ ଦର୍ଶକଙ୍କ ବେଶ ନିକଟର ହୋଇଥିଲେ ଏବଂ ଅନେକ ପ୍ରଶଂସା ମଧ୍ୟ ସାଉଁଟିଥିଲେ । ତେବେ ତାଙ୍କର ମୃତ୍ୟୁପରେ ବଲିଉଡରେ ଶୋକର ଛାୟା ଖେଳିଯାଇଥିବା ବେଳେ ତାଙ୍କ ଫ୍ୟାନ୍ସ ମାନେ ମଧ୍ୟ ଦୁଃଖରେ ଭାଙ୍ଗି ପଡିଛନ୍ତି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।