Double Meaning Question – ଦି ପଟେ ୨ ଟା ଝୁଲୁଛି ମଝିରେ ଗୋଟେ ହଲୁଛି ? ଏହି ଜିନିଷ ଟି କ’ଣ କୁହ ? ବୁଦ୍ଧିମାନ ଲୋକ ହିଁ ଉତ୍ତର ଏଇ ପାରିବ

IAS ପରୀକ୍ଷା ଦେଶର ସବୁଠାରୁ ଉଚ୍ଚ ପଦସ୍ଥ ପରୀକ୍ଷା ମାନଙ୍କ ଭିତରୁ ଅନ୍ୟତମ।ଆପଣ ଜାଣିଥିବେ ଆଇଏଏସ ର ପରୀକ୍ଷା ପାସ କରିବା ପରେ ପ୍ରାର୍ଥୀଙ୍କୁ ଆଇଏଏସର ଇଣ୍ଟରଭିୟୁ ପାସ କରିବାକୁ ମଧ୍ୟ ହୋଇଥାଏ। ଆଇଏଏସ ର ଇଣ୍ଟରଭିୟୁ ରେ ବିଶେଷଜ୍ଞ ପ୍ରାର୍ଥୀଙ୍କର ଇଣ୍ଟରଭିୟୁ ନେଇଥାନ୍ତି ଏବଂ ଏଠାରେ ଯେଉଁମାନେ ନିଜର ଉତ୍ତମ ଜ୍ଞାନ କୁ ପରିପ୍ରକାଶ କରନ୍ତି ଓ ଉପସ୍ଥିତ ବୁଦ୍ଧି କୁ ବ୍ୟବହାର କରନ୍ତି ସେମାନେ ଏହି ପ୍ରଶାସନିକ ସେବା କ୍ଷେତ୍ରରେ ନିଜକୁ ନିୟୋଜିତ କରି ପାରନ୍ତି ଓ ଦେଶର ସବୁଠାରୁ ବଡ଼ ପ୍ରଶାସନିକ ଚାକିରି କରି ଦେଶ ର ସେବା କରିବାକୁ ସୁଯୋଗ ପାଇଥାନ୍ତି।ଏଥିପାଇଁ ଜଣେ ପରୀକ୍ଷାର୍ଥୀ କୁ ଅନେକ ଅଧ୍ୟୟନ ସହିତ ପରିଶ୍ରମ କରିବାକୁ ପଡ଼ିଥାଏ।

ତେବେ ଆଇଏଏସ ର ଇଣ୍ଟରଭିୟୁ ରେ କିଛି ଏମିତି ପ୍ରଶ୍ନ ପଚରା ଯାଇଥାଏ, ଯାହା ଆପଣଙ୍କୁ ଉପସ୍ଥିତ ବୁଦ୍ଧି ଓ ସୃଜନଶୀଳତା ଆଧାରରେ ଦେବାକୁ ପଡ଼ିବ। ଆସନ୍ତୁ ସେହିଭଳି କିଛି ପ୍ରଶ୍ନ ଉପରେ ଆମେ ଆଲୋଚନା କରିବା। ଯାହା ସାଧାରଣତଃ ଆପନଙ୍କ ଉପସ୍ଥିତ ବୁଦ୍ଧି ପ୍ରୟୋଗ ରେ ସମ୍ଭବ ହୋଇଥାଏ।

ପ୍ରଶ୍ନ ୧- ଏମିତି କଣ ଜିନିଷ ଯାହା ନିଜ ଜାଗାରୁ ହଲେ ନାହିଁ କିନ୍ତୁ ଯେଉଁଠାକୁ ଯିବା ପାଇିଁ ଚାହିଁବ ସେ ପହଞ୍ଚେଇ ଦେବ?
ଉତ୍ତର–ଏହାର ସଠିକ୍ ଉତ୍ତର ହେଉଛି ରାସ୍ତା।ଆପଣ ଯଦି ବାଇକ୍ ରେ ଯାଉଛନ୍ତି ତେବେ ବାଇକ୍ ଚାଲୁଥିବ କିନ୍ତୁ ରସ୍ତା ପୁରା ସ୍ଥିର ଭାବରେ ରହିଥାଏ। ଆପଣ ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପର୍ଯ୍ୟନ୍ତ ସେ ସ୍ଥିର ରହିଥାଏ ।

ପ୍ରଶ୍ନ ୨- ଯଦି ଆପଣଙ୍କୁ ପଚରା ଯାଏ କି ଜଣେ ଲୋକ ନଶୋଇ ୩୦ ଦିନ କେମିତି ରହି ପାରିବ ?
ଉତ୍ତର – ଏହାର ଉତ୍ତର ରେ ପରୀକ୍ଷାର୍ଥୀ ଜଣଙ୍କ କହିଲେ ଯେ ଦିନରେ ନ ଶୋଇଲେ କଣ ହେଲା,ରାତିରେ ଶୋଇ ପାରିବ। ତେଣୁ ସେ ଯେତେଦିନ ଚାହିଁଲେ ବି ଏମିତି କରି ପାରିବ।

ପ୍ରଶ୍ନ ୩- ଦି ପଟେ ୨ ଟା ଝୁଲୁଛି ମଝିରେ ଗୋଟେ ହଲୁଛି ? ଏହି ଜିନିଷ ଟି କ’ଣ କୁହ ?
ଉତ୍ତର – ନିକିତି

ପ୍ରଶ୍ନ ୪- ଦୁଇଜଣ ବାପା ଏବଂ ଦୁଇଜଣ ପୁଅ ଗୋଟିଏ କାର ରେ ଥିଲେ। କିନ୍ତୁ ସେଠାରେ ମାତ୍ର ୩ ଜଣ ଲୋକ ଥିଲେ ଏହା କିପରି ସମ୍ଭବ କୁହନ୍ତୁ?
ଉତ୍ତର- ସେମାନେ ଜେଜେବାପା, ବାପା ଏବଂ ପୁଅ ଥିଲେ।

ପ୍ରଶ୍ନ ୫- କେଉଁ ଦେଶରେ ପୁରୁଷ ଅପେକ୍ଷା ମହିଳା ମାନଙ୍କ ଜନସଂଖ୍ୟା ସବୁଠାରୁ ଅଧିକ ଅଟେ।
ଉତ୍ତର- କୁରାକାଓ।

ପ୍ରଶ୍ନ ୬- ଗ୍ଲୋବାଲ ଟେରୋରିଯିମ୍ ଇଣ୍ଡେକ୍ସ ରେ ପ୍ରଥମ ଥିବା ଦେଶର ନାମ କଣ?

ଉତ୍ତର- ଆଫଗାନିସ୍ଥାନ।

ପ୍ରଶ୍ନ ୭- ବିଶ୍ଵର ସବୁଠାରୁ ବୃହତ୍ତମ ଗଣତନ୍ତ୍ର କେଉଁ ଦେଶର ଅଟେ?
ଉତ୍ତର- ଭାରତ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।