ଦିନେ ଏହି ରିକ୍ସାବାଲା ଝିଅ ଟିର ଜୀବନ ବଞ୍ଚାଇଥିଲା ! କିନ୍ତୁ 8 ବର୍ଷ ପରେ ଝିଅଟି ରିକ୍ସାବାଲା କୁ ଏମିତି ଉପହାର ଦେଲା ଜାଣିଲେ ଆଶ୍ଚର୍ଯ୍ୟ ହେବ………

ବର୍ତ୍ତମାନ ର ସମାଜ ହେଉଛି ସ୍ୱାର୍ଥପର । ତେବେ ଏହି ସ୍ୱାର୍ଥପର ଦୁନିଆରେ କାହାକୁ ସାହାଯ୍ୟ କରିବା ଆଗରୁ ଥରେ ନିଶ୍ଚିତ ଭାବରେ ଭାବିବା ଉଚିତ । ପୁଣି ଆଉ କାହା ପାଖରୁ ସାହାଯ୍ୟ ପାଇବାକୁ ମଧ୍ୟ ଆଶା ରଖିବା ଆଦୋୖ ଉଚିତ ନୁହେଁ । ଲୋକେ ତ ନିଜ ଲୋକଙ୍କୁ ମଧ୍ୟ ଚିନ୍ହି ନାହାଁନ୍ତି ତେବେ ପର ଲୋକ ତ ଖୁବ ଦୂରରେ ଥାଉ ।

ଆଜିକାଲି ଏମିତି ଖୁବ ସ୍ୱଳ୍ପ ମାମଲା ଦେଖିବାକୁ ମିଳିଥାଏ ଯେଉଁଥିରେ କେହି କାହାକୁ ସାହାଯ୍ୟ କରିଥାନ୍ତି । ଆଜିକାର ଏହି ପୋଷ୍ଟରେ ଆମେ ଆପଣଙ୍କୁ ଏକ ଏପରି ଘଟଣା ବିଷୟରେ କହିବୁ ଯାହାକି ଆଜିକାଲିକା ସ୍ୱାର୍ଥପର ଦୁନିଆରେ ସବୁ ସ୍ୱାର୍ଥପର ଲୋକଙ୍କ ପାଇଁ ଖୁବ ଶିକ୍ଷଣୀୟ ହେବ ଏବଂ ଲୋକଙ୍କ ପାଇଁ ଏକ ଉଦାହରଣ ହେବ । ତେଣୁ ଏହି ବିଷୟରେ ଜାଣିବା ପାଇଁ ଆମ ଲେଖାଟିକୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ।

ତେବେ ଏହି ଘଟଣା ଟି ଜଣେ ରିକ୍ସା ବାଲା ଏବଂ ଏକ ଝିଅର । ତେବେ ସମ୍ପୂର୍ଣ୍ଣ ଘଟଣା ଟି ହେଉଛି ଯେ ବାବୁଲ ଶେଖ ନାମକ ଜଣେ ରିକ୍ସା ବାଲା ଜଣେ ୮ ବର୍ଷ ପୂର୍ବେ ଜଣେ ଝିଅକୁ ନିଜ ରିକ୍ସା ରେ ନେବା ଆଣିବା କରୁଥିଲା ।

କିନ୍ତୁ ହଠାତ ଥରେ ଝିଅଟି ରିକ୍ସା ରୁ ଓଲ୍ହାଇ ଯାଇ କାନ୍ଦିବାକୁ ଲାଗିଥିଲା ଏବଂ ନିଜର ଜୀବନ ଦେବାକୁ ଟ୍ରେନ ଧାରଣାକୁ ଚାଲି ଯାଇଥିଲା । ସେହି ସମୟରେ ରିକ୍ସା ବାଲା ଟି ସେହି ଝିଅଟିର ଜୀବନ ବଞ୍ଚାଇ ଥିଲା । ତେବେ ଏହି କଥାଟିକୁ ଝିଅଟି ଆଦୋୖ ଭୁଲି ଯାଇନଥିଲା । ପୁଣି ଆଠ ବର୍ଷ ପରେ ସେହି ରିକ୍ସା ବାଲା ର ସଡ଼କ ଦୁର୍ଘଟଣା ହୋଇଗଲା । ଯେଉଁ କାରଣରୁ ତାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ଯେତେବେଳେ ତାର ଚେତା ଆସିଲା ଏବଂ ସେ ନିଜର ଆଖି ଖୋଲି ଦେଖିଲା ସେ ଆଶ୍ଚର୍ଯ୍ୟ ହୋଇଗଲା । ସେ ଦେଖିଲା ଯେ ଆଠ ବର୍ଷ ପୂର୍ବେ ସେ ଯାହାର ଜୀବନ ବଞ୍ଚାଇ ଥିଲା ସେହି ଝିଅ ଡାକ୍ତର ହୋଇ ତା ସାମ୍ନାରେ ଛିଡ଼ା ହୋଇଛି ।

ସେତେବେଳେ ଝିଅଟି ରିକ୍ସା ବାଲା ପାଖକୁ ଆସି କହିଲା ଯେ ଆପଣ ସେଦିନ ମୋ ଜୀବନ ବଞ୍ଚାଇ ଥିଲେ । କିନ୍ତୁ ତାପରେ ପୁଣିଥରେ ମୋତେ ଦେଖିବାକୁ ଆସିଲେନି କାହିଁକି । ତେବେ ବାବୁଲ ରିକ୍ସା ବାଲା ଏହା ଦେଖି ଅତ୍ୟନ୍ତ ଖୁସି ହୋଇଗଲା ଯେ ଗତ ଆଠ ବର୍ଷ ପୂର୍ବରୁ ସେ ଯେଉଁ ଝିଅର ଜୀବନ ବଞ୍ଚାଇଥିଲା ସେହି ଝିଅ ବର୍ତ୍ତମାନ ତାଙ୍କର ଜୀବନ ବଞ୍ଚାଉଛି ତାହା ପୁଣି ଡାକ୍ତର ହୋଇ । ଏହା ଭାବି ସେ କାନ୍ଦି ପକାଇଲା ।

ତେବେ ଆପଣ ଜାଣି ପାରୁଥିବେ ଯେ ଯଦି ଆପଣ ସଚ୍ଚା ମନରୁ କାହାର ସାହାଯ୍ୟ କରନ୍ତି ତେବେ ଯେକୌଣସି ଉପାୟରେ ହେଉ କିମ୍ବା ସେହି ବ୍ୟକ୍ତି ପାଖରୁ ସିଧାସଳଖ ହେଉ ସାହାଯ୍ୟ ମିଳିଥାଏ ଯାହାକି ସେହି ବାବୁଲ ଶେଖ ରିକ୍ସା ବାଲା କ୍ଷେତ୍ରରେ ଘଟିଥିଲା ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।