ଦୁର୍ଗା ପୂଜା ସମୟରେ କେବେହେଲେ କରନ୍ତୁ ନାହିଁ ଏହି କାର୍ଯ୍ୟ, ନ ହେଲେ ତଳିତଳାନ୍ତ ହୋଇଯିବେ

ବର୍ତ୍ତମାନ ଯଦିଓ ଆମେ ଏକ ଅତ୍ୟାଧୁନିକ ତଥା ଟେକ୍ନୋଲୋଜି ର ଯୁଗରେ ବସବାସ କରୁଛୁ ତଥାପି ଆମେ ଆମର ସଂସ୍କୃତି କୁ ଭୁଲିନାହୁଁ। କାରଣ ଆମର ସଂସ୍କୃତି ହିଁ ଆମର ପରିଚୟ । ଖାଲି ଏତିକି ନୁହେଁ ବରଂ ଭାରତ ନିଜର ସଂସ୍କୃତି , ପରମ୍ପରା ତଥା ପୂଜା ପର୍ଵ କୁ ନେଇ ସବୁବେଳେ ଚର୍ଚ୍ଚା ରେ ରହିଥାଏ । ମାତ୍ର ଭାରତର ସମସ୍ତ ରାଷ୍ଟ୍ର ମାନଙ୍କ ମଧ୍ୟରୁ ଏହି ସବୁ ପର୍ବପର୍ବାଣି ତଥା ପୂଜାର୍ଚ୍ଚନା ପାଇଁ ଓଡ଼ିଆ ହେଉଛି ପ୍ରମୁଖ ରାଜ୍ୟ ଅଟେ ।

ଆମର ପବିତ୍ର ଗ୍ରନ୍ଥ ରେ ମଧ୍ୟ ଲେଖାଯାଇଛି ଯେ ଆମ ଓଡିଶାରେ ୧୨ ମାସରେ ୧୩ ଟି ପର୍ବ ପାଳନ କରାଯାଇଥାଏ ।

ତେବେ ଏହି ବାର ମାସରେ ତେର ପର୍ବ ମଧ୍ୟରୁ ମା ଦୁର୍ଗାଙ୍କର ପୂଜାଟି ହେଉଛି ଆମ ଓଡିଶାରେ ତଥା ସାରା ଭାରତରେ ଖୁବ ଧୁମ ଧାମ ରେ ପାଳନ କରାଯାଇଥାଏ। ତେବେ ଆମେ ଆଜି ଆପଣମାନଙ୍କୁ ଜଣେଇବାକୁ ଯାଉଛୁ ଯେ ଏହି ନବରାତ୍ରୀ ରେ କେଉଁ କେଉଁ କାର୍ଯ୍ୟ କରିବା ଉଚିତ ଏବଂ କେଉଁଟି ଅନୁଚିତ ।

ଉଲେକ୍ଷ୍ୟଯୋଗ୍ୟ ଯେ , ଚଳିତ ବର୍ଷ ଅକ୍ଟୋବର ୧୭ ତାରିଖ ରୁ ୨୪ ତାରିଖ ପର୍ଯ୍ୟନ୍ତ ମା ଦୁର୍ଗାଙ୍କର ପୂଜା ରହିଛି ।

ଏହାକୁ ସାଧାରଣ ଭାବରେ ନବରାତ୍ରୀ ମଧ୍ୟ କୁହାଯାଏ କାରଣ ଏହି ଦିନରେ ମା ଏକ ନୂଆ ରୂପରେ ମର୍ତ୍ତ୍ୟମଣ୍ଡଳକୁ ପ୍ରଵେଶ କରିଥାନ୍ତି । ତେବେ ଏହି ନବରାତ୍ରୀ ଟି ସମସ୍ତଙ୍କ ପାଇଁ ବହୁତ ଶୁଭ ହୋଇଥାଏ ତେବେ ଲୋକମାନେ ଏହି ନବରାତ୍ରୀ ସମୟରେ ନିଜର ସମସ୍ତ ଶୁଭକାର୍ୟ୍ଯ ଆରମ୍ଭ କରିଥାନ୍ତି । ଯେପରିକି ଭୂମି ପୂଜା , ଘର ଅନୁକୂଳ ଇତ୍ୟାଦି। କିନ୍ତୁ ଆମର ଶାସ୍ତ୍ର ଅନୁସାରେ ଏହି ନବରାତ୍ରୀ ସମୟରେ ବିବାହ କରିବା ଅନୁଚିତ ହୋଇଥାଏ ଯାହାକି ଏକ ଅଦ୍ଭୂତପୂର୍ବ ଘଟଣା ଅଟେ ।

