ଦୁନିଆର ୭ ଟି ଭୟଙ୍କର ସ୍ଥାନ, ଯେଉଁଠିକୁ ଯିବା ପାଇଁ ଆଜି ପର୍ଯ୍ୟନ୍ତ କାହାର ସାହସ ହୋଇ ନାହିଁ, ନାଁ ଶୁଣିବା ମାତ୍ରେ ହିଁ ଶରୀରରରୁ ବାହାରିଯାଏ ଝାଳ…..

ଏହି ଦୁନିଆ ଯେତିକି ସୁନ୍ଦର୍ ଅଟେ ସେତିକି ଭୟଙ୍କର ମଧ୍ୟ ଅଟେ । ସାଧାରଣ ସମସ୍ତେ ଭଲ ସ୍ଥାନ ରେ ରହିବା ଓ ସୁରକ୍ଷିତ ସ୍ଥାନ ରେ ରହିବା ପାଇଁ ପସନ୍ଦ କରନ୍ତି ।ଆଜି ଆମେ ବିଶ୍ବ ର କିଛି ଏମିତି ସ୍ଥାନ ବିଷୟ ରେ ଜାଣିବା ଯେଉଁ ସ୍ଥାନ କୁ ଗଲେ ଫେରିବା ଅସମ୍ଭବ ଅଟେ। କିନ୍ତୁ ଦୁନିଆ ରେ ଏମିତି କିଛି ସ୍ଥାନ ଅଛି ଯେଉଁଠି କି କିଛି ବଡ଼ ବିପଦ ଠାରୁ କମ୍ ନୁହଁ । ତେବେ ଆଜି ଆମେ ସେହିପରି 7 ଟି ସ୍ଥାନ ବିଷୟ ରେ ଜାଣିବା ଯେଉଁଠି କୁ ସାଧାରଣ ଲୋକ ନୁହଁ ପୋଲିସ୍ ମଧ୍ୟ ଭୟ କରନ୍ତି ଯିବା ପାଇଁ । ତେବେ ଆସନ୍ତୁ ଜାଣିବା –

1- ସେଂଟିନଲ ଆଇଲୈଂଡ

ଏହି ଆଇଲ୍ୟଣ୍ଡ ଟି ଆଣ୍ଡମାନ ଏବଂ ନିକୋବାର ଦ୍ଵୀପ ପୁଞ୍ଜ ପାଖେ ଅବସ୍ଥିତ । ତେବେ ଏହି ଆଇଲ୍ୟାଣ୍ଡ ମଣିଷ ନଯିବା ର କାରଣ ହେଉଛି ଏଠାକାର ଜନଜାତି ମାନେ ଯେଉଁ ମାନେ ମଣିଷ ମାନଙ୍କୁ ପସନ୍ଦ କରନ୍ତି ନାହିଁ । ସେଥି ପାଇଁ ଏହି ଆଇଲୈଂଡକୁ କେହି ମଣିଷ ଯାଆନ୍ତି ନାହିଁ । ଆଉ ଯିଏବି ଭୁଲ୍ ରେ ମଧ୍ୟ ଏହି ଅଇଲ୍ୟାଣ୍ଡ କୁ ଯାଇଛନ୍ତି ସେ ଆଉ ଜୀବିତ ଫେରି ନାହାନ୍ତି ଆଜି ପର୍ଯ୍ୟନ୍ତ। ତେବେ ସୂଚନା ଅନୁସାରେ ଏଠାରେ ଥିବା ଆଦିବାସୀ ଜନଜାତି ବହୁତ ଭୟାନକ ଅଟନ୍ତି ।

