ଦିନକୁ କେବେଳ ୨ ଥର ଏହାକୁ ପିଅନ୍ତୁ, ଛାତି ଏବଂ ଗଳାରେ ଜମା କଫ ଘିଅ ଭଳି ତରଳିଜିବ,Cough and Cold Home Remedyodia

ଥଣ୍ଡା, କାଶ ଏବଂ ବଦଳୁ ଥିବା ଋତୁ ଯୋଗୁଁ ଆମ ଛାତିରେ କାଶ ଜମି ଥାଏ ଆଉ ଯଦି ଆମ ଛାତିରେ କଫ ଜମି ରହିବ ତେବେ ବାରମ୍ବାର ଆପଣ ରୋଗ ରେ ମଧ୍ୟ ପଡ଼ି ଥାଆନ୍ତି | ଯଦି ଆପଣ ଚାହୁଁଛନ୍ତି ଆପଣଙ୍କ ଛାତିରୁ କଫ ବାହାରି ଯାଉ ତେବେ ଆଜି ଏଭଳି ଏକ ଚମତ୍କାର ଘରୋଇ ଉପଚାର ସମ୍ପର୍କ ରେ କହିବୁ ଯାହାଦ୍ୱାରା ଆପଣଙ୍କର କଫ ଭଳି ସମସ୍ୟା ଦୂରେଇ ଯିବ |

ଏହା ସମ୍ପୂର୍ଣ୍ଣ ପ୍ରାକୃତିକ ଘରୋଇ ଉପଚାର ଅଟେ ଯାହାକି ଆପଣ ଙ୍କୁ ଏଥିରେ କୌଣସି ସାଇଡ ଇଫେକ୍ଟ ଦେଖିବା ପାଇଁ ମିଳିବ ନାହିଁ | ତେବେ ଆସନ୍ତୁ ଜାଣିବା ଏହି ଉପଚାର ଟିକୁ ଆମେ କିପରି ପ୍ରସ୍ତୁତ କରିବା |

ଆବଶ୍ୟକ ସାମଗ୍ରୀ :-

 


1. ଅଦା, 2. ତୁଳସୀ ପତ୍ର, 3. ଲବଙ୍ଗ, 4. ଗୋଲମରିଚ, 5. ତେଜପତ୍ର ଏବଂ 6. ମହୁ |

ପ୍ରସ୍ତୁତି ପ୍ରଣାଳୀ :-

ଏହି ଉପଚାର ଟିକୁ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଏକ ପ୍ୟାନ ଗ୍ୟାସ ରେ ବସାନ୍ତୁ ଏବଂ ସେଥିରେ ଦୁଇ କପ ପାଣି ଢାଳନ୍ତୁ ଯାହାକି ଦୁଇ କପ ରୁ ଅଧିକ ପାଣି ନିଅନ୍ତୁ ନାହିଁ |

ଏହାପରେ ଅଧା ଇଞ୍ଚ ରୁ ଗୋଟେ ଇଞ୍ଚ ଭିତରେ ଏକ ଅଦା ନିଅନ୍ତୁ ଯାହାକି ଆପଣଙ୍କ ରୋଷେଇ ଘରେ ଖୁବ ସହଜ ରେ ମିଳିଯିବ ଆଉ ଏହାକୁ ଛୋଟ ଛୋଟ ପିସ ରେ କାଟି ଏଥିରେ ପକାଇ ଦିଅନ୍ତୁ | ଏହାପରେ ଚାରି ରୁ ପାଞ୍ଚୋଟି ତୁଳସୀ ପତ୍ର ଏଥିରେ ପକାନ୍ତୁ ଏବଂ ଏହାପରେ ଏଥିରେ କେବଳ ଗୋଟିଏ ଲବଙ୍ଗ ପ୍ରୟୋଗ କରନ୍ତୁ | କିନ୍ତୁ ମନେ ରଖିବେ କି ଲବଙ୍ଗ ରେ ଫୁଲ ଥିବା ଆବଶ୍ୟକ ବିନା ଫୁଲ ଥିବା ଲବଙ୍ଗ ଆପଣ ଏଥିରେ ପ୍ରୟୋଗ କରନ୍ତୁ ନାହିଁ |

ଏହାପରେ ଏଥିରେ ଏକ ରୁ ଦୁଇ ଗୋଲମରିଚ ପକାଇ ଦିଅନ୍ତୁ ଯାହାକି ଆପଣଙ୍କ ଛାତିରୁ କଫ ବାହାର କରିବାରେ ବହୁତ ସାହାଯ୍ୟ କରିବ | ଏହାପରେ ଶେଷ ସାମଗ୍ରୀ ହେଉଛି ତେଜପତ୍ର ଯାହାକି ରୋଷେଇ ଘରୁ ସହଜ ରେ ମିଳିଯିବ |

ତେବେ ଏହି ସବୁ ପକାଇବା ପରେ ଏହି ପାଣିକୁ ଲୋ ଫ୍ରେମ ରେ ଫୁଟାନ୍ତୁ, ଦୁଇ କପ ପାଣିରୁ ଏକ କପ ପାଣି ହେବା ପର୍ଯ୍ୟନ୍ତ ଏହାକୁ ଭଲ ଭାବରେ ଫୁଟାଇ ଦିଅନ୍ତୁ | ପାଣି ଫୁଟି ଫୁଟି ଅଧା ହୋଇ ଗଲା ପରେ ଏହାକୁ ଏକ କପ ରେ ଛାଣି ଦିଅନ୍ତୁ, ଅଳ୍ପ ଉଷୁମ ଥିବା ବେଳେ ଆପଣ ଏହାକୁ ସେବନ କରିବା ଆବଶ୍ୟକ | କପ କୁ ଛାଣି ସାରିବା ପରେ ଏଥିରେ ଏକ ଚାମଚ ମହୁର ପ୍ରୟୋଗ କରନ୍ତୁ ଆଉ ଭଲ ଭାବରେ ମିକ୍ସ କରି ଦିଅନ୍ତୁ ଯାହାଦ୍ୱାରା ଉପଚାର ଟି ପ୍ରସ୍ତୁତ ହୋଇଯିବ |

ସେବନ ପ୍ରକ୍ରିୟା :-

 


ଏହାକୁ ଆପଣ ସକାଳ ସମୟରେ ସେବନ କରନ୍ତୁ, ପ୍ରଥମ ଥର ସେବନ କରିବା ଆପଣ ଙ୍କୁ ଏଥିରେ ବହୁତ କିଛି ଫାଇଦା ଦେଖିବାକୁ ମିଳିବ | ଏହାକୁ ଆପଣ ଦିନରେ ଦୁଇ ଥର ସେବନ କରି ପାରିବେ ସକାଳେ ଏବଂ ସନ୍ଧ୍ୟାରେ | ତିନି ଦିନରେ ଆପଣଙ୍କ ଛାତିରେ ଜମି ଥିବା ସମସ୍ତ କଫ ବାହାରି ଯିବ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।