ବାଃ ନାରୀ ବାଃ ! ପିଲାଙ୍କ ଭବିଷ୍ୟତ ସ୍ବପ୍ନରେ ଲୁଚିଯାଇଛି ଦୁଃଖ , ଦିନରାତି ଏକ କରି ଗାଁ ଗାଁ ବୁଲି ବିକ୍ରି କରୁଛନ୍ତି ଶୁଖୁଆ ! ଏହି ମହିଳା ଙ୍କ ଦୁଃଖ ଶୁଣିଲେ ଆପଣ ଙ୍କ ଆଖିରୁ ଲୁହ ଆସିଯିବ ?

ଅଭାବ ଓ ଅସୁବିଧାରେ ପଡିଲେ ଅନେକଙ୍କ ମନବଳ ଦୁର୍ବଳ ହୋଇଯାଏ । ଏଥିପାଇଁ କେହି କେହି ଭାଗ୍ୟକୁ ନିନ୍ଦିବା ପାଇଂ ମଧ୍ୟ ପଛାନ୍ତି ନାହିଁ , ତ ଆଉ କେହି କେହି ବ୍ୟବସ୍ଥା ଉପରକୁ ଆଙ୍ଗୁଳି ଉଠାନ୍ତି । ସହଜ ହୁଏନି ସମାଧାନର ବାଟ ଖୋଜି ପାଇବା । ହେଲେ ଆମେ ଏମିତି ଜଣେ ମଣିଷଙ୍କ ଘଟଣା ବହୁଳ ଜୀବନକୁ ଲୋକ ଲୋଚନକୁ ଆଣିବାକୁ ଚେଷ୍ଟା କରିଛୁ ଯାହାଙ୍କ ବିଷୟରେ ଜାଣିଲେ ଜଣେ ସଚେତନଶୀଳ ବ୍ୟକ୍ତି ଘଡିଏ ଚିନ୍ତା କରିବା ପାଇଂ ବାଧ୍ୟ ହେବ ।ଜଣେ ମହିଳା ପରିବାରର ଆର୍ଥିକ ବୋଝକୁ ମୁଣ୍ଡରେ ଲଦି ଏଗାଁରୁ ସେଗାଁକୁ ବୁଲି ସାଇକେଲ୍ ରେ ଶୁଖୁଆ ବ୍ୟପାର କରୁଛନ୍ତି ।

ଦୁଇ ଝିଅ ଏବଂ ଗୋଟିଏ ପୁଅକୁ ମଣିଷ କରିବା ପାଇଁ ଦିନରାତି ଏକ କରିଦେଇଛନ୍ତି । ଗୋଟିଏ ଲକ୍ଷ୍ୟ ପିଲାମାନେ ପାଠ ପଢି ଭଲ ମଣିଷ ହେବେ, ଦୁଃଖର କଥା କହିଲା ବେଲେ ଅମାନିଆ ଲୁହ ତାଙ୍କ ବୋଲ ମାନେନି । ତେବେ ଆଜି ଆମେ ବାଲେଶ୍ବର ଜିଲ୍ଲାର ଶାନ୍ତିନାନିଙ୍କର ସଂଘର୍ସମୟୀ ଜାବନ ବିଷୟରେ କହୁଛୁ ।

ରାତିପାହିଲେ ସାଇକେଲ୍ ଧରି ଗାଁଗାଁ ବୁଲି ଶୁଖୁଆ ବିକିବାକୁ ବାହାରି ଯାଆନ୍ତି । ତାଙ୍କ ନାଁ ଶାନ୍ତିଲତା ମାଝି, କିନ୍ତୁ ସବୁଠି ଶୁଖୁଆ ବ୍ୟାପାରି ଶାନ୍ତିନାନୀ ନାଁରେ ବେଶ୍ ଜଣାଶୁଣା । ବାଲେଶ୍ବର ଜିଲ୍ଲା ବାହନଗା ବ୍ଲକ ତାଳକୁରୁଣିଆ ସାହିରେ ତାଙ୍କର ଘର ।

