ଦିନର ଆରମ୍ଭରେ ଜପ କରନ୍ତୁ ଏହି ଦୁଇଟି ଶବ୍ଦ , ନିଜର ସମସ୍ତ ଇଚ୍ଛା ପୂରଣ ସହିତ ଜୀବନରେ ଆସିବ ଖୁସି

ଦୁନିଆରେ ଏପରି ଅନେକ ଲୋକ ଅଛନ୍ତି ଯେଉଁ ମାନଙ୍କୁ ହଠାତ କିଛିବି କାର୍ଯ୍ୟ କରିବାକୁ ଇଚ୍ଛା ହୋଇ ନଥାଏ । କୌଣସି ବି କାର୍ଯ୍ୟ କରିବା ବେଳେ ଖରାପ ଭାବନା ଆସିଥାଏ । ଯାହାଦ୍ୱାରା ସେମାନେ ଦିନସାରା ଚିନ୍ତିତ ରହିଥାନ୍ତି । ପୁଣି ତାହା ପରିବାରକୁ ନେଇ ହେଉ କିମ୍ବା ଧନ ସମ୍ପତ୍ତିକୁ ନେଇ ହେଉ । ଏସବୁରୁ ଆପଣ ମୁକ୍ତି ପାଇବାକୁ ଚାହୁଁଛନ୍ତି କି ? ତେବେ ଆଜିକାର ଆମର ଏହି ଲେଖାଟିକୁ ନିଶ୍ଚିତ ଭାବରେ ପଢ଼ନ୍ତୁ ।

ତେବେ ଆମ ଅନୁଯାୟୀ ଆପଣଙ୍କୁ ସକାଳୁ ଉଠି କେବଳ ଦୁଇଟି ଶବ୍ଦ କହିବାର ଅଛି । ତେବେ ଦୁନିଆରେ ସମସ୍ତେ ଚାହାଁନ୍ତି ଯେ ତାଙ୍କ ଉପରେ ଭଗବାନଙ୍କ କୃପା ସବୁବେଳେ ରହୁ ବୋଲି । ଯାହାଦ୍ୱାରା ତାଙ୍କର ସମସ୍ତ କାର୍ଯ୍ୟ ସହଜ ହୋଇଯିବ ।

ଆପଣ ମାନେ ଜାଣିଥିବେ ଯେ ଭୋଳାନାଥ ଖୁବ ଶୀଘ୍ର ପ୍ରସନ୍ନ ହୋଇ ଯାଆନ୍ତି , ଯଦି ଆପଣ ତାଙ୍କୁ ସଚ୍ଚା ମନରେ ଆରାଧନା କରନ୍ତି ତେବେ ସେ ପ୍ରସନ୍ନ ହୋଇ ଯାଆନ୍ତି । ତେଣୁ ପ୍ରତିଦିନ ସକାଳୁ ଉଠୁ ଉଠୁ କେବଳ ଏହି ଦୁଇଟି ଶବ୍ଦ କହିବାର ଅଛି । ଏବଂ ଆପଣ ଏହା କହିବା ଦ୍ୱାରା ଆପଣଙ୍କର ଯାହାବି ଇଚ୍ଛା ଥିବ ତାହା ପୂରଣ ହୋଇଯିବ । ଯଦି ଆପଣ ବିଦ୍ୟାର୍ଥୀ ତେବେ ଆପଣ ମଧ୍ୟ ଏହି ଉପାୟକୁ ଆପଣେଇ ପାରିବେ ।

ଯାହାଦ୍ୱାରା ପାଠ ପଢ଼ିବା ପାଇଁ ଆପଣଙ୍କ ଆଗ୍ରହ ବଢ଼ିବ ଏବଂ ଆପଣଙ୍କ ମାନସିକ ବିକାଶ ହେବ । ମହିଳା ମାନେ ମଧ୍ୟ ଏହାକୁ ନିଶ୍ଚିତ ଭାବରେ କରିବା ଉଚିତ । ଏହି ଶବ୍ଦ କୁ କହିବା ଦ୍ୱାରା ଆପଣ ପ୍ରତିଟି ମୁହୂର୍ତ୍ତରେ ଭଗବାନଙ୍କ ସହିତ ଜଡ଼ିତ ହୋଇ ରହିବେ ।

जानिए- क्या है भगवान विष्णु के नाम 'नारायण' और 'हरि' का रहस्य? - lord vishnu different names narayan and hari tlifd - AajTak

ଏଥିପାଇଁ ଆପଣଙ୍କୁ ପ୍ରତିଦିନ ସକାଳୁ ସକାଳୁ ସ୍ନାନ କରିବାର ମଧ୍ୟ ଆବଶ୍ୟକତା ନାହିଁ । ଯଦି ନବ ବିବାହିତା ମହିଳା ପ୍ରତିଦିନ ସକାଳେ ଏହି ଦୁଇଟି ଶବ୍ଦକୁ କୁହନ୍ତି ତେବେ ତାଙ୍କର ଏକ ଉତ୍ତମ ସନ୍ତାନ ଜନ୍ମ ହେବ ଏବଂ ବୈବାହିକ ଜୀବନ ମଧ୍ୟ ଖୁବ ଭଲରେ କଟିବ । ଏହାକୁ ଘରର ବୟସ୍କ ମାନେ , ଗୁରୁଜନ ମାନେ ନିଜର ଦୀର୍ଘାୟୁ ପାଇଁ ଏବଂ ନିଜର ଭଲ ସ୍ୱାସ୍ଥ୍ୟ ପାଇଁ , ବ୍ୟାପାରରେ ବୃଦ୍ଧି ପାଇଁ କରି ପାରିବେ ।

ତେଣୁ ସକାଳୁ ସକାଳୁ ଉଠୁ ଉଠୁ ଆପଣଙ୍କୁ ସବୁ ଦେବତାଙ୍କର ଧ୍ୟାନ କରିବା ଉଚିତ । ଏହାବ୍ୟତୀତ ଆପଣଙ୍କୁ ଆପଣଙ୍କ ଦିନର ଆରମ୍ଭ ପୂଜା ପାଠ ଦ୍ୱାରା ହିଁ କରିବା ଉଚିତ । ଯାହାଦ୍ୱାରା ଆପଣଙ୍କୁ ଠିକ ଶୁଭ ଫଳ ମିଳିବ ଏବଂ ଆପଣଙ୍କୁ ନିଜର ଜୀବନକାଳ ମଧ୍ୟରେ ସବୁ ଭଲ କାମ ଦେଖିବାକୁ ମିଳିବ ।

ଆପଣଙ୍କୁ ସକାଳୁ ଦୁଇ ହାତ ଯୋଡ଼ି ଏହି ଶବ୍ଦ କହିବାର ଅଛି । ଯାହା ଏହି ପ୍ରକାରେ – ଓଁ ସମ୍ଭବେ ନମଃ । ଏହା ମହା ମୃତୁଞ୍ଜୟ ମନ୍ତ୍ର ଅଟେ । ଏହି ମନ୍ତ୍ରର ଜପ ପରେ ଆପଣଙ୍କ ଜାତକରେ ଯେତେବି ଦୋଷ ଥିବ ତାହା ମଧ୍ୟ ଦୂର ହୋଇଯିବ । ଏହା ବ୍ୟତୀତ ଆପଣ ନିଜର ଦୁଇ ହାତ ଯୋଡ଼ି ଏହି ମନ୍ତ୍ରକୁ ଜପ କରିବା ଉଚିତ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।