ଦମନ || Viral Video || ଓଡ଼ିଆ ନିୟୁ କମେଡି… ଭିଡ଼ିଓ ଦେଖିଲେ ହସି ହସି ଗଡିଯିବ || Mr Dhenkanalia

ସୋସିଆଲ ମିଡିଆରେ ଆମେ ବହୁତ ସମୟରେ ଅନେକ ମଜାଦାର ଭିଡିଓ ଭାଇରାଲ ହେଉ ଥିବାର ଆପଣ ଅନେକ ସମୟରେ ଦେଖିବାକୁ ପାଉଥିବେ । ଏହି ସବୁ ଭିଡିଓ ସମସ୍ତଙ୍କୁ ବେଶ୍ ପସନ୍ଦ ମଧ୍ୟ ଆସିଥାଏ ଯାହା ପାଇଁ ଆମେ ବାରମ୍ବାର ସେହି ଭିଡ଼ିଓ ଟିକୁ ଦେଖିବାକୁ ଇଚ୍ଛା ପ୍ରକାଶ କରିଥାଉ । ତେବେ ନିଶ୍ଚିତ ଭାବରେ ଆପଣ ମଜାଳିଆ ଭିଡିଓ ସବୁ ଦେଖିବାକୁ ପସନ୍ଦ କରୁଥିବେ ଏବଂ ଏହାକୁ ଦେଖି ବହୁତ୍ ଖୁସି ବି ହେଉଥିବେ କାରଣ ଏହା ସମସ୍ତଙ୍କ ମନକୁ ଛୁଇଁଲା ଭଳି ହୋଇଥାଏ । ତେବେ ଅନେକ ସମୟରେ ମଧ୍ୟ କିଛି ଏମିତି ଭିଡ଼ିଓ ଭାଇରାଲ ହେବାରେ ଦେଖା ଯାଏ ଯାହାକୁ ଦେଖିବା ମାତ୍ରେ ଆମେ ବହୁତ ଦୁଃଖ ପ୍ରକାଶ କରିଥାଉ ।

ତେବେ ଠିକ ସେହି ପରି ଏକ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେବାରେ ଦେଖା ଯାଇଛି ଯାହା ଆପଣ ମନକୁ ଛୁଇଁବ ବୋଲି ଜଣାଯାଇଛି ।


ଆପଣମାନେ ଜାଣିଛନ୍ତି କିଛି ଦିନ ପୂର୍ବରୁ ରିଲିଜ ହେଇଥିବା ବହୁ ଚର୍ଚ୍ଚିତ ଓଡ଼ିଆ ଫ୍ଲିମ “ଦମନ” ଓଡିଶା ବେଶ ଲୋକ ପ୍ରିୟତା ହାସଲ କରିବା ସହିତ ଦର୍ଶକ ମାନଙ୍କ ଭିତରେ ଏକ ପ୍ରକାର ପରିବର୍ତ୍ତନ ଆଣିଥିବା ମଧ୍ୟ ଦେଖାଯାଇଛି । ତେବେ ସୂଚନା ଅନୁଯାୟୀ କିଛି ଦିନ ପୂର୍ବରୁ ରିଲିଜ ହେଇଥିବା ଏହି ଫ୍ଲିମ କୁ ନେଇ ବହୁତ ପ୍ରଶଂସକ ମାନେ ରିଲ ତିଆରି କରିଥିବାର ମଧ୍ୟ ଦେଖାଯାଇଛି ।

ଏହା ସହିତ ସେହି ଫ୍ଲିମ ର ଏକ ବହୁ ଚର୍ଚ୍ଚିତ ସିନ ବହୁତ ମାତ୍ରା ରେ ଭାଇରାଲ ହେବାର ଦେଖାଯାଇଛି । ଯେଉଁ ସିନ ରେ ବାବୁସାନ ମହାନ୍ତି ନିଜ କାନ୍ଧ ରେ ରୋଗୀ ବହି ନେଇଯିବା ସିନ ଦର୍ଶକଙ୍କ ମନକୁ ବେଶ ଛୁଇଁଛି ।


ସେହି ସିନ କୁ ନେଇ ଦୁଇ ଛୋଟ ପିଲାଙ୍କ ଦ୍ୱାରା ଏକ କମେଡି ପ୍ରସ୍ତୁତ କରାଯାଇଛି । ଯାହାର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି । ଆଉ ଯାହା କୁହାଯାଉଛି କି ଏବେ ଭାଇରାଲ ହେଉଥିବା ଭିଡ଼ିଓ ରେ ଏହା ଦେଖା ଯାଇଛି ଯେ ଦୁଇ ଜଣ ଛୋଟ ପିଲା କାନ୍ଦରେ ଏକ କାଠ ରଖି “ଦମନ” ଫ୍ଲିମ ର ସେହି ସିନ ଟିକୁ ପୁନରାବୃତ୍ତି କରୁଛନ୍ତି ।

ତେବେ ସେହି ସିନରେ ଜଙ୍ଗଲ ପାର ହେବା ସମୟରେ ତାଙ୍କୁ ଅନ୍ୟ ଜଣେ ବନ୍ଧୁକ ଦେଖାଇ ଡୋରାଇବା ପାଇଁ ଚେଷ୍ଟା କରୁଛନ୍ତି ଓ ସେମାନଙ୍କୁ ସେମାନଙ୍କ ପରିଚୟ ମାଗୁଛନ୍ତି ।

ଆଉ ଯାହା କୁହାଯାଉଛି କି ପିଲା ମାନେ ପରିଚୟ ଦେବାକୁ ଯାଇ ସେ ସେମାନେ କହିଥିଲେ ଆମ ଚୋର ବୋଲି ଯାହାକୁ ଶୁଣି ବନ୍ଧୁକ ଦେଖାଇଥିବା ବ୍ୟକ୍ତି ନିଜ ଚରିତ୍ର ରୁ ବାହାରି ସେମାନଙ୍କୁ ସଠିକ ଡାଇଲଗ କହିବାକୁ କହିଛନ୍ତି । ତେବେ କମେଡି ମାଧ୍ୟମ ସେମାନେ “ଦମନ ” ଫ୍ଲିମର ମୁଖ୍ୟ ସିନ କୁ ବୁଝାଇବାକୁ ଚେଷ୍ଟା କରିବା ସହିତ ଏହି ଫ୍ଲିମ କୁ ଦେଖିବା ପାଇଁ ଦର୍ଶକ ମାନଙ୍କୁ ଅନୁରୋଧ କରିଛନ୍ତି ।