ଦେଖନ୍ତୁ ଅଭାବନୀୟ ଦୃଶ୍ୟ – ଦୁଇ ବିବିହିତ ଝିଅର ମାଆ ହୋଇ ପ୍ରେମିକ ସହ ଫେରାର ହେଲା ଆଈ ସୋସିଆଲ ମିଡ଼ିଆରେ ଭାଇରାଲ୍ ହେଉଛି ଏହି ଭିଡିଓ….

ବାସ୍ତବରେ ଆଜିର ଦୁନିଆରେ ସମ୍ପର୍କ ର ମୂଲ୍ୟବୋଧ କିମ୍ବା ଏହାର ଗୁରୁତ୍ଵ ରହୁ ନଥିବାର ଦେଖାଯାଉଛି। ଅନେକ କିଛି ଘଟଣା ଏବଂ ଅନୈତିକ କାର୍ଯ୍ୟ ଆଜିର ସମାଜରେ ଦିନକୁ ଦିନ ବୃଦ୍ଧି ପାଉଛି ଆଉ ସେସବୁ ଘଟଣା କୁ ଅନୁଧ୍ୟାନ କଲେ ଆପଣ ଆପାତତଃ ଏତିକି ନିଶ୍ଚିତ ହୋଇ ଜାଉଥିବେ ଯେ ସମ୍ପର୍କ ର ଗୁରୁତ୍ଵ ଆଜିର ମଣିଷ ପାଖରେ ପ୍ରାୟତଃ କିଛି ରହୁନାହିଁ। ଶାଶୁ ବୋହୁ, ଶଶୁର ବୋହୂ,ଭାଇ ଭଉଣୀ,ବାପା ପୁଅ, ଆଦି ଅନେକ ସମ୍ପର୍କ କଳୁଷିତ ହେବାରେ ଲାଗିଛି।

ଯେଉଁଠି କେହି କାହାକୁ ସମ୍ମାନ ଦେଉନାହାନ୍ତି କି ସମ୍ମାନ ଜନାଉ ନାହାନ୍ତି। ସେମାନଙ୍କ ପାଇଁ ଅନୈତିକ ସମ୍ପର୍କ ଏବଂ କାମନା ବାସନା ର ଇଚ୍ଛା ଅଧିକ ହୋଇ ଯାଉଛି।ସମ୍ପର୍କକୁ ଗୁରୁତ୍ଵ ନଦେଇ ନିଜର କାମ ବାସନା କୁ ପୂର୍ଣ୍ଣ କରିବା ପାଇଁ ସେମାନେ ଯାହା ଇଚ୍ଛା କରୁଛନ୍ତି।

ନିଜ ସମ୍ପର୍କ କୁ ନମାନି ସେମାନେ ନିଜ ସମ୍ପର୍କୀୟଙ୍କ ସହିତ ଏଭଳି ସମ୍ପର୍କ ସ୍ଥାପନ କରୁଛନ୍ତି ଓ କାଣ୍ଡ ଘଟାଉଛନ୍ତି ଯାହା ସାଧାରଣରେ ନିନ୍ଦନୀୟ ଏବଂ ଅପ୍ରୀତିକର ଅଟେ। ସେହିଭଳି ଏକ ଲଜ୍ୟା ଜନକ ଘଟଣା ଏବେ ସାମ୍ନାକୁ ଆସିଛି ଯାହା ଶୁଣିଲେ ଆପଣଙ୍କ ମୁଣ୍ଡ ବି ଲଜ୍ୟାରେ ତଳକୁ ହୋଇଯିବ।ତେବେ ନିଜର ଯୌନ ଲାଳସା କୁ ମେଣ୍ଟାଇବା ପାଇଁ ଆଜିର ଅନେକ ଝିଅ ବୋହୁ ମାନେ ଅନ୍ୟ ପୁରୁଷ ସହ ଯେମିତି ସମ୍ପର୍କ ରଖୁଛନ୍ତି ଏହି ପରି ଘଟଣା ସମାଜକୁ କଳୁଷିତ କରିବାରେ ଲାଗିଛି।

ତେବେ ଏହିପରି ଏକ ନିନ୍ଦନୀୟ ଘଟଣା ଘଟିଛି ଘଟିଛି ଖୋର୍ଦ୍ଧା ଜିଲ୍ଲା ର ଟାଙ୍ଗିଆ ଥାନା ଅନ୍ତର୍ଗତ ଏକ ଗ୍ରାମ ରେ।ତେବେ ସୂଚନା ଅନୁସାରେ ଘଟଣା କ୍ରମ ଏହା ଥିଲା କି ଏଠାରେ ଏହି ଗ୍ରାମର ଏକ ୫୦ ବର୍ଷୀୟ ମହିଳା, ଜଣେ ୩୦ ବର୍ଷୀୟ ପୁରୁଷ ସହ ଫେରାର ହୋଇ ଯାଇଛନ୍ତି।ସେହି ମହିଳା ଜଣଙ୍କର ଦୁଇଟି ବଡ଼ ଝିଅ ଥିବା ବେଳେ ସେମାନଙ୍କର ପୁଅ ଝିଅ ମଧ୍ୟ ଅଛନ୍ତି।ଆଉ ସେମାନଙ୍କର ଆଈ ସବୁ ଲଜ୍ୟା,ମାନ ସମ୍ମାନକୁ ଏଡାଇ ପର ପୁରୁଷ ସହ ପ୍ରେମ ସମ୍ପର୍କ ରଖି ଘରୁ ପଲାଇ ଯାଇଛନ୍ତି।ଏହା ପ୍ରଥମଥର ନୁହଁ ଆଗରୁ ମଧ୍ୟ ଅନେକ ଥର ପ୍ରେମିକ ସହ ଯାଇଛନ୍ତି ଆଈ।

ଆଉ ଏବେ ଏହି ଘଟଣା ସହିବାର ସବୁ ସୀମା ଟପି ଯିବାରୁ ଶେଷରେ ଉକ୍ତ ମହିଳା ଙ୍କ ସ୍ବାମୀ ଅର୍ଥାତ୍ ଅଜା ଲୋକ ଲଜ୍ୟା ସହି ନ ପାରି ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ମୃତ୍ୟୁ ପରେ ତାଙ୍କ ପକେଟ ରୁ ଏକ ଚିଠି ହସ୍ତଗତ ହୋଇଛି ଯେଉଁଥିରେ ସେ ତାଙ୍କର ମୃତ୍ୟୁ ପାଇଁ ତାଙ୍କର ସ୍ତ୍ରୀ ଙ୍କ ଏଭଳି କାରନାମା ଦାୟୀ ବୋଲି ଉଲ୍ଲେଖ କରିଛନ୍ତି। ତାଙ୍କ ମୃତ୍ୟୁ ପରେ ତାଙ୍କ ଝିଅ, ନାତି, ନାତୁଣୀ ସମସ୍ତେ ଦୁଃଖରେ ଭାଙ୍ଗି ପଡିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।