2- ହୁଙ୍ଗସନ ପର୍ବତ –

ନାମ ରୁ ତ ଜାଣି ପରୁଥିବେ ଯେ ଏହି ପର୍ବତ ଶ୍ରେଣୀ ଚାଇନା ରେ ଅବସ୍ଥିତ ହୋଇ ଥିବ ବୋଲି । ତେବେ ଏହି ହୁଙ୍ଗସନ ପର୍ବତ ଟି ନିଜର ଛୋଟ ରାସ୍ତା ପାଇଁ ବହୁତ୍ ପ୍ରସିଦ୍ଧ । ଏହା ଚାଇନାରେ ଅବସ୍ଥିତ ହେବା ସତ୍ୱେ ମଧ୍ୟ ସେଠାକାର ଲୋକ ସେଠାକୁ ଯିବା ପାଇଁ ପସନ୍ଦ କରନ୍ତି ନାହିଁ ଓ ବହୁତ୍ ଭୟ କରନ୍ତି ।

ଯେମିତି କହିଲି ନିଜର ଛୋଟ ରାସ୍ତା ପାଇଁ ଏହି ପର୍ବତ ଦୁନିଆରେ ପ୍ରସିଦ୍ଧ ଅଟେ ଓ ନିଜର ଏହି ଭୟାନକ ରାସ୍ତା ପାଇଁ ମଧ୍ୟ ଏହା ବହୁତ୍ ପ୍ରସିଦ୍ଧ ଅଟେ । ତେଣୁ ଲୋକମାନେ ଏହି ରାସ୍ତା କୁ ମୃତ୍ୟୁର ରାସ୍ତା ମଧ୍ୟ କୁହନ୍ତି । କୁହା ଯାଏ ଯେ ଏହା ଦୁନିଆର ସବୁଠୁ ଭୟାନକ ପର୍ବତ ଅଟେ ।

3- ମର୍ଡର ଭ୍ୟାଲି –

ମେକ୍ସିକୋରେ ସହର ରେ ଏହି ମର୍ଡର ଭ୍ୟାଲି ଅବସ୍ଥିତ । ଏହା ଏକ ଏମିତି ସ୍ଥାନ ଅଟେ ଯେଉଁଠିକୁ ପୁଲିସ ଅଫିସର୍ ମାନେ ଯିବା ପାଇଁ ଭୟ କରନ୍ତି ।ତେବେ ଏହି ଭ୍ୟାଲି କୁ ଲୋକମାନେ ମର୍ଡର ଭ୍ୟାଲି ନାମରେ ମଧ୍ୟ ଜାଣିଛନ୍ତି କାରଣ ଏଠାକାର ଲୋକ ମାନେ ଜଣେ ଅନ୍ୟ ଜଣ ର ଶତ୍ରୁ । ଏଠି କୌଣସି ଯିବ ଜନ୍ତୁ ର ଭୟ ନାହିଁ କିନ୍ତୁ ମଣିଷ ମଣିଷ କୁ ଭୟ କରିଥାଏ । ତେବେ କୁହାଯାଏ ଯେ ଏମିତି ଗୋଟିଏ ସମୟ ଥିଲା ଯେତେବଳେ ଲୋକ ମାନେ ଏଠାରେ ଏକାଠି ରହି ଖୁସିରେ କପାସ ଚାଷ କରି ଥାଆନ୍ତି ଓ ନିଜର ଜୀବିକା ଉପାର୍ଜନ କରନ୍ତି।

4- ରୟଲ ପାଥ –

ସ୍ପେନ ରେ ଏହି ରୟାଲ ପାଥ ଅବସ୍ଥିତ , ଏହା ଜର୍ଜ ଯୋଲ୍ ନିକଷ୍ଠତ୍ ଅଲୋରା ନାମକ ଏକ ଗ୍ରାମ ପାଖେ ଅବସ୍ଥିତ । ଏହି ବିପଦପୂର୍ଣ୍ଣ ରାସ୍ତା ଟି 300-900 ମିଟର ଉଚ୍ଚତା ଉପରେ ଅବସ୍ଥିତ ଅଟେ । ଏହାର ଲମ୍ବ 2 ମିଟର ଓ ଚଉଡା ମାତ୍ର 3 ଫୁଟ୍ ଅଟେ । ତେବେ ଏହାକୁ ସାଧାରଣ ଲୋକଙ୍କ ପାଇଁ ବନ୍ଦ୍ କରି ଦିଆ ଯାଇଛି । କିନ୍ତୁ ରୋମଞ୍ଚକ ପର୍ଯ୍ୟଟକ ମାନେ ଏହା ଉପରେ ଯିବା ଆସିବା କରି ଥାଆନ୍ତି। ପ୍ରାୟ ଏଠାରୁ ପଡି ଯାଇ ମୃତୁବରଣ କରିଥିବା ର ଖବର ଆସିଥାଏ ।

