Pregnant ହେବାର 10 ଟି ଲକ୍ଷଣ, ଏହି ଲକ୍ଷଣ ଥିଲେ ଆପଣ ନିଶ୍ଚିତ ଗର୍ଭବତୀ – Parents Tips
କୁହାଯାଏ ଯେ ମା ହେବାର ଅନୁଭୂତି ସବୁଠାରୁ ନିଆରା।ବିବାହ ପରେ ପ୍ରତ୍ୟେକ ମହିଳାଙ୍କ ମା ହେବା ପାଇଁ ଚାହିଁଥାନ୍ତି। ମାତୃତ୍ୱ ଲାଭ ନାରୀ ପାଇଁ ଖୁବ୍ ସୌଭାଗ୍ୟ ନେଇ ଆସେ।ସେହି ସମୟରେ ସେମାନେଙ୍କୁ ଯେଉଁ ଅନୁଭୂତି ହେଇଥାଏ ତାହାକୁ ସେମାନେ ଜୀବନ ଭିତରେ କେବେ ଭୁଲି ପାରନ୍ତି ନାହିଁ ।ତେବେ ବହୁତ ସମୟରେ ଏମିତି ହୋଇଥାଏ କି କିଛି ମହିଳା ଜାଣିପାରନ୍ତି ନାହିଁ ସେମାନ ପ୍ରେଗ୍ନେଟ ଅଛନ୍ତି। ଯେଉଁଥି ପାଇଁ ବେଳେ ବେଳେବେଳେ ସମସ୍ୟାର ସମ୍ମୁଖୀନ ହେବା ପାଇଁ ପଡ଼ିଥାଏ।
ତେବେ ଜଣେ ମହିଳା ଗର୍ଭ ଧାରଣ କରିବାର ପ୍ରଥମ ମାସରୁ ହିଁ କିଛି କିଛି ଲକ୍ଷଣ ପରିଲକ୍ଷିତ ହୋଇଥାଏ। ମାତ୍ର କେତେକ ମହିଳା ମାନେ ସେହି ଲକ୍ଷଣ ବିଷୟରେ ଜାଣି ପାରନ୍ତି ନାହିଁ।ତେବେ ଆଜି ଆଜି ଆମେ ଆପଣମାନଙ୍କୁ ଗର୍ଭଧାରଣ ପରେ ମା ଠାରେ ଯେଉଁ ସବୁ ଲକ୍ଷଣ ପ୍ରକାଶ ପାଇଥାଏ ସେ ବାବଦରେ ଜଣାଇବୁ। ଯାହା ପ୍ରତ୍ୟେକ ମହିଳା ଜାଣି ରଖିବା ଆବଶ୍ୟକ। ତେବେ ଆସନ୍ତୁ ଜାଣିବା ପ୍ରେଗନେନ୍ସି ସମୟରେ ଦେଖା ଯାଉଥିବା ଲକ୍ଷଣ ଗୁଡିକ:-
୧- ଜଣେ ମହିଳା ଯେତେବେଳେ ଗର୍ଭ ଧାରଣ କରେ ତାଙ୍କୁ ବାରମ୍ବାର ପରିସ୍ରା ଲାଗିଥାଏ ।ତେବେ ଏହାର କାରଣ ହେଉଛି ଗର୍ଭବତୀ ସମୟରେ ହର୍ମୋନାଲ ପରିବର୍ତ୍ତନ ପାଇଁ ରକ୍ତ ଅଧିକ ବିଷଧିତ ହେଇଥାଏ ।
୨-ଗର୍ଭ ଧାରଣ କରିବାର ପ୍ରଥମ ଓ ଦ୍ଵତୀୟ ସପ୍ତାହରେ ଶରୀରରେ ପ୍ରଜିଷ୍ଟିରନ ହରମୋନ ଅଧିକ ହୋଇଯାଏ।ଆଉ ଯେଉଁଥି ଗର୍ଭବତୀ ମହିଳା ମାନଙ୍କୁ ଅଧିକ ଥକା ଲାଗିଥାଏ। ଯେଉଁଥି ପାଇଁ ସେମାନେ ଅଧିକାଂଶ ସମୟରେ ନିଦ ଲାଗିଥାଏ।
୩-ତେବେ ସବୁଠାରୁ ବିଶେଷ ଲକ୍ଷଣ ହେଉଛି ଗର୍ଭ ଧାରଣ କରିବାର ପ୍ରଥମ ମାସରୁ ହିଁ ମହିଳା ମାନଙ୍କ ପିରିୟଡ଼ ବନ୍ଦ ହୋଇ ଯାଇଥାଏ।
୪- ଏହି ସମୟରେ ମହିଳା ମାନଙ୍କ ଠାରେ ଚିଡଚିଡ଼ା ପଣ ଦେଖିବାକୁ ମିଳିଥାଏ। ଏମାନଙ୍କ ମୁଡ୍ ଭଲ ରହିନାହିଁ।ହର୍ମୋନାଲ ଚେଞ୍ଜସ ପାଇଁ ଏଭଳି ପରିବର୍ତ୍ତନ ଦେଖିବାକୁ ମିଳିଥାଏ।
୫- ଏହି ସମୟରେ ମହିଳା ମାନଙ୍କୁ ଖାଦ୍ୟ ଖାଇବା ପାଇଁ ଇଚ୍ଛା ହୋଇ ନଥାଏ ଏଥି ସହ ବାନ୍ତି ମଧ୍ୟ ଲାଗିଥାଏ।
୬-ପ୍ରେଗନେନ୍ସିର ଗୋଟିଏ କି ଦୁଇ ସପ୍ତାହ ପରେ ସ୍ତନ୍ୟ ସଫ୍ଟ ଓ ସେଥିରେ ଦରଜ ବି ହେଇଥାଏ ।
୭-ଗର୍ଭ ଧାରଣ ସମୟରେ ଶରୀରର ତାପମାତ୍ରା ଆବଶ୍ୟକ ଠାରୁ ଅଧିକ ବଢ଼ି ଯାଇଥାଏ ଯାହା ପ୍ରେଗ୍ନେସିର ଏକ ବଡ ଲକ୍ଷଣ
୮- ତଳି ପେଟରେ କୁଞ୍ଚନ ଦେଖା ଯିବା ସହିତ ବ୍ଲଡ଼ ପଡିବା ବି ପ୍ରେଗନେନ୍ସିର ଲକ୍ଷଣ ଅଟେ ।
୯- କୋଷ୍ଠ ବଧତା ଯାହା ପାଇଁ ଝାଡ଼ରେ ଅସୁବିଧା ହୋଇଥାଏ।
୧୦-ଏହି ସମୟରେ ଶରୀରରେ ରକ୍ତ ସଞ୍ଚାଳନ ବୃଦ୍ଧି ହେବା କରଣରୁ ବହୁତ ସମୟରେ ମହିଳା ମାନଙ୍କ ମୁଣ୍ଡ ବିନ୍ଧିଥାଏ।