Dr Sanghamitra Dash (Gynecology) | ଋତୁ ସ୍ରାବ ସମୟରେ ଅଧିକ ରକ୍ତ ସ୍ରାବ ( ଛୋଟ ଝିଅଙ୍କ କାହିଁକି ହୁଏ ) ଥରୁଟିଏ ନିଶ୍ଚିତ ଦେଖନ୍ତୁ…

ପ୍ରତ୍ୟେକ ଝିଅ ମାନଙ୍କର ଋତୁ ସ୍ରାବ ହେବା ଗୋଟିଏ ସାଧାରଣ କଥା ଅଟେ। ତେବେ ଅନେକ ସମୟରେ ଦେଖିବାକୁ ମିଳେ ଯେ, ଏହି ଋତୁ ସ୍ରାବ ସମୟରେ ଅନେକ ଝିଅଙ୍କର ଋତୁ ସ୍ରାବ ଅଧିକ ହୋଇଥାଏ। ଯଦିଓ ଏହା ଉପଯୁକ୍ତ ସମୟ ପରେ ସମସ୍ତ ଝିଅ ମାନଙ୍କ ପାଖରେ ଦେଖାଯାଏ କିନ୍ତୁ ଏହି ଋତୁ ସ୍ରାବ ସମୟରେ ଏକ ବିଶେଷ ପରିଲକ୍ଷିତ ଦେଖିବାକୁ ମିଳିଥାଏ। ତାହା ହେଉଛି ଝିଅ ମାନଙ୍କ ର ରକ୍ତସ୍ରାବ ହେବା। ଏହି ଋତୁ ସ୍ରାବ ହେବାର କାରଣ କଣ, ଏହା କଣ ପାଇଁ ହୋଇଥାଏ ଏହି ବିଷୟରେ ହୁଏତ ଅନେକଙ୍କୁ ଜଣାନଥିବ। ଏହାର ଚିକିତ୍ସା କଣ ରହିଛି ତାହା ମଧ୍ୟ ଆପଣଙ୍କୁ ଜଣାଇବାକୁ ଯାଉଛୁ।

ଝିଅ ମାନଙ୍କ ର ନର୍ମାଲ ସାଇକେଲ କହିଲେ ତାହାକୁ ବୁଝାଏ, ଯାହା ୨୮ ଦିନ ରୁ +/- ୭ ଦିନ ବୋଲି କହିଥାଉ। ଅର୍ଥାତ୍ ଯଦି ଆପଣଙ୍କର ୨୧ ଦିନ ରୁ ୩୫ ଦିନ ଯାଏଁ ଯେଉଁ ବ୍ଲିଡ଼ିଙ୍ଗ୍ ହୁଏ , ତାହା ହେଉଛି ନର୍ମାଲ ପେଟର୍ନ। ଏହା ବ୍ୟତୀତ ଋତୁ ସ୍ରାବ ସମୟରେ ରକ୍ତ ସ୍ରାବ ପ୍ରାୟତଃ ଅଧିକାଂଶ ମହିଳା ମାନଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଥାଏ।

୨୦ ବର୍ଷ ବୟସରୁ ଆରମ୍ଭ କରି ୩୫ ରୁ ୪୦ ବର୍ଷ ବୟସ ପର୍ଯ୍ୟନ୍ତ ଏହି ସବୁ ଝିଅ ମାନଙ୍କ ପାଖରେ ଦେଖିବାକୁ ମିଳିଥାଏ। ଯଦି ଆପଣଙ୍କର ୫ ଦିନ ରୁ ଅଧିକ ଦିନ ଧରି ବ୍ଲିଡ଼ିଙ୍ଗ୍ ହୋଇଥାଏ, ତେବେ ତାହା ବହୁତ ସମସ୍ୟା ସୃଷ୍ଟି କରେ। ସେଥିପାଇଁ ମହିଳା ମାନେ ଡାକ୍ତର ଙ୍କ ପରାମର୍ଶ ନେଇଥାନ୍ତି। ତେଣୁ ୧୩ ରୁ ୧୪ ବର୍ଷ ବୟସରୁ ଆରମ୍ଭ କରି ୫୦ ରୁ ୫୫ ବର୍ଷ ବୟସ ପର୍ଯ୍ୟନ୍ତ ଯେ କୌଣସି ସମୟରେ ବ୍ଲିଡ଼ିଙ୍ଗ୍ ହୋଇପାରେ।

