ଦୀପିକା ତୋ ପାଇଁ ମୁଁ ୩ ମାସ ଜେଲ ଗଲି,ଭାବୁଛୁ କି ମୁଁ ଆଉ ତତେ ଗ୍ରହଣ କରିବି ?
ଦୀପିକା ରେପ୍ କେସ୍ ଦେଲୁ ମୁଁ ତିନି ମାସ ଜେଲ୍ ଗଲି। ଆଉ ଏବେ କଣ ତୁ ଭାବୁଛୁ ତୋ ମଥାରେ ମୁଁ ସିନ୍ଦୁର ଦେଇ ଗ୍ରହଣ କରିବି। ନା ମୁଁ ତୋତେ ବାହା ହୋଇ ପାରିବି ନାହିଁ। ଏ ପିଲା ବି ମୋର ନୁହେଁ। ତୁ କାହିଁକି ମୋ ଘର ଆଗରେ ବସି ରହିଛୁ? ଦୀପିକା ମୁଁ ଆଉ ତୁମକୁ ଏତେ ବୁଝେଇ ପାରିବି ନାହିଁ। ତୁ ମୋ ପାଇଁ କିଛି ନୁହେଁ, ଆଉ ଏ ପିଲା ମୋର ନୁହେଁ ତୁ ଏଠାରୁ ଚାଲିଯା।
ମୁଁ ତୋତେ ଗ୍ରହଣ କରି ପାରିବି ନାହିଁ। ହଁ ଆଜ୍ଞା ଦିନେଶ ଯେଉଁ ଦୀପିକା ଙ୍କୁ ପ୍ରେମ କରିଥିଲେ ଆଉ ପାଗଳ ହୋଇ ଦୁହେଁ ମିଶି ବୁଲୁଥିଲେ ସେହି ଦୀପିକା ଙ୍କୁ ଏବେ ସିଧା ସିଧା କଥାରେ କହି ଦେଇଛନ୍ତି ଏ ପିଲା ମୋର ନୁହେଁ। ଆଉ ମୁଁ ତୋତେ ଗ୍ରହଣ କରିବି ନାହିଁ।
ଦୀପିକା ଙ୍କ ପ୍ରେମ କାହାଣୀ ଏକ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ଚାଲି ରହିଥିଲା। ଦୁହେଁ ମିଶୁଥିଲେ, ଚାରିଆଡେ ବୁଲୁଥିଲେ ଆଉ ଶାରିରୀକ ସମ୍ପର୍କ ମଧ୍ୟ ରଖୁଥିଲେ। ଆଉ ଦିନେଶ ବହୁତ ସମୟରେ ବହୁତ ପ୍ରତିଶ୍ରୁତି ମଧ୍ୟ ଦେଉଥିଲେ।
ଦିନେଶ କହୁଥିଲେ କି, ତୋତେ ବାହା ହେବି। ଆମର ବହୁତ ହାଇ ଷ୍ଟାଟସ୍ ଫାମିଲି ,ଆଉ ତୋତେ ଖୁସିରେ ରଖିବୁ। ତୋ ଭବିଷ୍ୟତ ଉଜ୍ଜ୍ୱଳ ହୋଇଯିବ ଯଦି ତୁ ମୋତେ ବାହା ହେବୁ। ତୁ ମୋ ଘରକୁ ଆସିଲେ ବହୁତ ଖୁସି ରେ ରହିବୁ। ଆମର ବହୁତ ଭଲ ଫ୍ୟାମିଲି। କିନ୍ତୁ ଏବେ ଯାହା ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି ସେହି କଥା ଆପଣ ଜାଣି ପାରୁଥିବେ।
କିଭଳି ଭାବେ ଦିନେଶ ଙ୍କ ମା ଆସି ପ୍ରତିବାଦ କରିଥିଲେ କି ତୁ ତମ୍ବୁ ଟାଣି ଏଠାରେ କାହିଁକି ବସିଛୁ। ଆଉ ଠେଲା ପେଲା କରିବା ସହିତ ତମ୍ବୁ କୁ ଟାଣି ଓଟାରି ଫୋପାଡ଼ି ଦେଇଥିଲେ। ସେପଟେ ଦିନେଶ ଅନେକ ସମୟ ଧରି ଗଣମାଧ୍ୟମ ସାମ୍ନାକୁ ଆସି ନଥିଲେ। କିନ୍ତୁ ଯେତେବେଳେ ଆସିଲେ ସିଧା ସିଧା କହିଥିଲେ ଏ ପିଲା ମୋର ନୁହେଁ କି ମୁଁ ତାର ସ୍ୱାମୀ ନୁହେଁ।
ତେବେ ଏଠାରେ କହି ରଖିବାକୁ ଚାହିଁବୁ, ଦୁଇ ଜଣଙ୍କ ପ୍ରେମ ସମ୍ପର୍କ ବହୁତ ସମୟ ଧରି ଚାଲି ରହିଥିଲା। ଭେସପା ରୁମରେ ଦୁଇ ଜଣଙ୍କ ଦେଖା ହୋଇଥିଲା। ସେଠାରୁ ପ୍ରେମ କାହାଣୀ ଆରମ୍ଭ ହୋଇଥିଲା। ହେଲେ ଦୀପିକା କେବେବି ଭାବି ନଥିବେ କି ଆଗକୁ ଦିନେଶ ଯାଇ ଏଭଳି ବଦଳିଯିବ।
କିନ୍ତୁ ଘଟଣା ଏବେ ତାହା ହିଁ ଦେଖିବାକୁ ମିଳୁଛି। ଦିନେଶ ଦୀପିକା ଙ୍କୁ ଚିହ୍ନିଛନ୍ତି ନା ନିଜର କହୁଛନ୍ତି ନା ଦୀପିକା ଜନ୍ମ ଦେଇଥିବା ଛୁଆର ବାପା ବି ହେଉଛନ୍ତି। କିଛି ବି ନୁହେଁ। ଦୀପିକା ଏବେ ଅତି ଅସହାୟ ହୋଇ ଦିନେଶ ଙ୍କ ଘର ଆଗରେ ସେହିଭଳି ଭାବରେ ବସି ରହିଛନ୍ତି।
ଆଉ ସେପଟେ ସାଇ ପଡ଼ୋଶୀ ପ୍ରତିବାଦ କରିଛନ୍ତି କି ଦୀପିକା ଏଠାରେ କାହିଁକି ବସି ରହିଛି? ଯେତେବେଳେ ମାମଲା କୋର୍ଟ ରେ ବିଚାରଧୀନ ରହିଛି। ତେବେ ବାକି ରହିଲା ଆଗକୁ ଯାଇ ଦିନେଶ କଣ କରୁଛନ୍ତି ,ଆଉ କୋର୍ଟ ରେ ବିଚାରଧୀନ ଥିବା କେସ୍ କେଉଁ ମୋଡ଼ ନେଉଛି।