Bollywood news – ହେ ଭଗବାନ ଏବେ ଏବେ ଆସିଲା ବଲିଉଡ୍ ଜଗତରୁ ଦୁଃଖଦ ଖବର ଏହି ଅଭିନେତ୍ରୀ ଜଣଙ୍କ କର୍କଟ ରୋଗରେ ଆକ୍ରାନ୍ତ ହୋଇ………
ବଲିଉଡ୍ ର ପ୍ରସିଦ୍ଧ ଅଭିନେତ୍ରୀ ତଥା ବିଜେପି ସାଂସଦ କିରଣ ଖେର୍ ରକ୍ତ କର୍କଟ ରେ ଆକ୍ରାନ୍ତ ହେଇଛନ୍ତି । ତାଙ୍କର ଅସୁସ୍ଥ ଅବସ୍ଥା ଏବଂ ତାଙ୍କର ଚିକିତ୍ସା ମୁମ୍ବାଇ କରବା ହସପିଟାଲ ରେ ଚାଲୁଥିବା ନେଇ ସ୍ୱାମୀ ଅନୁପମ୍ ଖେର୍ ଓ ପୁଅ ସିକନ୍ଦର ଖେର୍ ସୂଚନା ଦେଇଛନ୍ତି । ଗତ ବର୍ଷ ନଭେମ୍ବର 11 ରେ କିରଣ ଙ୍କ ହାତରେ ଆଘାତ ଲାଗିଥିଲା । ଏହା ପରେ ତାଙ୍କୁ ହସପିଟାଲ ରେ ଭର୍ତ୍ତି କରାଯାଇଥିଲା । ହସପିଟାଲ ରେ ହିଁ ମଲଟିପଲ୍ ମାଇଲୋମାର୍ ଲକ୍ଷଣ ତାଙ୍କ ଠାରେ ଦେଖିବାକୁ ମିଳିଥିଲା ।
ଏହା ତାଙ୍କ ବାମ ହାତରୁ ଡାହାଣ କାନ୍ଧ ଯାଏଁ ବ୍ୟାପି ଯାଇଥିଲା । 2020 ଡିସେମ୍ବର 4 ରେ ତାଙ୍କୁ ଚିକିତ୍ସା ପାଇଁ ମୁମବାଇ କୁ ଏୟାର ଲିଫ୍ଟ କରାଯାଇଥିଲା ।ସେବେ ଠାରୁ ତାଙ୍କର ଚିକିତ୍ସା ଜାରି ରହିଛି । କିରଣ ଗତ ଏକ ବର୍ଷ ହେଲା ଚିକିତ୍ସିତ ହେଉଥିବା ଓ ଧିରେ ଧିରେ ସୁସ୍ଥ ହେଉଥିବା ସେ କହିଛନ୍ତି ।
କିରଣ ଖେର୍ ବଲିଉଡ୍ ସିନେମାରେ ଜଣେ ଜଣା ଶୁଣା ଏବଂ ପ୍ରସିଦ୍ଧ ଚେହେରା ଥିଲେ । ତାଙ୍କର ସେହି ହୃଦୟସ୍ପର୍ଶୀ ଅଭିନୟ ରେ ସେ ତାଙ୍କର ପ୍ରଶଂସକ ମାନଙ୍କର ପ୍ରିୟ ହୋଇ ରହିଥିଲେ ଏବଂ ରହିଛନ୍ତି ମଧ୍ୟ ।ତାଙ୍କର ବହୁତ ପ୍ରଶଂସକ ରହିଛନ୍ତି । ସେ ତାଙ୍କର ଅଭିନୟ କଳା ରେ ସମସ୍ତଙ୍କ ମନ କିଣି ନେଇଥିଲେ । ତାଙ୍କ ର ପ୍ରଶଂସକ ମାନେ ତାଙ୍କୁ ବହୁତ ଭଲ ପାଉଥିଲେ ।କିନ୍ତୁ ତାଙ୍କର ଏପରି ଅବସ୍ଥା କଥା ଶୁଣି ତାଙ୍କ ପ୍ରଶଂସକ ମାନଙ୍କ ମନରେ ଏକ ଦୁଃଖର ଛାୟା ଖେଳି ଯାଇଛି ।