ଉଲେକ୍ଷ୍ୟଯୋଗ୍ୟ ଯେ , ଆମ ସଂସ୍କୃତି ଅନୁସାରେ ବିବାହ ଟି ଏକ ଅତ୍ୟନ୍ତ ଶୁଭକାର୍ୟ୍ଯ ହୋଇଥାଏ କିନ୍ତୁ ନବରାତ୍ରୀରେ ବିବାହ କରିବାକୁ ଏକ ପ୍ରକାରର ପାପ ବୋଲି ମାନେକରାଯାଏ । ତେବେ ଏହାର କାରଣ ହେଉଛି :-

୧.ଆମ ସଂସ୍କୃତି ଅନୁସାରେ , ବିବାହ କରିବାର ଅର୍ଥ ହେଉଛି ନିଜର ପରିବାରକୁ ଆଗକୁ ବଢ଼େଇବା ତଥା ବଂସରକ୍ଷା କରିବା । ଏବଂ ବିବାହ ପରେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ସ୍ଥାପନ ହୋଇଥାଏ କିନ୍ତୁ ନବରାତ୍ରୀରେ ଜଣେ ନାରୀର ସୁଧତାକୁ ନଷ୍ଟ କରିବା ନବରାତ୍ରୀ ତଥା ମା ଦୁର୍ଗାଙ୍କର ଅପମାନ ହୋଇଥାଏ ।

ଏହାବ୍ୟତୀତ ନବରାତ୍ରୀ ସମୟରେ ଆହୁରି ଅନେକ କାର୍ଯ୍ୟ କରିବାକୁ ବାରଣ କରାଯାଇଥାଏ । ସେଗୁଡିକ ହେଉଛି :-

୧.ନବରାତ୍ରୀ ସମୟରେ ଦିନରେ ଶୋଇବା ଉଚିତ ହୋଇନଥାଏ। କାରଣ ଏହି ଦିନ ମାନଙ୍କରେ ମା ଙ୍କର ପୂଜାର୍ଚ୍ଚନା ହୋଇଥାଏ ।ତେଣୁ ଏହି ସମୟରେ ସୋଇଲେ ଆପଣ ମାଙ୍କ ଆଶ୍ରିର୍ବାଦ ରୁ ବଂଚିତ ହେବେ ।

୨. ନବରାତ୍ରୀ ସମୟରେ କୌଣସି ପ୍ରକାରର ନିଶା ଦ୍ରବ୍ୟ ତଥା ମଦ , ଗୁଟୁକା ଆଦି ସେବନ କରିବା ଉଚିତ ହୋଇନଥାଏ ।

୩.ନବରାତ୍ରୀ ସମୟରେ ଆମିଷ ତଥା ମାଛ, ମାଂଶ , ଆଣ୍ଡ ଆଦି ଖାଦ୍ୟ ସେବନ ନକରି ନିରାମିଷ ଖାଇବା ଉଚିତ ହୋଇଥାଏ ।

୪.ଏହି ସମୟରେ ଆପଣ ପ୍ରସ୍ତୁତ କରୁଥିବା ତରକାରୀରେ କେବେହେଲେ ପିଆଜ ଏବଂ ରସୁଣ ବ୍ୟବହାର କରନ୍ତୁ ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।