ଘର ଚଳେଇବା ପାଇଁ 22 ବର୍ଷ ହେଲା ସେ ଶୁଖୁଆ ବ୍ୟାପାର କରି ଆସୁଛନ୍ତି , ତାଙ୍କ ଜୀବନ ଝଡଝଞ୍ଚାରେ ବିତୁଛି । ସ୍ବାମୀ ସ୍ବଳ୍ପ ବେତନରେ ବାହାରେ ଚାକିରି କରିଛନ୍ତି , ଘରେ 3ଟି ପିଲା ଦୁଇ ଝିଅ ବଡ ଏବଂ ପୁଅଟି ସାନ । ଦୁଇ ଝିଅଙ୍କ ମଧ୍ୟରୁ ଜଣେ +2 ରେ ଏବଂ ଜଣେ +3ରେ ପଢୁଥିବା ବେଳେ ପୁଅ ଦଶମ ଶ୍ରେଣୀର ଛାତ୍ର ।


ଘରର ଆର୍ଥିକ ଅବସ୍ଥା ଭଲ ନଥିବାରୁ ପିଲାମାନଙ୍କୁ କିପରି ମଣିଷ କରିବେ ଏହି ଚିନ୍ତାରେ ସକାଳଉ ଉଠି ସାଇକେଲ ଧରି ବାହାରିଯାନ୍ତି ଶୁଖୁଆ ବ୍ୟାପାର କରିବାକୁ । ରାତି 3ଟାରୁ ଉଠି ରୋଷେଇ କରନ୍ତି ସକାଳୁ ସକାଳୁ ବାହାରିଯାନ୍ତି ପୁଣି ଫେରନ୍ତି ରାତି 8-8ଟାରେ । ସେ ସୋର ବାହାନଗା ଏବଂ ଔପଦା ବ୍ଲକର ବିଭିନ୍ନ ଗ୍ରାମକୁ ଯାଇ ଶୁଖୁଆ ବ୍ୟାପାର କରିଥାନ୍ତି । ଏହି ଶୁଖିୁଆ ସବୁ ସେ ଚନ୍ଦନେଶ୍ବର ,ହ୍ବମ୍ବାବିଦୁ,ବଳରାମଗଡିରୁ ଆଣିଥାନ୍ତି ।

ବ୍ୟାପାରରୁ ଯାହା ଦୁଇ ପଇସା ଲାଭମିଳେ ସେଥିରେ ପରିବାର ଦୁଃଖକଷ୍ଟରେ ଚଳିଯାଏ । ନିଜର ଜମିବାଡି ବୋଲି କିଛି ନାହିଁ କିନ୍ତୁ ଭାଗଚାଷ କରନ୍ତି ଏବଂ ବରଷକୁ ଏହି ବାବଦରେ କିଛି ଧାନ ଅମଳ କରି ଘରେ ରଖନ୍ତି ।

ପିଲାଙ୍କ କଥା ବୁଝିବାକୁ ନିଜ ମାଁଙ୍କୁ ଆଣି ପାଖରେ ରଖିଛନ୍ତି ସେ ବି କାମରେ କିଛି ସାହାଯ୍ୟ କରିଦିଅନ୍ତି । କିନ୍ତୁ ଦୁଃଖର କଥା ହେଉଛି ସେ ରହୁଥିବା ଘରର ଜମି ତାଙ୍କ ନାମରେ ନାହିଁ,ତାଙ୍କ ଘର ଏକ ଅନାବାଦି ଜମିରେ ଅଛି ତେଣୁ ସେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡେ ପାଇପାରୁ ନାହାଁନ୍ତି । ଘରକୁ ରାସ୍ତା ବି ନାହିଁ ତାଙ୍କ କଥା କେହି ଶୁଣୁ ନାହାଁନ୍ତି ବୋଲି ସେ କୁହନ୍ତି ,ତେବେ ସେ ଗରିବ ହୋଇପାରନ୍ତି କିନ୍ତୁ ତାଙ୍କର ନିରଳସ ଜୀବନ ଅନ୍ୟମନାଙ୍କ ପାଇଁ ପ୍ରରଣା ଅଟେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।