ଝିଅ ମାନେ ନିଜ ଆଡୁ କୁହନ୍ତି ,କଣ ନେଇପାରିବ ଆମଠୁ ନିଅନ୍ତୁ ..ଆମକୁ କାମ ଦିଅନ୍ତୁ :ରୂପଶ୍ରୀ
ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଝିବାକୁ ପାଉଥିବେ । ତେବେ ବେଳେ ବେଳେ କିଛି ଏଭଳି ଭିଡ଼ିଓ ଆପଣ ମାନଙ୍କ ସାମ୍ନା କୁ ଆସିଥାଏ ଯାହାକୁ ଆପଣ ମାନେ ଦେଖିଲେ ସହଜରେ ବିଶ୍ୱାସ କରି ପାରିବେ ନାହିଁ । ଆଉ ଯେଉଁଠି ଜଣେ କଳାକାର ରୁପଶ୍ରୀ ପଣ୍ଡା ତାଙ୍କର ସଂଘର୍ଷ ବିଷୟରେ କିଛି ଏମିତି କଥା ପ୍ରକାଶ କରିଛନ୍ତି ଯାହା ଅତ୍ୟନ୍ତ ନିନ୍ଦା ଜନକ ଅଟେ ବୋଲି କୁହାଯାଉଛି । ଆଉ ଯେଉଁ କଥା କୁ ନେଇକି ବର୍ତ୍ତମାନ ଚାରିଆଡେ ହୋଇ ଚଇ ମଧ୍ୟ ଖେଳି ଯାଇଛି । ତାହେଲେ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା ।
ତେବେ ଛୋଟ ବେଳୁ ଅଭିନୟ କରିବାକୁ ଇଛା ତାଙ୍କୁ ନେଇ ଆସେ ବଡ଼ ପରଦାକୁ। ଅନେକ ସଂଘର୍ଷ ପରେ ସେ ବୋଧହୁଏ ନିଜର କିଛି ନୂତନ ପରିଚୟ ସୃଷ୍ଟି କରି ପାରିଛନ୍ତି।
ଆଉ ଦେଖିବା ପାଇଁ ଯେତିକି ସୁନ୍ଦର ନାଁ ମଧ୍ୟ ସେତିକି ସୁନ୍ଦର, ଆଉ ସେ ହେଉଛନ୍ତି ରୁପଶ୍ରୀ ପଣ୍ଡା। ତେବେ ରୁପଶ୍ରୀ ପଣ୍ଡା ବିଗ୍ ବ୍ରେକ୍ ସିଜନ ୨ ରେ ରେ ବିଜେତା ହୋଇଥିଲେ। ଆଉ ବିଜେତା ହେବା ପରେ ତାଙ୍କର ଲାଇଫ୍ କେଉଁ ଆଡ଼କୁ ମୋଡ଼ ନେଇଥିଲା କେତେ ଦୂର ପର୍ଯ୍ୟନ୍ତ ଯାଇ ପାରିଛନ୍ତି ସେ ସବୁ ବିଷୟରେ ତାଙ୍କୁ ଏକ ସାକ୍ଷାତକାରରେ ପଚାରିଥିଲେ।
ଆଉ ରୁପଶ୍ରୀ କହିଥିଲେ କି, ସେ ଯେତେବେଳେ ବିଗ୍ ବ୍ରେକ୍ ରେ ୱିନର୍ ହୋଇଥିଲେ ସେ ଭାବିଥିଲେ ତାର ସଂଘର୍ଷ ମୟ ଜୀବନ ସରିଗଲା, କିନ୍ତୁ ତାଙ୍କର ସଂଘର ସେହି ଦିନ ଠାରୁ ଫିଲ୍ମ ଲାଇଫ୍ ରେ ଆରମ୍ଭ ହୋଇଥିଲା। କାରଣ ତାଙ୍କୁ ସେ ପର୍ଯ୍ୟନ୍ତ କୌଣସି ଫିଲ୍ମ ଜଗତରେ ବଡ଼ ସୁଯୋଗ ମିଳି ନଥିଲା। ସେଥିପାଇଁ ସେ ତାଙ୍କର ଷ୍ଟ୍ରଗଲ ଜାରି ରଖିଛନ୍ତି। ତେବେ ରୁପଶ୍ରୀ ବିଗ୍ ବ୍ରେକ୍ ରେ ୱିନର୍ ହେବା ପରେ ଲାଲ୍ ପାନ୍ ବିବି ଫିଲ୍ମ ରେ ଅଭିନୟ କରିଛନ୍ତି।
କିନ୍ତୁ ଏ ପର୍ଯ୍ୟନ୍ତ ସେ କାହିଁକି ଲୋକପ୍ରିୟତା ହାସଲ କରିପାରି ନାହାନ୍ତି ବୋଲି ପଚାରିଥିଲେ। ଆଉ ରୁପଶ୍ରୀ କହିଥିଲେ, ଯଦି ସେମିତି ଜଣେ ଭଲ ଅଭିନେତ୍ରୀ ହେବା ପାଇଁ ଇଛା କରିବେ ତା ପାଇଁ ଆପଣଙ୍କୁ ପ୍ରଡ୍ୟୁସର ହେଉ ବା ଡିରେକ୍ଟର ପାଖରେ ନିଜକୁ ଆତ୍ମସମର୍ପଣ କରିଥିବା କଥା କହିଛନ୍ତି।
ଆଉ ସୁଟିଂ ସେଟରେ ମଧ୍ୟ ରାଗିଂ କରିଥାନ୍ତି। ଆଉ ଝିଅ ମାନଙ୍କ ପାଇଁ ହିଁ ଏମିତି ସୁଯୋଗ ହାତଛଡ଼ା ହେଇଥାଏ। କାରଣ ଝିଅ ମାନେ ନ ଚାହିଁଲେ କେହି ପୁଅ ଝିଅକୁ ଛୁଇଁ ବି ପାରିବେନି। ଆଉ ଝିଅ ମାନେ ନିଜ ଆଡ଼ୁ ଅଫର କରିଥାନ୍ତି କଣ ନେଇ ପାରିବ ଆମଠୁ ନିଅନ୍ତୁ, ଆମକୁ କାମ ଦିଅନ୍ତୁ। ସେଥିପାଇଁ ରୁପଶ୍ରୀ ୯୯ ପ୍ରତିଶତ ଝିଅର ଏହି ସବୁ କାମରେ ଭୁଲ ଅଛି ବୋଲି କହିଥିଲେ। ଫିଲ୍ମ ଇଣ୍ଡଷ୍ଟ୍ରି ରେ କାମ କରିବା ପାଇଁ ହେଲେ ଫିଲ୍ମ ପ୍ରଡ୍ୟୁସର, ଡିଡେକ୍ଟର ମାନଙ୍କ ସହ ଶୋଇବାକୁ ମଧ୍ୟ ପଡ଼ିଥାଏ, ଯାହାକି ଆଜିକା ସମୟରେ ଫିଲ୍ମ ଇଣ୍ଡଷ୍ଟ୍ରି ଖରାପ ହେବାକୁ ଲାଗିଲାଣି ବୋଲି କହିଛନ୍ତି।