5- ଦେନକିଲ୍ ଦେଜର୍ତ୍ –

ଏହି ଦେଜାର୍ତ୍ ଟି ଇଥିୟୋପିୟା ଦେଶ ରେ ଅବସ୍ଥିତ। ଏହି ଦେଶ ର ଠିକ ମଝିରେ ଏହି ଡେନାକିଲ ଡେଜର୍ଟ ରହିଛି ।ତେବେ ଏହି ଦେଯାର୍ତ୍ କୁ ଦୁନିଆର ସବୁଠୁ ଗରମ ସ୍ଥାନ ବା ହାଇ ତେମ୍ପର୍ଚର୍ ବିଶିଷ୍ଟ ସ୍ଥାନ ବୋଲି ମଧ୍ୟ କୁହାଯାଏ ।ତେବେ ଏଠିକାର ତାପମାତ୍ରା ସର୍ବଦା ୫୦ ଡିଗ୍ରୀ ସେଲ୍ସିୟସରୁ ଅଧିକ ରହିଥାଏ ।

ଏହା ସହିତ ସବୁଠୁ ଆଶ୍ଚର୍ଯ୍ୟ କଥା ଏଠାରେ ବର୍ଷ ବର୍ଷ ଧରି ମଧ୍ୟ ବର୍ଷା ହୁଏ ନାହିଁ ଏବଂ ଏଠି ଜୀବିତ ଜ୍ଵଳାମୁଖୀ ମିଳିଥାଏ ବୋଲି କୁହା ଯାଏ ।ତେବେ ଏହି ଡେଜର୍ଟ କୁ ଯିବା ଓ ନିଜ ମରଣ କୁ ଆମନ୍ତ୍ରଣ କରିବା ଭିତରେ କିଛି ଫରକ୍ ନାହିଁ । ଏଠାକୁ ଆସୁଥିବା ଲୋକମାନେ ନିଜର ଜୀବନକୁ ହରାଇଥାନ୍ତି ।

6- ସାପର ଆଇଲ୍ୟାଣ୍ଡ –

ବ୍ରାଜିଲ ରେ ଏହି ସ୍ନେକ ଆଇଲ୍ୟାନ୍ଦ୍ ଅବସ୍ଥିତ ଅଟେ । ବ୍ରାଜିଲ ରୁ 90 କିମି ଦୂରରେ ଏହି ଆଇଲ୍ୟାଣ୍ଡ ଟି ଅବସ୍ଥିତି । ଏହି ଦ୍ଵୀପ ସାପ ମାନଙ୍କ ଦ୍ଵାରା ପରିପୂର୍ଣ । ଏହି ଦ୍ଵୀପ ରେ ଦୁନିଆ ର ସବୁଠୁ ଭୟଙ୍କର ସାପ ଦେଖା ଯାଇ ଥାଏ । ବ୍ରାଜିଲ ର ନାଭି ଏଠାକୁ ଆସୁଥିବା ପର୍ଯ୍ୟଟକ ମାନଙ୍କ ଉପରେ କଟକଣା ଜାରି କରିଛି ।

7- ରାମାରି ଆଇଲ୍ୟାଣ୍ଡ –

ମିଆମାର ନିକଟ ରେ ଅବସ୍ଥିତ ରାମରି ଦ୍ଵୀପ ଯେଉଁଠି କି ଅଧିକ ଲୁଣି ପାଣିର ଦ୍ଵୀପ ରହିଛି ଓ ଏହା ବହୁତ୍ ଭୟଙ୍କର କୁମ୍ଭୀର ରେ ପରିପୂର୍ଣ ଅଟେ । ଏଠାରେ ବହୁତ୍ ଭୟଙ୍କର କୁମ୍ଭୀର ରୁହନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।