ଦେଖନ୍ତୁ viral ଭିଡ଼ିଓ – ଅନୁଭବଙ୍କ ବର ବେଶ ଫଟୋ ଭାଇରାଲ ପରେ ମୁହଁ ଖୋଲିଲେ ସ୍ତ୍ରୀ ବର୍ଷା ପ୍ରିୟଦର୍ଶନୀ… କହିଲେ ମୋତେ ଆଉ ବଦନାମ କରନି ଅନୁଭବ….
ଦର୍ଶକବନ୍ଧୁ ଦୁଇ ଦିନ ତଳେ ସୁପରଷ୍ଟାର ଅନୁଭବ ମହାନ୍ତି ପୁଣି ଥରେ ବିବାହ କଲେ, ଯାହାକି ଅନୁଭବ ମହାନ୍ତି ଦ୍ୱିତୀୟ ବିବାହ କରୁଛନ୍ତି | ଆଉ ଅନୁଭବ ଙ୍କ ବର ବେଶ ବି ବେସ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବାରେ ଲାଗିଲା | ଆଉ ତାପରେ ପରବର୍ତ୍ତୀ ସମୟ ରେ ଜଣା ପଡ଼ିଲା କି ଏହି ବର ବେଶ ଏକ ସିନେମା ର ସୁଟିଂ ଥିଲା | ଆଉ ଯେଉଁ ସିନେମା ର ନାଁ ହେଉଛି ଲଭ ଇନ ଲଣ୍ଡନ,
ଅନୁଭବ ମହାନ୍ତି ଙ୍କର ଅପ କମିଙ୍ଗ ଫିଲ୍ମ ଲଭ ଇନ ଲଣ୍ଡନ ର ଏକ ସୁଟିଂ ସେଟ ର ଭିଜୁଆଲ ସୋସିଆଲ ମିଡ଼ିଆ ରେ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଲା | ଯାହାକୁ ନେଇ ପରବର୍ତ୍ତୀ ସମୟରେ ବର୍ଷା ପ୍ରିୟଦର୍ଶନି ମୁହଁ ଖୋଲିଛନ୍ତି ଆଉ କହିଛନ୍ତି କି କେତେ ଆଉ ମତେ ବଦନାମ କରିବ |
ଅନୁଭବ ଙ୍କ ପାରିବାରିକ ବିବାଦ ପରେ ଏହି ଫଟୋ ଭାଇରାଲ ହୋଇ ଥିଲା ଆଉ ଯାହାକୁ ନେଇ ବର୍ଷା ତାଙ୍କ ଫ୍ୟାନ୍ସ କ୍ଳବ ରେ ଏକ ଟୁଇଟ ସେୟାର କରିଛନ୍ତି | ଆଉ ସେଥିରେ ସେ କହିଛନ୍ତି କି ଦୁଇ ବର୍ଷ ହୋଇ ଗଲା ଗୋଟେ ନାରୀ ପଛରେ ତମେ ମାନେ ଲାଗିଛ, କେମିତି ଆଉ କେତେ ବଦନାମ କରିବ ମତେ |
ମତେ ଆଉ କେତେ ତଳକୁ ଖସାଇ ଦେବ ମତେ ବର୍ବାଦ କରିବାକୁ ତମେ ସବୁ ପ୍ରକାର ର ପ୍ରୟାସ କରି ସାରିଲଣି ମୋର କଣ ଅଧିକାର ନାହିଁ ସମାଜ ରେ ମୁଣ୍ଡ ଟେକି ବଞ୍ଚିବା ପାଇଁ | ମୁଁ କଣ ଗୋଟେ ନାରୀ ବୋଲି ମୋ ମୁଣ୍ଡ କୁ ତଳକୁ କରି ସବୁଦିନ ପାଇଁ କଷ୍ଟ ସହି ଚାଲିବି କେବେ ବି କଣ ପ୍ରତିବାଦ କରି ପାରିବି ନାହିଁ | ବର୍ଷା ଙ୍କ ଫ୍ୟାନ୍ସ କ୍ଳବ ରେ ଏମିତି କିଛି ଲେଖା ସହ ବର୍ଷା ଙ୍କର ଏକ ଫଟୋ ସେୟାର କରା ଯାଇଛି |
ଏଠି କହି ରଖିବାକୁ ଚାହିଁବୁ କି ଶୁକ୍ରବାର ଅନୁଭବ ଙ୍କର ବର ବେଶ ର ଫଟୋ ସୋସିଆଲ ମିଡ଼ିଆ ରେ ଭାଇରାଲ ହୋଇ ଥିଲା ଆଉ ଏମିତି କି ଅନୁଭବ କୁଆଡେ ଦ୍ୱିତୀୟ ବିବାହ କଲେ ବୋଲି ଚର୍ଚ୍ଚା ମଧ୍ୟ ଧରି ଥିଲା ଆଉ ଏହି ପ୍ରସଙ୍ଗ ରେ ବର୍ଷା ଙ୍କ ନାଁ ମଧ୍ୟ ଯୋଡ଼ି ହୋଇ ଥିଲା |
ଆଉ ଯାହାକୁ ନେଇ ସେତେ ବେଳେ ବର୍ଷା ଙ୍କର କିଛି ପ୍ରତିକ୍ରିୟା ମିଳି ପାରି ନଥିଲା ଆଉ ଏବେ ଏହି ଟୁଇଟ ଟି ସାମ୍ନା କୁ ଆସିଛି | ଯାହାକୁ ଦେଖିଲେ ଲାଗୁଛି ବର୍ଷା ପ୍ରତିକ୍ରିୟା ଶୀଳ ହୋଇ ପଡିଛନ୍ତି, ତେବେ ଏହି ଖବର ଟି ଏବେ ସୋସିଆଲ ମିଡ଼ିଆ ରେ ଚହଳ ପକାଇଛି ଆଉ ଯିଏ ବି ଶୁଣୁଛି ସେ କେବଳ ଆଶ୍ଚର୍ଯ୍ୟ ହେଉଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।