ଅନୁପମ୍ ଖେର୍ ସୋସିଆଲ୍ ମିଡିଆ ଜରିଆରେ କହିଛନ୍ତି ,କିରଣ ମଲଟିପୋଲ୍ ମାଇଲୋମା ରେ ଆକ୍ରାନ୍ତ । ଯେହାକି ଏକ ପ୍ରକାରର ରକ୍ତ କର୍କଟ । ଏବେ ତାଙ୍କର ଚିକିତ୍ସା ଜାରି ରହିଛି ।ଆମକୁ ବିଶ୍ୱାସ୍ ଯେ ସେ ନିଶ୍ଚୟ ଏହି ଯୁଦ୍ଧରେ ବିଜୟ ହେବେ ।
କୌଣସି ବି ପରିସ୍ଥିତି ରେ ସେ ହାରି ଯାଇ ନାହାନ୍ତି । ସେ ସର୍ବଦା ଯୋଦ୍ଧା ରହିଛନ୍ତି । ଦୃଢତାର ସହ ସାମ୍ନା କରିଛନ୍ତି । ସେ ସମସ୍ତଙ୍କୁ ସ୍ନେହ କରନ୍ତି ଏବଂ ଭଲ ପାଇବା ମଧ୍ୟ ଦିଅନ୍ତି । ସେଥି ପାଇଁ ତ ତାଙ୍କର ଏତେ ମାତ୍ରାରେ ପ୍ରଶଂସକ ରହିଛନ୍ତି ।କିରଣ ଙ୍କୁ ସ୍ନେହ ଦେବା ସହ ପ୍ରାର୍ଥନା କରୁ କି ସେ ଶୀଘ୍ର ସୁସ୍ଥ ହୋଇ ଯାଆନ୍ତୁ ।
ମାର୍ଚ୍ଚ 31 ରେ ରାଜ୍ୟ ବିଜେପି ସଭାପତି ଅରୁଣ ସୁଦ୍ ସାଂସଦ କିରଣ ଖେର୍ ଙ୍କ ଅନୁପସ୍ଥିତି ବାବଦରେ କଂଗ୍ରେସ ର ଏକ ଅଭିଯୋଗ ର ଜବାବ୍ ଦେଇଥିଲେ । ଆଉ ଏହି ସମୟରେ ସେ କହିଥିଲେ ।
କିରଣ ଖେର୍ କ୍ୟାନସର୍ ରୋଗରେ ଆକ୍ରାନ୍ତ ।ସେ ଡକ୍ ଡାଉନ ସମୟରେ ଚଣ୍ଡିଗଡ୍ ରେ ରହି ଲୋକମାନଙ୍କୁ ସାହା୍ଯ୍ୟ କରିଥିଲେ ।ତେବେ ନଭେମ୍ବରରେ ତାଙ୍କର ହାତ ଭାଙ୍ଗି ଯାଇଥିଲା ।ଏହା ପରେ ସେ ଚଣ୍ଡିଗଡ୍ ରେ ଚିକିତ୍ସିତ ହେଉଥିଲେ । ଏହି ସମୟରେ ସେ ମଲଟିପୁଲ୍ ମାଇଲୋମା ରୋଗରେ ଆକ୍ରାନ୍ତ ଥିବା ଦେଖିବାକୁ ମିଳିଥିଲା । ଏହା ପରେ ତାଙ୍କୁ ମୁମ୍ବାଇ କୁ ଚିକିତ୍ସା କରିବା ପାଇଁ ଯାଇଥିଲେ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।