ତେଣୁ ରକ୍ତ ସ୍ରାବ ହେବାର ର କାରଣ ଏବଂ ବୟସ ଅନୁଯାୟୀ ଏହାର ଚିକିତ୍ସା ଭିନ୍ନ ଭିନ୍ନ ହୋଇଥାଏ। ବୟସ ଅନୁସାରେ ମହିଳା ମାନଙ୍କ ପାଖରେ ଏହି ସବୁ ଭିନ୍ନ ଭିନ୍ନ ଲକ୍ଷଣ ଦେଖାଯାଏ। ଏହାର ଚିକିତ୍ସା ପାଇଁ ଏପରି କିଛି ପଦ୍ଧତି ରହିଛି ଯାହାକୁ ଆପଣେଇବାକୁ ପଡ଼ିଥାଏ।

ଝିଅ ମାନଙ୍କର ଚିକିତ୍ସା ପୂର୍ବରୁ ସେମାନଙ୍କର ସମସ୍ତ ଟେଷ୍ଟ କରାଯାଇଥାଏ, ତା ପରେ ଚିକିତ୍ସା ପାଇଁ ଭିତରକୁ ନିଆଯାଇଥାଏ। ଏହା ବ୍ୟତୀତ ୨୦ ବର୍ଷ ବୟସରୁ ଊର୍ଦ୍ଧ୍ବ ମହିଳା ମାନଙ୍କ ର ଅଲଟ୍ରାସାଉଣ୍ଡ ଏବଂ ଥାଇରଏଡ଼ , ବାଇଅପଶି, ହର୍ମୋନାଲ୍ ଟେଷ୍ଟ ଆଦି କରାଯାଇଥାଏ। ସେଥିପାଇଁ ଆଇରନ୍ ର ମାତ୍ରା କୁ ଶରୀରରେ ଠିକ୍ ଭାବରେ ବାଲାନ୍ସ କରିବା ପାଇଁ ଖାଦ୍ୟ ଖାଇବାର ପରାମର୍ଶ ଦିଆଯାଇଥାଏ ଏବଂ ହର୍ମୋନାଲ୍ ଟ୍ରିଟମେଣ୍ଟ କରାଯାଇଥାଏ।

ଯାହାର ଅଧିକ ଓଜନ ଏବଂ ମେଦବହୁଳତା ଥାଏ ଏହାକୁ କମେଇବା ପାଇଁ କୁହାଯାଇଥାଏ। ବ୍ଲିଡ଼ିଙ୍ଗ୍ କିପରି ବନ୍ଦ ହେବ ତା ପାଇଁ ପ୍ରଥମେ ପଦକ୍ଷେପ ନେବା ଉଚିତ୍। ପ୍ରତ୍ୟେକ ସ୍ତ୍ରୀ ଲୋକ ଖାଦ୍ୟ ସହିତ ନିଶ୍ଚିତ ଭାବରେ ଆଇରନ୍ ସାପ୍ଲିମେଣ୍ଟ ନେବା ଆବଶ୍ୟକ। ଏହା ବ୍ୟତୀତ ଯେଉଁ ଖାଦ୍ୟ ରେ ହାଇ ପ୍ରୋଟିନ ଓ ଆଇରନ୍ ରହିଛି ସେହିସବୁ ଖାଦ୍ୟ ଖାଇବା ଉଚିତ୍।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।