ବାପା ଗୋଡରେ ବେଡି ପକାଉଛି କୁନି ଝିଅ , କେଉଁ ସନ୍ତାନ ଚାହେଁ ତାର ଜନ୍ମଦାତାଙ୍କୁ ବନ୍ଦୀ ଭାବରେ ରଖିବ ! ଦୟାକରି ଏହି କୁନି ଝିଅର ଦୁଃଖ କୁ ଶୁଣନ୍ତୁ ଏବଂ କିଛି ସାହାର୍ଯ୍ୟ ର ହାତ ବଢାନ୍ତୁ….

ବାପା ଗୋଡରେ ବେଡି ପକାଉଛି କୁନି ଝିଅ , କେଉଁ ସନ୍ତାନ ଚାହେଁ ତାର ଜନ୍ମଦାତାଙ୍କୁ ବନ୍ଦୀ ଭାବରେ ରଖିବ । ଦୁନିଆ କଣ ଜାଣିବା ଆଗରୁ ହିଁ ଝିଅଟି ଜାଣିଲାଣି ଏହା ଟିକ ନୁହେଁ କିନ୍ତୁ ସେ ଉପାୟ ଶୂନ୍ୟ , ମନରେ ପଶ୍ଚାତାପ ଏତେ ଯେ ବାପାକୁ ଶିକୁଳି ଦେବା ପରେ ଘର ଭିତରକୁ ଯାଇ ଆଖିରୁ ଲୁହ ଗଡାଉଛି । ଲୁହ ଗଡାଇ କହୁଛୁ ଶିକୁଳି ଖୋଲିଲେ ବାପା କୁଆଡୋ ପଳେଇବେ ଯେ । ଛୋଟ ଝିଅର ଏହି ପଦେ କଥା କହୁଛୁ କି ସେ ତାର ବାପାକୁ କେତେ ଭଲପାଏ । ମାନସିକ ଦୁର୍ବଳ ବାପା କୁଆଡେ ନପେଇ ୟାଆନ୍ତୁ ମୁଣ୍ଡ ଠିକ ନଥାଉ ବରଂ ଘରେ ହିଁ ଥାଆନ୍ତୁ ଦିନରାତି ମୁଁ ତାଙ୍କର ମୁହଁ ଦେଖୁଥାଏ ।

କୁନି ଝିଅଟିଏ ଅନିଚ୍ଛା ସତ୍ତ୍ୱେ ବି ନେଇଠି କଠୋର ପଦକ୍ଷେପ , ଏକଥା କହିବା ବେଳେ ତାର ଆକତିରୁ ଝରି ପଡୁଛି ଧାର ଧାର ଲୁହ । ଘର ଆଗରେ ଶିକୁଳିରେ ବନ୍ଧା ହୋଇଥିବା ଏହି ବ୍ୟକ୍ତି ଜଣକ ହେଲେ ଭଦ୍ରକର ରାହଞ୍ଜ ପଞ୍ଚାୟତ ଅନ୍ତର୍ଗତ ବାହିସାହିର ଖଗେନ ନାୟକ ।

ଗତ ଦୁଇ ତିନି ବର୍ଷ ହେବ ତାଙ୍କର ମାନସିକ ଅବସ୍ଥା ଦେଖାଦେଇଛି ଚାରିଆଡେ ଧା ଧପଡ କରୁଛନ୍ତି , ଏଣୁତେଣୁ ଗପୁଛନ୍ତି ଏକଥାକୁ ନେଇ ବିଚଳିତ ହୋଇ ପଡିଛନ୍ତି ପରିବାର ଲୋକେ । ଆଗରୁ ଏପରି ନଥିଲେ ଖଗେନ ପର ଘରେ କାମ କରି ଘର ଚଳାଉଥିଲେ । ମାତ୍ର ଏବେ ଏପରି ଅବସ୍ଥାରେ ଆଉ କାମ କିଏ ଦେବ ତେଣୁ ଏବେ ଘରେ ଚୁଲି ଜଳିବା ସମ୍ଭବ ହେଉନାହିଁ । ଭୋକ ଉପାସରେ ଦିନ କାଟୁଛନ୍ତି ପତ୍ନୀ କୁନିଲତା , 8 ବର୍ଷର ଝିଅ ମଧୁସ୍ମିତା ଏବଂ ଆଉ ଦେଢ ବର୍ଷର ସାନ ଝିଅଟିଏ ।


ଯେଉଁଠାରେ ବଞ୍ଚିବା କଷ୍ଟକର ସେହିଠାରେ ସ୍ୱାମୀଙ୍କର ଚିକିତ୍ସା ପତ୍ନୀ କୁନିଲତାଙ୍କ ପାଇଁ ସାତ ସ୍ୱପ୍ନ ପାଲଟିଛି । ଭଙ୍ଗା ଦଦରା ନୁଆଣିଆ ଚାଳ ଘର ଛପର ଅପେକ୍ଷାରେ , ତେଣୁ ଛିଣ୍ଡା ପାଲ ତଳେ ମୁଣ୍ଡ ଗୁଞ୍ଜିଛନ୍ତି ବାପା ମା ଏବଂ ଦୁଇ ଝିଅ । ଏମିତିକି ମାନସିକ ଦୁର୍ବଳ ବୋଲଲି ସାର୍ଟିଫିକେଟ ନଥିବାରୁ ଭର୍ତ୍ତା ପାଇବାକୁ ମଧ୍ୟ ଅକ୍ଷମ ଖଗେନଙ୍କର ପରିବାର ।

ଏମିତି ଦୁଃଖ ଭରା କାହାଣୀ ଖୁଣିବା ପରେ କିଛି ସମାଜ ସେବୀ ଖଗେନଙ୍କର ଘରକୁ ଯାଇ ତାଙ୍କୁ ଶୁଖିଲା ଖାଦ୍ୟ ଦେଇଛନ୍ତି । ତେବେ ସେମାନଙ୍କୁ ତୁରନ୍ତ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି ଭଦ୍ରକର ପିଡି ।

ଭାଗ୍ୟ କାହା ସହ କେତେବେଳେ କି ପ୍ରକାର ଖେଳ ଖେଳେ ତାହା ଜାଣିବା ବହୁତ କଷ୍ଟକର । ସୁସ୍ଥ ଶବଳ ଖଗେନଙ୍କର ପାଇଁ ଇଶ୍ୱର କାହିଁକି ଏତେ କଠୋର ହେଲେ ତାହା କିଏ କହିବ । ଏହି ଛୋଟ ପିଲାଟିର ଆଖିର ଲୁହ କଣ ଇଶ୍ୱର ଦେଖି ପାରୁନାହାନ୍ତି । ସେ ହୁଏତ ମନେ ମନେ କହୁଛୁ ହେ ଇଶ୍ୱର ଏମିତି ଦୁଃଖ କେହି ଝିଅକୁ ନଦିଅ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।